ଶରୀର ପାଇଁ ବରଦାନ ହେଉଛି ଏହି ଚାରୋଟି ଔଷଧ , ଚାହାରେ ମିଶାଇ ପିଅନ୍ତୁ ଓ ଇମ୍ୟୁନିଟି ବଢ଼ାନ୍ତୁ

ବର୍ତମାନ ଶୀତ ଋତୁ ଆରମ୍ଭ ହୋଇସାରିଛି , ଖାଲି ସେତିକି ନୁହେଁ ଏହା ସହିତ ଶୀତ ଦିନରେ ହିଁ ଅନେକ ପ୍ରକାର ଇନଫେକ୍ସନ ମଧ୍ୟ ହୋଇଥାଏ । ଏହି ବର୍ଷ ଅଧିକ ମାତ୍ରାରେ ଶୀତ ମଧ୍ୟ ଅନୁଭୂତ ହେଉଛି । ଖାଲି ଅନ୍ୟରାଜ୍ୟ ମାନଙ୍କରେ ନୁହେଁ ଓଡ଼ିଶାରେ ମଧ୍ୟ ଏହି ବର୍ଷ ଅଧିକ ଶୀତ ହେଉଥିବାର ରିପୋର୍ଟରୁ ଜଣା ପଡିଛି । ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କୋଭିଡ ର ଅନ୍ୟ ଭାରିଏଣ୍ଟ ମଧ୍ୟ ରାଜ୍ୟରେ ଦେଖା ଗଲାଣି । ପୁଣି ଅଧିକ ଶୀତ ଥିବାରୁ ଜ୍ୱର ଥଣ୍ଡା ଲାଗି ରହିବା କିଛି ବଡ କଥା ନୁହେଁ । ତେଣୁ ଘରୋଇ ଉପଚାର କରିବା ନିହାତି ଦରାକର କାରଣ ଅଧିକ ମେଡ଼ିସିନ ମଧ୍ୟ ଶରୀର ପାଇଁ ହାନି କାରକ ହୋଇଥାଏ। ତେଣୁ ଯେତେ ସମ୍ଭବ ହୋମ ରେମେଡିଜ ବ୍ୟବହାର କରିବା ଆବଶ୍ୟକ । ତେଣୁ ଆଜି ଆପଣଙ୍କ ପାଇଁ ରହିଛି ଏକ ଦରକାରୀ ଦେଶୀ ଉପଚାର ,ଯାହାକୁ ଆପଣ ଅତି ସହଜ ଉପାୟରେ ଘରେ ତିଆରି କରିପାରିବେ ଏହି ଶୀତ ଋତୁ ରେ ଥଣ୍ଡା ଓ ବିଭିନ୍ନ ପ୍ରକାରର ଇନଫେକ୍ସନ ରୁ ରକ୍ଷା ପାଇବା ପାଇଁ । ଏହା ପୁଣି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢେଇବ।

Tea
Picture Credit – POPSUGAR

ଶୀତ ଋତୁରେ ନିଜର ଯତ୍ନ ନେବା ନିହାତି ଦରକାର , ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ସମୟରେ ବିଭିନ୍ନ ପ୍ରକାରର ସାମ୍ନା କରିବାକୁ ପଡିଥାଏ । ପୁଣି କମ ଇମ୍ୟୁନିଟି ଥିବା ଲୋକମାନେ ଋତୁ ପରିବର୍ତ୍ତନ ହେବା ମାତ୍ରେ ଜ୍ୱର ଥଣ୍ଡା ସହିତ ଅନେକ ପ୍ରକାର ସଂକ୍ରାମକ ରୋଗର ଶୀକାର ହୋଇଥାନ୍ତି । ତେଣୁ ଏହି ପରି ଅସୁବିଧାରୁ ବଂଚିବା ପାଇଁ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଖାସ କରି ଏହି ଋତୁରେ ନିଜର ଖାଦ୍ୟ ପେୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବା ଦରକାର । ତେବେ ଏଥିପାଇଁ କାଢା ,ଆୟୁର୍ବେଦ ଔଷଧ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଯାହା ଶରୀରକୁ ଭିତରୁ ଗରମ ରଖେ ଓ ସବୁ ସଂକ୍ରମଣରୁ ଦୁରେଇ ରଖେ ।

ତେବେ ଆସନ୍ତୁ ଜାଣିବା ସେହି ଚାରୋଟି ଆୟୁର୍ବେଦ ଘରୋଇ ଉପଚାର ଯାହାକୁ ଆପଣ ଚାହା ସହିତ ମିଶାଇ ପି ପାରିବେ ।

Tulsi tea
Picture Credit – indiMART

୧. ତୁଳସୀ ଚା :
ଭାରତରେ ଆୟୁର୍ବେଦ କୁ ସମସ୍ତେ ମାନନ୍ତି । ତେଣୁ ଆପଣ ମଧ୍ୟ ଜାଣିଥିବେ ଯେ ତୁଳସୀ ପତ୍ରକୁ ମଧ୍ୟ ପିଇଥାନ୍ତି , କାରଣ ଏହାର ଚମତ୍କାରୀ ଗୁଣ ରହିଛି । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୁର ପରିମାଣରେ ରହିଛି । ଯାହାକି ଉଚ୍ଚ ରକ୍ତ ଚାପ , ଡାଇବେଟିସ ଓ ହାର୍ଟ ଜନିତ ରୋଗକୁ କମ କରିଥାଏ । ତେବେ ତୁଳସୀ ଚା ପିବା ଦ୍ଵାରା ଏହା ଅନେକ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ ଓ ଏହା ସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ତେଣୁ ଥଣ୍ଡା ଜ୍ୱର ପାଇଁ ମଧ୍ୟ ଏହା ଲାଭଦାୟକ ହାଇଥାଏ ।

cardamom
Picture Credit – indiaMART

୨.ଗୁଜୁରାତି ଚାହା :
ପ୍ରାୟ ସମସ୍ତଙ୍କ ଘରେ ଗୁଜୁରାତି ଚାହା ତିଆରି ହୋଇଥାଏ । ଏହାର ବାସ୍ନା ମଧ୍ୟ ସମସ୍ତଙ୍କୁ ପସନ୍ଦ , ସେଥିପାଇଁ ତ ଏହାକୁ ଖିରି ହେଉ ଅବା ଅନ୍ୟ କୌଣସି ମିଠା ଜିନିଷ ରେ ବ୍ୟବହାର କରାଯାଏ । ଗବେଷଣାରୁ ଜଣା ପଡିଛି ଯେ ଗୁଜୁରାତି ରେ ରୋଗ ପ୍ରତିରୋଧକ ଶକ୍ତି ବଢେଇବାର କ୍ଷମତା ଅଧିକ ଥାଏ ଓ ଏହା ସହିତ ଥଣ୍ଡା ଦିନରେ ହେଉଥିବା ରୋଗ କୁ ମଧ୍ୟ କମାଇଥାଏ । କଳା ଗୁଜୁରାତି ଓ ବଡ ଗୁଜୁରାତି ର ବ୍ୟବହାର ଜ୍ୱର ଥଣ୍ଡା ଭଳି ଅନେକ ରୋଗକୁ ମାତ ଦେଇଥାଏ । କାଶ କୁ ମଧ୍ୟ କମାଇଥାଏ ଗୁଜୁରାତି । ତେବେ ଗୁଜୁରାତିକୁ ଆପଣ ଗରମ ପାଣି ଓ ଚା ରେ ପକାଇ ପି ପାରିବେ । ଯାହା ଦ୍ୱାରା ଥଣ୍ଡା କମିବା ସହିତ ଆପଣ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା ପାଇବେ ।

 Black pepper
Picture Credit – indiaMART

୩. ଅଳେଇଚ ବା କଳା ଅଳେଇଚ :
ଆପଣଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ଜିନିଷ ରହୁଛି । ସେଥିମଧ୍ୟରୁ ଅଳେଇଚ ମଧ୍ୟ ଆପଣ ମସଲା ଭାବେ ବ୍ୟବହାର କରୁଥିବେ ଓ ଏହାକୁ ସବୁଠାରୁ ଲାଭଦାୟକ ପଦାର୍ଥ ଭାବେ ଗଣାଯାଏ । ଏହା ମସଲାର ସ୍ୱାଦକୁ ମଧ୍ୟ ବଢାଇଥାଏ । ଏକ ରିସର୍ଚ୍ଚରୁ ଜଣ ପଡ଼ିଛି ଯେ, ଅଳେଇଚରେ ଭିଟାମିନ ସି , ଫ୍ଲେବୋନୋଇଡିଶ , ଆଣ୍ଟିଅକ୍ସିଡାଣ୍ଟ ଓ ଜୀବାଣୁରୋଧୀ ଗୁଣ ସହିତ ଅନେକ ପ୍ରକାର ଗୁଣ ରହିଛି । କାଶ ଥଣ୍ଡା କୁ ମଧ୍ୟ କମେଇବାର ଶକ୍ତି ରହିଛି ଗୋଲମରିଚ ରେ , ତେଣୁ ସକାଳ ସମୟରେ ଆପଣ ମହୁ ସହିତ ଅଳେଇଚ ଗୁଣ୍ଡ ମିଶାଇ ସେବନ କରିବା ଦ୍ଵାରା ଅନେକ ପ୍ରକାର ରୋଗ ଭଲ ହୋଇଥାଏ ।

Ginger tea
Picture Credit – Select Health

୪. ଅଦା ଚା :
ଚାହା ର ସ୍ୱାଦ ବଢାଇବା ପାଇଁ ଅନେକ ଲୋକେ ସେଥିରେ ଅଦା ପକାଇଥାନ୍ତି , ରିସର୍ଚ୍ଚ ଅନୁଯାୟୀ ଅଦା ରେ ଜିଞ୍ଜରଲ ନାମକ ଏକ ଆକ୍ଟିଭ କମ୍ପାଉଣ୍ଡ ରହିଥାଏ ଯାହା କି ଶରୀର ପ୍ରତିରକ୍ଷା ପ୍ରଣାଳୀକୁ ବଢାଇବା ପାଇଁ ସହାୟକ ହୋଇଥାଏ । ଅଦା ର ଅଣ୍ଟିବ୍ୟାକ୍ଟୋରିୱାଲ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ,ଥଣ୍ଡାରେ ଶରୀରକୁ ସଂକ୍ରମଣ ସୁରକ୍ଷା ଦେଇଥାଏ । ଗଳା ବସିଗଲେ ଏହା ଭଲ ଭାବେ କାମ ଦେଇଥାଏ । ଖାଲି ଏତିକି ନୁହେଁ ଏଥିରେ ଯେହେତୁ ଜିଞ୍ଜରଲ କମ୍ପାଉଣ୍ଡ ରହିଛି ଏହା ମଧ୍ୟ ଅନେକ ପ୍ରକାର ଇନଫେକ୍ସନ ରୁ ଆପଣ ଙ୍କୁ ରକ୍ଷା କରିବ । ତେଣୁ ଏହି ଚାରୋଟି ଉପଯୁକ୍ତ ଦ୍ରବ୍ୟକୁ ଆପଣ ସବୁଦିନେ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.