ଗର୍ଭାବସ୍ଥାରେ ଶୁଣନ୍ତୁ ସ୍ଲୋ ମ୍ୟୁଜିକ୍‌, ଶିଶୁର ସ୍ୱାସ୍ଥ୍ୟ ପାଇଁ ହେବ ଲାଭଦାୟକ

ଗର୍ଭାବସ୍ଥାରେ ମହିଳାମାନେ ଯାହା ବି କରନ୍ତି, ତାହାର ସିଧା ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ଗର୍ଭଧାରଣର ୫ ମାସ ପରେ ଗର୍ଭରେ ବଢ଼ୁଥିବା ଶିଶୁ ମା’ର ଧ୍ୱନିକୁ ଶୁଣି ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଥାଏ। ଗର୍ଭାବସ୍ଥାରେ କାନରେ ହେଡ୍‌ଫୋନ୍‌ ଲଗାଇ ଧିମା ଆବାଜରେ ଗୀତ ଶୁଣିବା ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଶିଶୁର ଶାରୀରିକ ବିକାଶ ବହୁତ ଭଲ ଭାବେ ହୋଇଥାଏ।

ଗର୍ଭାବସ୍ଥା ସମୟରେ ମହିଳାଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ସହ ଗର୍ଭସ୍ଥ ଶିଶୁର ସିଧା ସଂଯୋଗ ଥାଏ। ଧିମା ଆବାଜରେ ସଙ୍ଗୀତ ଶୁଣିବାରେ ଚାପ କମ୍‌ ହୋଇଯାଇଥାଏ, ଯାହାର ଫାଇଦା ଶିଶୁକୁ ମିଳିଥାଏ। ୫୦ ଡେସିବଲରୁ ଅଧିକ ଆବାଜ ଶୁଣିବା ଶିଶୁ ପାଇଁ ହାନିକାରକ ହୋଇଥାଏ। ଶିଶୁର ଶ୍ରବଣ ଶକ୍ତି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

Calm lady wearing on her belly white music headset

ଏହାସହ ପଢ଼ନ୍ତୁ: ସାଙ୍ଗଙ୍କ ସହ ଶେୟାର କରନ୍ତୁନି ଏହି ୬ଟି ଜିନିଷ, ନଚେତ୍‌ ଅଧାରୁ ଭାଙ୍ଗିଯିବ ସମ୍ପର୍କ

ଅଧିକ ଗହଳି ଜାଗାକୁ ଯାଆନ୍ତୁ ନାହିଁ। ବଡ଼ ପାଟିରେ କହିବାରେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ। ଗର୍ଭାବସ୍ଥାରେ ସୁବିଚାର କରିବା ଉଚିତ। ଅନେକ ସର୍ଭେରୁ ଜଣାପଡ଼ିଛି, ଗର୍ଭାବସ୍ଥାରେ ମହିଳାମାନଙ୍କୁ ପ୍ରେରଣାଦାୟକ କାହାଣୀ ଶୁଣାଇବା ଉଚିତ। ଏହାଦ୍ୱାରା ଗର୍ଭସ୍ଥ ଶିଶୁର ମସ୍ତିଷ୍କ ତୀକ୍ଷ୍‌ଣ ହୋଇଥାଏ।

ଗର୍ଭାବସ୍ଥାରେ ଯେଉଁ ମହିଳାମାନଙ୍କୁ ଚାପ କିମ୍ବା ଚିନ୍ତା ରହିଥାଏ, ସେମାନଙ୍କୁ ଲେବର ପେନ୍‌ ବହୁତ ଜଲ୍‌ଦି ଆରମ୍ଭ ହୋଇଯାଇଥାଏ। ଏଥିରେ ଶିଶୁର ଶାରୀରିକ ଏବଂ ମାନସିକ ବିକାଶରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ।

ଏହାସହ ପଢ଼ନ୍ତୁ: ପକେଟ୍‌ରେ ପଇସା ନାହିଁ? ଆପଣାନ୍ତୁ ଏହି ୫ଟି ଉପାୟ

୫ମ ମାସରେ ଶିଶୁର କାନ ଭିତର, ମଧ୍ୟ ଏବଂ ବାହାର ଭାଗ ବିକଶିତ ହେବାରେ ଲାଗିଥାଏ। ୮ ଘଣ୍ଟାରୁ ଅଧିକ ସମୟ ପଯ୍ୟର୍ନ୍ତ କୋଳାହଳ ଭିତରେ ରହିଲେ, ଶିଶୁ ଉପରେ ପ୍ରଭାବ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.