ବଡ଼ ଧାର୍ମିକ ପ୍ରବୃତିର ହୋଇଥାନ୍ତି ଛୋଟ ଆକୃତିର ଆଙ୍ଗୁଠି ବାଲା ଲୋକେ, ଆପଣଙ୍କ ହାତରୁ ଜାଣନ୍ତୁ କ’ଣ ଖାସ୍‌ ସ୍ୱଭାବ

ହସ୍ତରେଖା ଶାସ୍ତ୍ର ଅନୁଯାୟୀ ହାତର ରେଖାରୁ ହିଁ ବ୍ଯକ୍ତିଙ୍କ ଜୀବନ ବିଷୟରେ କିଛି ଜାଣିବାକୁ ମିଳିଥାଏ। କୁହାଯାଇଥାଏ ହାତର ରେଖା କୌଣସି ବ୍ଯକ୍ତିଙ୍କ ଜୀବନର ରହସ୍ଯ ବିଷୟରେ ଜଣାଇବାରେ ସକ୍ଷମ ହୋଇଥାଏ। ହାତର ରେଖା ମାଧ୍ଯମରେ ବ୍ଯକ୍ତିଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ଯତ ଏହି ତିନଟି ରାଜ୍ ବିଷୟରେ ଜଣାପଡିଥାଏ। ସେହିପରି ହସ୍ତ ଆଙ୍ଗୁଳିରୁ ମଧ୍ୟ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁତ କିଛି ଜଣାପଡ଼ିଥାଏ । ଆଙ୍ଗୁଠିରୁ ବ୍ୟକ୍ତିର ସ୍ୱଭାବ ଓ କିଛି ଖାସ ବିଷୟରେ ଜଣାପଡେ ।

୧. ଛୋଟ ଆଙ୍ଗୁଠି :

ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କର ଆଙ୍ଗୁଠି ଛୋଟ ହୋଇଥାଏ, ସେମାନେ ଧର୍ମ କର୍ମ କାମରେ ବହୁତ ଋଚି ରଖିଥନ୍ତି । ଏଥି ସହିତ ଏହି ଲୋକଙ୍କର ସ୍ୱଭାବ ଦାର୍ଶନିକ ହୋଇଥାଏ । ଏହି ଲୋକଙ୍କୁ କିଛି ବି ଛୋଟ କଥା ଖରାପ ଲାଗିଯାଇଥାଏ । ଯେଉଁଥିପାଇଁ ସେମାନେ ଏହି କଥାକୁ ନେଇ ଦୀର୍ଘ ସମୟ ଯାଏ ଚିନ୍ତା କରିଥାନ୍ତି । ଛୋଟ ଆଙ୍ଗୁଠି ବାଲା ବ୍ୟକ୍ତି ସାମନା ଲୋକଙ୍କ ମନରେ କ’ଣ ଚାଲୁଥାଏ ମାପିନେଇଥାନ୍ତି ।

୨. ନରମ ଆଙ୍ଗୁଠି :

କୁହାଯାଏ ଯେଉଁ ଲୋକଙ୍କର ଆଙ୍ଗୁଠି ନରମ ହୋଇଥାଏ, ସେମାନେ ବହୁତ ଭାବୁକ ହୋଇଥାନ୍ତି । ଏହି ଲୋକମାନେ ଯେପରି ମନରେ ହୋଇଥାନ୍ତି ସେପରି ବାହାରେ ହୋଇଥାନ୍ତି । ଅର୍ଥାତ ଏହି ଲୋକ ପିଠି ପଛରେ କିଛି କରନ୍ତି ନାହିଁ,ଯାହା କୁହନ୍ତି ମୁହଁ ଉପରେ କହି ଦିଅନ୍ତି । ଏମାନେ ସୁଖ ସୁବିଧାରେ ଜୀବନ ବ୍ୟତୀତ କରିବାକୁ ପସନ୍ଦ କରନ୍ତି ।

୩. ପତଲା ଆଙ୍ଗୁଠି :

ହସ୍ତ ରେଖା ଶାସ୍ତ୍ର କହିଥାଏ ଯେଉଁ ଆଙ୍ଗୁଠି ପତଳା ଓ ଲମ୍ବା ହୋଇଥାଏ,ଏମାନେ ସାହସୀ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜ କ୍ୟାରିଅରରେ ଆଗକୁ ଯିବା ପାଇଁ ରିସ୍କ ନେବାକୁ ମଧ୍ୟ ପସନ୍ଦ କରନ୍ତି । ଏମାନେ ସର୍ବଦା ଧନ ସମ୍ପର୍କରେ ଭାବନ୍ତି ଓ ଏଥିପାଇଁ କଡ଼ା ପରିଶ୍ରମ କରନ୍ତି । ସୁଖ ସୁବିଧାରେ ଜୀବନ ବିତାଇବାକୁ ଏମାନେ ପସନ୍ଦ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.