ଜାଣନ୍ତୁ ବାଦାମ ଖାଇବାର ପ୍ରଣାଳୀ, ନଚେତ୍ ସ୍ଵାସ୍ଥ୍ୟ ଉପରେ ପଡ଼ିପାରେ ଖରାପ ପ୍ରଭାବ

ବାଦାମରେ ଅଧିକ ପରିମାଣରେ ପୋଷକ ତତ୍ତ୍ଵ ରହିଥାଏ, ଏହା ଆମ ଶରୀରକୁ ଚିକ୍କଣ କରିବା ସହ ହାର୍ଟକୁ ସୁସ୍ଥ ଏବଂ ନିରୋଗ ରଖିଥାଏ। ଅନେକ ଲୋକ ସବୁଦିନ ବାଦାମ ଖାଇଥାନ୍ତି। ଏହା ପାଟିକୁ ସୁଆଦିଆ ଲାଗିବା ସହିତ, ସ୍ଵାସ୍ଥ ପାଇଁ ମଧ୍ୟ ଖୁବ ଉପକାରୀ। ମାତ୍ର ବାଦାମ ଖାଇବାର ଶୈଳୀ ଯଦି ଠିକ୍ ନରୁହେ ତେବେ ଆମ ଶରୀର ପାଇଁ କ୍ଷତି ହୋଇପାରେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ।

ଆୟୁର୍ବେଦ ଅନୁଯାୟୀ ବାଦାମର ଚୋପାକୁ ଛଡ଼ାଇ ଖାଇବାକୁ ପରାମର୍ଶ ଦିଯାଇଛି। କାରଣ ବାଦାମର ଚୋପା ହଜମ କରେଇବାରେ ଅସୁବିଧା କରାଇଥାଏ । ତେଣୁ ବାଦାମକୁ ପାଣିରେ ଭିଜାଇବା ପର ଚୋପା ଛଡ଼ାଇ ଖାଇବାକୁ ପରାମର୍ଶ ଦିଆଯାଇଛି। ବାଦାମକୁ ଭିଜାଇ ଖାଇବା ଦ୍ଵାରା ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ। ଏହିପରି ଭାବରେ ବାଦାମ ଖାଇବା ଦ୍ୱାରା ଶରୀରକୁ ବାଦାମରେ ଥିବା ସମସ୍ତ ପୋଷକ ତତ୍ତ୍ୱ ମିଳିଥାଏ | ଏଥିରେ ମ୍ୟାଗ୍ନେସିୟମ, ଫସଫରସ, କପର, ଭିଟାମିନ୍ ଇ, ଭିଟାମିନ୍ ବି୧, ବି୩, ବି୯, ମିନେରାଲ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ।

ଶୁଖିଲା ବାଦାମ ଖାଇବା ଦ୍ଵାରା ବଢ଼ିଥାଏ ପିତର ମାତ୍ରା

ବାଦାମକୁ ନଭିଜାଇ କିମ୍ଵା ନଛଡ଼ାଇ ଖାଇଲେ ରକ୍ତରେ ପିତର ମାତ୍ରା ବଢିଯାଏ। ତେଣୁୁ ବାଦାମକୁ ଖାଇବାର ଭଲ ଉପାୟ ହେଉଛି ଉଷୁମ ପାଣିରେ ବାଦାମକୁ ଭିଜାଇ ରାତିସାରା ରଖିବା ପରେ ସକାଳେ ଚୋପାକୁ ଛଡ଼ାଇ ଖାଇଲେ ଭଲ। ବାଦାମ ସହିତ କିସମିସ୍ ଏବଂ ଖଜୁରୀ ମଧ୍ୟ ଖାଇପାରିବେ | ଗୋଟିଏ ଦିନରେ ପ୍ରାୟ ୧୦ ଟି ବାଦାମ ଖାଇପାରିବେ |

best-way-to-have-almonds-amp

ଖାଲିପେଟରେ ବାଦାମ ଖାଇବା ଅନୁଚିତ୍

ଖାଲି ପେଟରେ ବାଦାମ କେବେବି ଖାଆନ୍ତୁ ନାହିଁ । ଖାଲି ପେଟରେ ବାଦାମ ଖାଇବା ଦ୍ଵାରା ପିତ ବଢିଥାଏ ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣ ଖାଲି ପେଟରେ ଅଛନ୍ତି ତେବେ ପନିପରିବା ଓ ଫଳ ସହିତ ବାଦାମ ଖାଇପାରିବେ।

ବାଦାମ ଚୋପାରେ ଟେନିନ୍ ଥାଏ

ବାଦାମ ଚୋପାରେ ଟେନିନ୍ ଥିବାରୁ ପୋଷକ ତତ୍ତ୍ୱ ଶରୀରକୁ ଯାଇପାରେ ନାହିଁ । ଯେତେବେଳେ ଆପଣ ବାଦାମକୁ ଭିଜାଇ ଦିଅନ୍ତି, ବାଦାମର ଚୋପା ଆପେ ଆପେ ବାହାରିଯାଏ | ଏମିତି ଖାଇବା ଦ୍ଵାରା ଏହାର ସମସ୍ତ ପୋଷକ ତତ୍ତ୍ୱର ଲାଭ ପାଇପାରିବେ।

ବାଦାମ ଖାଇବାର ଲାଭ

ବାଦାମରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ହୋଇ ରହିଛି। ଏହାକୁ ନିୟମିତ ଭିଜାଇ ଖାଇବା ଦ୍ଵାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଭିଟାମିନ୍ ବି-୧୭ ଏବଂ ଫୋଲିକ୍ ଏସିଡ୍ ମଧ୍ୟ ଭିଜାଯାଇଥିବା ବାଦାମରେ ମିଳିଥାଏ, ଯାହା କର୍କଟ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ଏବଂ ଏହା ଶରୀରରେ ଟ୍ୟୁମର ବୃଦ୍ଧିକୁ ବନ୍ଦ କରିପାରେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.