ପୁରି-ପକୁଡ଼ି ଛାଣିବା ପରେ ବାକି ତେଲକୁ ପୁନର୍ବାର ବ୍ୟବହାର କରିବା ପାଇଁ ଆପଣାନ୍ତୁ ଏହି ଟିପ୍‌ସ, ଶରୀର ଉପରେ ପଡ଼ିବନି କୁ-ପ୍ରଭାବ

ଘରେ କୌଣସି ପାର୍ଟି ହେଉ କି ବର୍ଷା ପାଗ, ଅଧିକାଂଶ ସମୟ ପୁରି, ପକୁଡ଼ି ପ୍ରମୁଖ ଛଣାଛଣି ଖାଇବା ତିଆରି ହୋଇଥାଏ। ଏହା ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ତିଆରି କରିବାକୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିସହ ଛାଣିବା ପରେ ବଳକା ତେଲକୁ କ’ଣ କରିବେ ସେହି ଚିନ୍ତାରେ ଘରର ମହିଳାମାନେ ରହିଥାନ୍ତି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଛଣା ତେଲକୁ ଦ୍ୱିତୀୟ ଥର ବ୍ୟବହାର କରିବା ଅନୁଚିତ। ଏହା ଦ୍ୱାରା ଦେହ ଖରାପ ହେବାର ସମ୍ଭାବନା ରହିଛି। ଯଦି ଘରେ ଛଣା ତେଲ ଅଧିକ ପରିମାଣରେ ବଞ୍ଚିଯାଇଛି ତେବେ ଏହି ଉପାୟ ଆପଣାଇ ତାହାକୁ ଦ୍ୱିତୀୟ ଥର ବ୍ୟବହାର କରିପାରିବେ…

  • ଘରର କବାଟ ଶବ୍ଦ କରୁଥିଲେ ସେଥିରେ କୁକିଂ ଅଏଲ ବ୍ୟବହାର କରିପାରିବେ। ଫଳରେ ସେଥିରୁ କେଁ କେଁ ଶବ୍ଦ ବାହାରିବ ନାହିଁ।
  • ବ୍ୟବହାର ହୋଇଥିବା ରୋଷେଇ ତେଲକୁ ଫିଲ୍ଟର କରି ପିଲାଙ୍କ କ୍ରାଫ୍ଟ ପାଇଁ ବ୍ୟବହାର କରିପାରିବେ।
  • ରୋଷେଇ ପାଇଁ ଯଦି ସୋରିଷ ତେଲ ବ୍ୟବହାର କରୁଛନ୍ତି ତେବେ ଏହାକୁ ଦୀପ ଆଦି ଜାଳିବାରେ ବ୍ୟବହାର କରିପାରିବେ।
  • ବ୍ୟବହାର ହୋଇଥିବା ତେଲକୁ ଆପଣ ବଗିଚାରେ ବି ବ୍ୟବହାର କରିପାରିବେ। ଏକଥା ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଯେଉଁ ଗଛରେ ପୋକ ଲାଗୁଛନ୍ତି
  • ତା ପାଖରେ ଏକ ଗିନାରେ ତେଲ ରଖିଦିଅନ୍ତୁ। ଏଭଳି କରିବା ଦ୍ୱାରା ପୋକମାନେ ଗିନା ପାଖକୁ ଆସିବେ। ଫଳରେ ଗଛର କିଛି କ୍ଷତି ହେବ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.