Below header

ଶୀତ ଦିନରେ ବାରମ୍ବାର ପରିସ୍ରା ଲାଗୁଛିକି ? ତେବେ ଜାଣନ୍ତୁ କେମିତି ପାଇବେ ଏହି ସମସ୍ୟାରୁ ମୁକ୍ତି

ଅଧିକାଂଶ ଲୋକଙ୍କୁ ଶୀତ ଦିନରେ ଅଧିକ ଥର ପରିସ୍ରା ଲାଗିଥାଏ । ଅନ୍ୟ ଋତୁ ଅପେକ୍ଷା ଏହି ଦିନରେ ଲୋକେ ଅଧିକ ମାତ୍ରାରେ ରୋଗରେ ପଡୁଥିବାରୁ ଏହି ସମସ୍ୟା ଦେଖାଦେଉଥିବା ଜଣାଯାଇଛି । ଆଉ ୩୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦିଏ । ଦିନ ହେଉ ଅବା ରାତି ବାରମ୍ବାର ଟଏଲେଟ ଯାଇ ଅନେକେ ବିରକ୍ତ ହୋଇଯାନ୍ତି । ତେବେ ଜାଣିବାକୁ ଚାହୁଁଛନ୍ତି ନା ଏହି ସମସ୍ୟାର ପ୍ରକୃତ ଚିକିତ୍ସା କଣ ? କେଉଁ ଉପାୟ ଆପଣେଇଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ତେବେ ଆସନ୍ତୁ ସେ ଉପରେ ଏକ ନଜର ପକାଇବା ।

– ଶୀତ ଦିନରେ ଅଧିକ ଥର ପରିସ୍ରା ଲାଗିବାକୁ କମାଇବା ପାଇଁ କିଛି ଜଣ ପାଣି ପିଇବା କମାଇ ଦିଅନ୍ତି । କେତେକ ତ ବନ୍ଦ ବି କରି ଦିଅନ୍ତି । କିନ୍ତୁ ଜାଣିରଖିବା ଉଚିତ ଏମିତି କରିବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ହିଁ ପଡିଥାଏ । ଫଳରେ ପ୍ରାଇଭେଟ ପାର୍ଟ ଲାଲ ପଡିବା ସହ ଜଳାପୋଡ଼ା ହୋଇଥାଏ । ଏହା ବାଦ ପେଟରେ ଇନଫେକ୍ସନ ହୋଇଥାଏ । ତେଣୁ ନିଜ ଭ୍ରମକୁ ଦୂର କରିବା ଉଚିତ ଓ ଆବଶ୍ୟକତା ଅନୁସାରେ ପିଇବା ଉଚିତ ।

urination

– ଶରୀରର ତାପମାତ୍ରା କମିଲେ ଏହି ସମସ୍ୟା ଅଧିକ ଦେଖାଦିଏ । ଆଉ ଅଧିକ ଥର ଟଏଲେଟ ଯାଉଥିବା ବ୍ୟକ୍ତିଙ୍କ ଠାରେ ଡେଏରେସିସ ପରି ସମସ୍ୟା ଦେଖାଦେଇପାରେ । ତେଣୁ ଏହି ସମସ୍ୟାରୁ ତ୍ରାହି ପାଇବାକୁ ଚାହୁଁଥିଲେ ଶରୀରର ଜଳୀୟ ମାତ୍ରରେ ସନ୍ତୁଳନ ରଖିବା ଜରୁରୀ ।

– ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ପ୍ରାୟ ତିନି ଜଣରୁ ଜଣଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଦିଏ ।

– ଶରୀର ଭିତର ତାପମାତ୍ରା ୩୬ ରୁ ୩୭ ଡିଗ୍ରୀ ସେଲ୍ସିୟସ ଭିତରେ ରହିବା ନିହାତି ଜରୁରୀ । କିନ୍ତୁ ଶୀତ ଦିନେ ଏଥିରେ ଅସନ୍ତୁଳନ ଆସିଥାଏ । ଆଉ ଏହି କାରଣରୁ ହିଁ ଶରୀରର ବ୍ଲଡ଼ ଭେସେଲସ ଦୁର୍ବଳ ହୋଇପଡେ । ଯାହାର ସିଧାସଳଖ ପ୍ରଭାବ ଆମ କିଡ୍ନୀ ଉପରେ ପଡିଥାଏ । ଯଦି ଆପଣ ବାରମ୍ବାର ପରିସ୍ରା ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ ଗରମ ଗରମ ଖାଦ୍ୟ ଖାଇକି ଶରୀରର ତାପମାତ୍ରା ବଢାଇବାକୁ ଚେଷ୍ଟା କରନ୍ତୁ । ଏହି ଦିନ ଉଷୁମ ପାଣି ପିଇବା ବି ଏକ ଭଲ ଅଭ୍ୟାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.