ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି କି? ତା’ ହେଲେ ଆଜି ହିଁ ଡାଏଟ୍‌ରେ ସାମିଲ କରନ୍ତୁ ଅଙ୍ଗୁର, ଜାଣନ୍ତୁ ଫାଇଦା

ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ। ଏଥିପାଇଁ ତ କୁହାଯାଏ, ଡାଏଟ୍‌ରେ ଫଳ ନିଶ୍ଚୟ ସାମିଲ କରନ୍ତୁ। କିନ୍ତୁ ଅଙ୍ଗରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍‌-ସି ଏବଂ ଭିଟାମିନ୍‌-ଇ ମିଳିପାରିବ। ଆୟୁର୍ବେଦରେ ବି ଏହାର ଅନେକ ଫାଇଦା ବିଷୟରେ କୁହାଯାଇଛି, ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱର ଅଭାବ ପୂରଣ ହୋଇଥାଏ।

ଖାସ୍‌ କରି, ଶୀତଦିନେ ଆପଣଙ୍କୁ ନିଜ ଖାଦ୍ୟରେ ଅଙ୍ଗୁର ନିଶ୍ଚୟ ସାମିଲ କରିବା ଉଚିତ୍‌। ଆପଣ ଚାହିଁଲେ, ହାଲୁକା ସବୁଜ ରଙ୍ଗର ଅଙ୍ଗୁର ନେଇପାରିବେ ନଚେତ୍‌ କଳା ଅଙ୍ଗୁର ମଧ୍ୟ ଖାଇପାରିବେ। ଏହି ଦୁଇଟି ଯାକ ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

ଶୀତଦିନେ ଅଙ୍ଗୁର ଖାଇବାର ଫାଇଦା

-ଯେଉଁ ଲୋକମାନଙ୍କୁ ମାଇଗ୍ରେନ୍‌ ସମସ୍ୟା ରହିଛି, ସେମାନେ ନିହାତି ଭାବେ ଅଙ୍ଗୁର ସେବନ କରିବା ଦରକାର। ଯଦି ମାଇଗ୍ରେନ୍‌ ସମସ୍ୟାର ତୁରନ୍ତ ପରେ ଅଙ୍ଗୁର ଖିଆଯିବ, ତା’ ହେଲେ ଏଥିରୁ ବହୁତ ଫାଇଦା ମିଳିପାରିବ। ମାଇଗ୍ରେନ୍‌ରୁ ମୁକ୍ତି ପାଇବା ପାଇଁ ଅଙ୍ଗୁର ରସ ମଧ୍ୟ ବହୁତ ଉପକାରୀ ପ୍ରମାଣିତ ହୋଇଥାଏ।

-ଅଙ୍ଗୁରରେ ଭିଟାମିନ୍‌-ସି ଭରପୂର ମାତ୍ରାରେ ରହିଛି। ତେଣୁ ଏହା ଥଣ୍ଡା, ସର୍ଦ୍ଦି ଭଳି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଶୀତଦିନେ ଅଙ୍ଗୁରର ସେବନ ଅବଶ୍ୟ କରିବା ଉଚିତ୍‌। କାହିଁକି ନା, ଏହି ଋତୁରେ ହିଁ ଲୋକମାନଙ୍କୁ ଅଧିକ ଥଣ୍ଡା, ସର୍ଦ୍ଦି ହୋଇଥାଏ।

-ଯଦି ଆପଣଙ୍କ ଘରେ କାହାକୁ ଉଚ୍ଚ ରକ୍ତଚାପର ସମସ୍ୟା ରହିଛି, ତା’ ହେଲେ ଅଙ୍ଗୁର ସେମାନଙ୍କ ପାଇଁ ଏକ ରାମବାଣ ଉପାୟ। ଅଙ୍ଗୁରର ସେବନ ରକ୍ତଚାପକୁ କଣ୍ଟ୍ରୋଲ କରି ଉପଶମ ପ୍ରଦାନ କରିଥାଏ। ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସପ୍ତାହରେ ୩ କିମ୍ବା ୪ ଦିନ ନିଶ୍ଚୟ ଅଙ୍ଗୁର ସେବନ କରନ୍ତୁ।

grapes2
photo: heart bows makeup

-ଯଦି କୌଣସି ବ୍ୟକ୍ତିଙ୍କୁ ସୁଗାର ରହିଛି ଏବଂ ସେ ଏହାକୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି, ତା’ ହେଲେ ଅଙ୍ଗୁରର ସେବନ ବହୁତ ଲାଭଦାୟକ ପ୍ରମାଣିତ ହେବ। ଏହାକୁ ଖାଇବା ଦ୍ୱାରା ସୁଗାର ଲେବଲ କମ୍‌ ରହିଥାଏ ଏବଂ ଶରୀରରେ ଆଇରନର ଅଭାବ ମଧ୍ୟ ଅନେକାଂଶରେ ପୂରା ହୋଇଥାଏ।

-ଅଙ୍ଗୁରରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହାକି ଥଣ୍ଡା, ସର୍ଦ୍ଦି ସମେତ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଏଥି ସହିତ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଆପଣଙ୍କ କୋଶିକାଗୁଡ଼ିକୁ ହାନିକାରକ ବ୍ୟାକ୍ଟେରିଆ ଏବଂ ବିଭିନ୍ନ ଭାଇରସ୍‌ରୁ ରକ୍ଷା କରିଥାଏ।

-ଆଜିକା ଦିନରେ ସାରା ବିଶ୍ୱରେ ହୃଦୟ ସମ୍ବନ୍ଧୀୟ ରୋଗରେ ଅନେକ ଲୋକ ଜୁଝି ହେଉଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରୁ ରକ୍ଷା ପାଇବା ପାଇଁ ଅଙ୍ଗୁର ବହୁତ ଲାଭଦାୟକ ହୋଇପାରିବ। ଅଙ୍ଗୁର ଖାଇଲେ ହୃଦୟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ।

-କେବଳ ଏତିକି ନୁହେଁ, ଅଙ୍ଗୁର ଏମିତି ଏକ ଫଳ, ଯାହାକୁ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ। ଯେଉଁ ଲୋକମାନଙ୍କୁ ଭୋକ ହୁଏନାହିଁ କି ସେମାନଙ୍କ ଓଜନ କମ୍‌ ଥାଏ, ତା’ ହେଲେ ସେମାନେ ଅଙ୍ଗୁର ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.