ଜାଣନ୍ତୁ ଗର୍ଭାବସ୍ଥା ସମୟରେ ହେୟାର କଲର କରିବା କେତେ ସୁରକ୍ଷିତ ?

ଡାକ୍ତର ଗର୍ଭବତୀ ମହିଳାଙ୍କ ଖାଦ୍ୟଠାରୁ ଆରମ୍ଭ କରି ପ୍ରତିଦିନର ସମସ୍ତ କାର୍ଯ୍ୟକୁ ନେଇ ପରାମର୍ଶ ଦିଅନ୍ତି । ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ କେମିକାଲ ଥିବା ସାମଗ୍ରୀ ଠାରୁ ଦୂରେଇ ରହିବା ପାଇଁ କୁହାଯାଏ । ଏପରି ପରିସ୍ଥିତିରେ ଗର୍ଭାବସ୍ଥାରେ ହେୟାର କଲର କରିବା ଠିକ୍‌ କି ନୁହେଁ ଏହା ଏକ ପ୍ରଶ୍ନ ହୋଇଛି ।

ଗର୍ଭାବସ୍ଥା ସମୟରେ ମହିଳାମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖାଯାଏ । ସେଥିପାଇଁ ଡାକ୍ତର ଗର୍ଭବତୀ ମହିଳାଙ୍କ ଖାଦ୍ୟଠାରୁ ଆରମ୍ଭ କରି ପ୍ରତିଦିନର ସମସ୍ତ କାର୍ଯ୍ୟକୁ ନେଇ ପରାମର୍ଶ ଦିଅନ୍ତି । ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ କେମିକାଲ ଥିବା ସାମଗ୍ରୀ ଠାରୁ ଦୂରେଇ ରହିବା ପାଇଁ କୁହାଯାଏ । ଏପରିସ୍ଥିତିରେ ଗର୍ଭାବସ୍ଥାରେ ହେୟାର କଲର କରିବା ଠିକ୍‌ କି ନୁହେଁ ଏହା ଏକ ପ୍ରଶ୍ନ ହୋଇଛି ।

ଗର୍ଭାବସ୍ଥା ସମୟ ମହିଳାମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ଦିନମାନଙ୍କରେ ସମସ୍ତ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ ଗର୍ଭାବସ୍ଥା ସମୟରେ ହେୟାର କଲର କରିବା ସୁରକ୍ଷିତ ନା ସୁରକ୍ଷିତ ନୁହେଁ ଆସନ୍ତୁ ଜାଣିବା ।

ମହିଳାମାନେ ଗର୍ଭଧାରଣ କରିଥିବା ସମୟରେ ଶରୀରରେ ଅନେକ ପ୍ରକାରର ହରମୋନାଲ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଏହି ସମୟରେ ନିଜର ଅଧିକ ଧ୍ୟାନ ନେବା ଜରୁରୀ ହୋଇଥାଏ । ସେଥିପାଇଁ ଏହି ସମୟରେ କିଛି ଖାଦ୍ୟ, ମେଡିସିନ୍‌, ମଦ୍ୟପାନ ଓ ଧୂମପାନ ଭଳି ଜିନିଷରୁ ଦୂରେଇ ରହିବା ଉଚିତ୍‌ ।

ବର୍ତ୍ତମାନ ସମୟରେ ହେୟାର କଲର କରିବା ଟ୍ରେଣ୍ଡ ହୋଇଗଲାଣି । ସେଥିପାଇଁ ଗର୍ଭବତୀ ଥିବା ମହିଳାମାନେ ହେୟାର କଲର କରିବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ନା ଭୁଲ ଆସନ୍ତୁ ଜାଣିବା । ତେବେ ଗର୍ଭାବସ୍ଥା ସମୟରେ ପ୍ରତିଦିନ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ମହିଳାଙ୍କୁ ଏହି ସବୁ ଜିନିଷରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଏ ।  ଯେପରି ମା ଓ ଶିଶୁକୁ ଏହି ସବୁ ଜିନିଷରୁ କୌଣସି କ୍ଷତି ନପହଞ୍ଚିବ । ଏଥି ସହିତ ହେୟାର କଲରରେ ଅନେକ ପ୍ରକାର କେମିକାଲ ମିଶିଥାଏ । ସେଥିପାଇଁ ଗର୍ଭବତୀ ମହିଳାଙ୍କ ପାଇଁ ଏହା ସୁରକ୍ଷିତ କି ନୁହେଁ ଏହାକୁ ବ୍ୟାବହାର କରିବା ପୂର୍ବରୁ ଭଲ ଭାବେ ଜାଣିବା ଉଚିତ୍‌ ।

ଗର୍ଭାବସ୍ଥାରେ ହେୟାର କଲର :
ବର୍ତ୍ତମାନ ହେୟାର କଲରରେ ଅନେକ କେମିକାଲ ବ୍ୟବହାର କରାଯାଉଛି ।  ନିକଟରେ ହୋଇଥିବା ଅଧ୍ୟୟନରେ ପ୍ରଶ୍ନ ଉଠିଛି ଯେ ଗର୍ଭବତୀ ମହିଳା ହେୟାର କଲର କରିବେ ନା ନାହିଁ । ଏହି ବିଷୟରେ ମହିଳାମାନଙ୍କ ଡାକ୍ତର ସେଲିନା ଜିନୋଟି ଏକ ମତ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ଗର୍ଭବତୀ ମହିଳା ହେୟାର କଲର କରିବା ସୁରକ୍ଷିତ କି ନୁହେଁ ତାହା ଠିକ୍‌ ଭାବେ ଜଣା ନାହିଁ । କିନ୍ତୁ ହେୟାର କଲର ଦ୍ୱାରା ସର୍ବନିମ୍ନ କେମିକାଲ ଶରୀର ମଧ୍ୟକୁ ଯାଇଥାଏ ।

ମହିଳାଙ୍କ ପାଇଁ କଲର କରିବା ସୁରକ୍ଷିତ କି ନୁହେଁ ତାହା ସଠିକ୍‌ ଭାବେ ନ ଜାଣିବାରର କାରଣ ହେଉଛି, ଗର୍ଭବତୀ ଥିବା ସମୟରେ ମହିଳାଙ୍କ ଉପରେ କୌଣସି ପ୍ରକାରର କ୍ଲିନିକାଲ ପରୀକ୍ଷା କରାଯାଏନାହିଁ । ତଥାପି କିଛି ପ୍ରମାଣ ଏମିତି ଅଛି ଯେ ଗର୍ଭବତୀ ମହିଳା ହେୟାର କଲର କରିପାରିବେ । କିନ୍ତୁ  ନିର୍ଦ୍ଦିଷ୍ଟ କଥାର ଧ୍ୟାନ ରଖିବା ବହୁତ ଜରୁରୀ ହୋଇଥାଏ ।

କେଉଁ ସମୟରେ କରିବେ ହେୟାର କଲର :
ଡାକ୍ତର ସେଲିନା ଜିନୋଟି କହିଛନ୍ତି ଯେ ଗର୍ଭାବସ୍ଥାର ପ୍ରଥମ ତିନି ମାସ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସମୟରେ ପେଟରେ ପିଲାର ବୃଦ୍ଧି ଓ ବିକାଶ ହୁଏ । ପ୍ରଥମ  ତିନି ମାସରେ ପିଲାର ମସ୍ତିଷ୍କ ଓ ମେରୁଦଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗଠନ ହୋଇଥାଏ । ସେଥିପାଇଁ ସତର୍କ ରହିବା ଜରୁରୀ । ଯଦି ହେୟାର କଲର କରିବାର ଅଛି ତେବେ ପ୍ରଥମ ତିନି ମାସ ପୂରା ହେବା ପାଇଁ ଅପେକ୍ଷା କରିବା ଉଚିତ୍। ଏହା ସହିତ ଜିନୋଟିଙ୍କ ରିପୋର୍ଟ ମୁତାବକ ଗର୍ଭାବସ୍ଥାର ୧୩ ସପ୍ତାହ ପର୍ଯ୍ୟନ୍ତ ହେୟାର କଲର ନକରିବା ଉଚିତ୍‌ । ଏହା ମଧ୍ୟ ଧ୍ୟାନ ରଖିବା ଉଚିତ୍‌ ଯେ ଯଦି ଗର୍ଭାବସ୍ଥା ସମୟରେ ହେୟାର କଲର କରୁଛନ୍ତି, ତାହେଲେ ହର୍‌ବାଲ୍‌ କଲର ବ୍ୟବହାର କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.