ଆପଣଙ୍କ ସ୍ତ୍ରୀଙ୍କଠାରେ ଅଛି କି ଏ ସବୁ ଗୁଣ, ତା’ହେଲେ ଆପଣ ପୂରା ଭାଗ୍ୟଶାଳୀ

ହିନ୍ଦୁ ଧର୍ମରେ ସ୍ତ୍ରୀକୁ ସ୍ୱାମୀର ଅର୍ଦ୍ଧାଗିନୀ ବୋଲି କୁହାଯାଇଥାଏ, ଯାହାର ଅର୍ଥ ସ୍ତ୍ରୀ ହେଉଛି ସ୍ୱାମୀ ଶରୀରର ଅଧା ଅଙ୍ଗ। ମହାଭାରତରେ ଭୀଷ୍ମ ପିତାମହ କହିଥିଲେ, ସ୍ତ୍ରୀକୁ ସବୁବେଳେ ପ୍ରସନ୍ନ ରଖିବା ଉଚିତ। କାରଣ, ତାଙ୍କଠାରୁ ହିଁ ବଂଶର ବୃଦ୍ଧି ହୋଇଥାଏ। ଏହାଛଡ଼ା ଅନେକ ଗ୍ରନ୍ଥରେ ସ୍ତ୍ରୀର ଗୁଣ ଏବଂ ଦୁର୍ଗୁଣ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣରେ ବି ସ୍ତ୍ରୀଙ୍କ କିଛି ଗୁଣ ବିଷୟରେ କୁହାଯାଇଛି। ଯେଉଁ ବ୍ୟକ୍ତିଙ୍କ ସ୍ତ୍ରୀଙ୍କଠାରେ ଏହି ଗୁଣସବୁ ଭରିରହିଛି, ସେହି ବ୍ୟକ୍ତିଙ୍କୁ ସ୍ୱୟଂ ଦେବରାଜ ଇନ୍ଦ୍ର ଅର୍ଥାତ୍‌ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ। ଆସନ୍ତୁ ଜାଣିବା କ’ଣ ସେ ସବୁ ଗୁଣ।

୧. ଗୃହ କାଯ୍ୟର୍ରେ ଦକ୍ଷ/ଘର ସମ୍ଭାଳି ନେଉଥିବା ସ୍ତ୍ରୀ

ଯେଉଁ ସ୍ତ୍ରୀ ଘରର ସବୁ କାମ କରିଥାଏ ଅର୍ଥାତ୍‌ ଭୋଜନ ପ୍ରସ୍ତୁତ କରିବାଠୁ ଆରମ୍ଭ କରି କମ୍‌ ଖର୍ଚ୍ଚରେ ଘର ଚଳାଇବା ଯାଏ, ସେ ହିଁ ତା’ ସ୍ୱାମୀର ପ୍ରିୟ ହୋଇଥାଏ। ଯେଉଁମାନଙ୍କଠାରେ ଏହି ଗୁଣ ଭରିରହିଥାଏ, ତାଙ୍କୁ ଗୃହ କାଯ୍ୟର୍ରେ ଦକ୍ଷ ବୋଲି କୁହାଯାଇଥାଏ।

ଏହାସହ ପଢ଼ନ୍ତୁ: କେବଳ ଖାଦ୍ୟ ନୁହେଁ ଶରୀର ପାଇଁ ବେଶ୍‌ ଉପକାରୀ ଆମଚୁର ପାଉଡର, ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

wife4

୨. ପ୍ରିୟବାଦିନୀ/ମିଠା କଥା କହୁଥିବା ସ୍ତ୍ରୀ

ସ୍ତ୍ରୀକୁ ସବୁବେଳେ ନିଜ ସ୍ତ୍ରୀଙ୍କ ସହ ସଂଯମ ଭାଷାରେ କଥା କହିବା ଉଚିତ। ସଂଯମ ଭାଷା ଅର୍ଥାତ୍‌ ଧୀରେ-ଧୀରେ ଏବଂ ପ୍ରେମପୂର୍ବକ। ଯେଉଁ ସ୍ତ୍ରୀ ଏହି ପ୍ରକାର କଥା କହିଥାଏ, ତା’ର ସ୍ୱାମୀ ତା’ କଥାକୁ ଧ୍ୟାନର ସହ ଶୁଣେ ଏବଂ ତା’ର ସବୁ ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରେ। ସ୍ୱାମୀ ଛଡ଼ା ଘରର ଅନ୍ୟ ସଦସ୍ୟ ଯେପରି ଶାଶୁ-ଶ୍ୱଶୁର, ଦିଅର-ଯାଆ, ଦେଢ଼ଶୁର-ଯାଆ, ନଣନ୍ଦ ଆଦିଙ୍କ ସହ ମଧ୍ୟ ପ୍ରେମପୂର୍ବକ କଥା ହେବା ଉଚିତ। କଥା କହିବା ଶୈଳୀ ଦ୍ୱାରା ସ୍ତ୍ରୀ ନିଜ ସ୍ୱାମୀ ଏବଂ ପରିବାର ସଦସ୍ୟଙ୍କ ମନରେ ନିଜ ପ୍ରତି ସ୍ନେହ, ପ୍ରେମ ସୃଷ୍ଟି କରିପାରିବ।

୩. ପତିପରାୟଣା ଅର୍ଥାତ୍‌ ସ୍ୱାମୀଙ୍କ ସବୁ କଥା ମାନୁଥିବା ସ୍ତ୍ରୀ

ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ହିଁ ସର୍ବସ୍ୱ ମାନିଥାଏ, ଅର୍ଥାତ୍‌ ସବୁବେଳେ ତାଙ୍କ ଆଦେଶ ପାଳନ କରିଥାଏ, ତାକୁ ହିଁ ଧର୍ମଗ୍ରନ୍ଥରେ ପତିବ୍ରତା ବୋଲି କୁହାଯାଏ। ପତିବ୍ରତା ସ୍ତ୍ରୀ ସବୁବେଳେ ସ୍ୱାମୀର ସେବାରେ ଲାଗିଥାଏ, କେବେ ବି ତାଙ୍କ ମନକୁ କଷ୍ଟ ହେଲା ଭଳି କଥା କୁହେନି। ସ୍ୱାମୀ ଛଡ଼ା ସ୍ତ୍ରୀ ଆଉ କୌଣସି ପୁରୁଷ କଥା ଭାବି ନ ଥାଏ।

ଏହାସହ ପଢ଼ନ୍ତୁ: ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ ଝଗଡ଼ା ଲାଗୁଛି କି ? ଏହି ଉପାୟରେ କରନ୍ତୁ ସମାଧାନ

wife5

୪. ଧର୍ମକୁ ପାଳନ କରୁଥିବା ସ୍ତ୍ରୀ

ଏକ ସ୍ତ୍ରୀର ପ୍ରଥମ ଧର୍ମ ହେଲା, ସେ ନିଜ ସ୍ୱାମୀ ଏବଂ ପରିବାରର ହିତ ବିଷୟରେ ଭାବିବା। ଏମିତି କୌଣସି କାମ କରିବା ଉଚିତ ନୁହେଁ, ଯଦ୍ଦ୍ଵାରା ସ୍ୱାମୀ ଏବଂ ପରିବାର ସଦସ୍ୟଙ୍କ ମନକୁ ଆଘାତ ଲାଗିବ। ଯେଉଁ ସ୍ତ୍ରୀ ସ୍ନାନ କରିବା ପରେ ସ୍ୱାମୀ ପାଇଁ ସଜେଇ ହୋଇଥାଏ, କମ୍‌ ଖାଇଥାଏ, କମ୍‌ କହିଥାଏ ଏବଂ ସବୁ ମଙ୍ଗଳ ଚିହ୍ନ ଧାରଣ କରିଥାଏ, ତାକୁ ହିଁ ପ୍ରକୃତରେ ସ୍ତ୍ରୀ ବୋଲି ମାନିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.