ଆଜି ଜଳଖିଆରେ ବନାନ୍ତୁ ଚୁଡ଼ା କଟଲେଟ୍‌, ପିଲାମାନେ ହାତ ଚାଟି ଖାଇବେ

ଜଳଖିଆରେ ଚୁଡ଼ା ଖାଇବା ଶରୀର ପାଇଁ ବେଶ୍‌ ଉତ୍ତମ ହୋଇଥାଏ। ଯଦି ଚୁଡ଼ାରେ କୌଣସି ଚଟ୍‌ପଟା ରେସିପି ଟ୍ରାଏ କରିବାକୁ ଚାହୁଁଛନ୍ତି, ତେବେ ଚୁଡ଼ା କଟ୍‌ଲେଟ୍‌ ଟ୍ରାଏ କରନ୍ତୁ। ଆସନ୍ତୁ ଜାଣିବା ଏହାର ରେସିପି…

ସାମଗ୍ରୀ:

ଚୁଡ଼ା- ୨ କପ୍‌
ସିଝା ଆଳୁ –୩
ଛୋଟ ଛୋଟ ଖଣ୍ଡ ପନିର-୧/୪ କପ୍‌
ଗୁଣ୍ଡ କଟା ଯାଇଥିବା ଗାଜର-୧/୪ କପ୍‌
ଗରମ ମସଲା ପାଉଡର-୧/୨ ପାଉଡର
ଗୋଲମରିଚ ଗୁଣ୍ଡ-୧/୨ ପାଉଡର
ଚାଟ୍‌ ମସଲା ପାଡର-୧ ଚାମଚ
ଲଙ୍କା ଗୁଣ୍ଡ- ୧/୨ ଚାମଚ
କଟା ଅଦା
ଲଙ୍କା
ଲେମ୍ବୁ ରସ- ୧ ଚାମଚ
ଧନିଆ ପତ୍ର
ବ୍ରେଡ୍‌ କ୍ରମ୍ସ-୧/୨ କପ୍‌
ତେଲ ଆବଶ୍ୟକ ଅନୁସାରେ
ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ଚୁଡ଼ାକୁ ପ୍ରଥମେ ଧୋଇ ୧୦ ମିନିଟ୍‌ ପାଇଁ ଶୁଖାଇ ଦିଅନ୍ତୁ। ଏବେ ସିଝା ଆଳୁରେ ଗାଜର, ପନିର, ଲୁଣ, ଗୋଲ ମରିଚ ଗୁଣ୍ଡ, ଗରମ ମସଲା ପାଉଡର, ଚାଟ ମସଲା ପାଉଡର, ଲାଲ ଲଙ୍କା ଗୁଣ୍ଡ, କଟା ଅଦା, ଧନିଆ ପତ୍ର, କଟା ଲଙ୍କା ଓ ଲେମ୍ବୁ ରସ ମିଶାଇ ଭଲ ଭାବେ ଚକୁଟି ଦିଅନ୍ତୁ। ଏବେ ଏଥିରେ ଚୁଡ଼ାକୁ ମିଶାଇ କଟ୍‌ଲେଟ୍‌ ପ୍ରସ୍ତୁତ କରନ୍ତୁ।

ବର୍ତ୍ତମାନ ଆଉ ଏକ ପାତ୍ରରେ ମଇଦାରେ ପାଣି ମିଶାଇ ଏକ ପତଳା ଘୋଳ ବନାନ୍ତୁ। ଏହି ଘୋଳରେ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ପୂର୍ବରୁ ପ୍ରସ୍ତୁତ କଟଲେଟ୍‌କୁ ଏହି ଘୋଳରେ ବୁଡ଼ାଇ ବ୍ରେଡ୍‌ କ୍ରମ୍ସରେ ଗଡ଼ାନ୍ତୁ। ଏବେ କଡ଼େଇରେ ଛାଣିବା ଭଳି ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲେ କଟ୍‌ଲେଟ୍‌କୁ ଛାଣନ୍ତୁ। ସୁନେଲି ରଙ୍ଗ ହୋଇଗଲେ ପ୍ଲେଟ୍‌କୁ କାଢ଼ି ଧନିଆ ଚଟଣି ସହ ସର୍ଭ କରନ୍ତୁ ଚୁଡ଼ା କଟଲେଟ୍‌।

You might also like