ରାତି ୧୦ରୁ ୧୧ ଭିତରେ ଶୁଅନ୍ତୁ, କମିଯିବ ଷ୍ଟ୍ରୋକ୍ସ ଓ ହାର୍ଟ ଆଟାକ୍‌ ବିପଦ; ୮୮ ହଜାର ଲୋକଙ୍କୁ ନେଇ ହୋଇଥିଲା ରିସର୍ଚ୍ଚ

ହାର୍ଟ ଆଟାକ ଏବଂ ଷ୍ଟ୍ରୋକ୍‌ର ଭୟକୁ କମ୍‌ କରିବାକୁ ଚାହୁଁଛନ୍ତି ଯଦି ରାତି ୧୦ରୁ ୧୧ ଭିତରେ ଶୋଇ ଯାଆନ୍ତୁ। କିଛି ଦିନ ପୂର୍ବେ ହୋଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି। ବୈଜ୍ଞାନିକମାନେ ଏହି ସମୟକୁ ‘ଗୋଲ୍ଡେନ ଆଓ୍ଵାର’ ମଧ୍ୟ କହିଛନ୍ତି। ସେମାନଙ୍କ କହିବା ହେଲା କି, ମଣିଷର ଶୋଇବା ସମୟ ଏବଂ ହୃଦୟ ରୋଗ ମଧ୍ୟରେ ଏକ ସମ୍ପର୍କ ରହିଥାଏ, ଖାସ୍‌ କରି ସେହି ମହିଳାଙ୍କ କ୍ଷେତ୍ରରେ, ଯେଉଁମାନେ ବିଳମ୍ବରେ ଶୋଇ ଥାଆନ୍ତି। ଇଂଲଣ୍ଡର University of Exeterର ବିଶେଷଜ୍ଞମାନେ ସେମାନଙ୍କ ସାମ୍ପ୍ରତିକ ଅନୁସନ୍ଧାନରେ ଏହା ଦାବି କରିଛନ୍ତି। ବିଶେଷଜ୍ଞମାନଙ୍କ କହିବା ହେଲା କି, ମଣିଷର ନିଦ ଏବଂ ହୃଦୟ ରୋଗ ମଧ୍ୟରେ ଏକ ସମ୍ପର୍କ ରହିଛି। ଯେଉଁ ଲୋକ ରାତିରେ ବିଳମ୍ବରେ ଶୋଇ ଥାଆନ୍ତି ଏବଂ ସକାଳେ ବିଳମ୍ବରେ ଉଠି ଥାଆନ୍ତି, ସେମାନଙ୍କ ଶରୀରର ଘଣ୍ଟା ବିଚଳିତ ହୋଇ ଯାଇଥାଏ। ହୃଦୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ରାତିରେ ଜଲ୍‌ଦି ଶୋଇ ହୃଦୟ ରୋଗର ବିପଦକୁ କମ୍‌ କରାଯାଇ ପାରିବ।

୮୮ ହଜାର ଲୋକଙ୍କ ଉପରେ ହୋଇଥିଲା ରିସର୍ଚ୍ଚ

ବିଶେଷଜ୍ଞମାନେ ୪୩ରୁ ୭୪ ବର୍ଷ ବୟସ ମଧ୍ୟରେ ୮୮ ହଜାର ବ୍ରିଟିଶ ନାଗରିକଙ୍କ ଉପରେ ଏହି ରିସର୍ଚ୍ଚ କରିଥିଲେ। ରିସର୍ଚ୍ଚରେ ସାମିଲ ହୋଇଥିବା ଲୋକଙ୍କ ହାତରେ ଟ୍ରାକର ପିନ୍ଧା ଯାଇଥିଲା। ଟ୍ରାକର ଜରିଆରେ ସେମାନଙ୍କ ଶୋଇବା ଏବଂ ଉଠିବାର ଆକ୍ଟିଭିଟି ସବୁ ମନିଟର କରାଯାଇଥିଲା। ଏଥି ସହିତ ସେମାନଙ୍କୁ ଜୀବନଶୈଳୀ ସମ୍ପର୍କରେ ପ୍ରଶ୍ନୋତ୍ତର ମଧ୍ୟ କରାଯାଇଥିଲା। ଏମିତି ଲୋକଙ୍କଠାରେ ହୃଦ୍‌ରୋଗ, ହାର୍ଟ ଆଟାକ, ଷ୍ଟ୍ରୋକ୍‌, ହୃଦୟ ଅକାମୀର ମେଡିକାଲ ରେକର୍ଡ ୫ ବର୍ଷ ପର୍ଯ୍ୟନ୍ତ ରଖାଯାଇଥିଲା ଏବଂ ଏହାର ତୁଳନା କରାଯାଇଥିଲା।

ରିସର୍ଚ୍ଚର ପରିଣାମ କହୁଛି କି, ଯେଉଁ ରୋଗୀ ରାତି ୧୦ରୁ ୧୧ଟା ମଧ୍ୟରେ ଶୋଇବା ଆରମ୍ଭ କରିଥିଲେ, ସେମାନଙ୍କଠାରେ ହୃଦୟ ରୋଗର ମାମଲା ସବୁଠାରୁ କମ୍‌ ଥିଲା। ସେପଟେ ଯେଉଁ ଲୋକ ଅଧ ରାତି ପରେ ଶୋଇଥିଲେ, ସେମାନଙ୍କଠାରେ ଏହି ବିପଦ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ରହିଥିଲା। ୟୁରୋପିୟନ ହାର୍ଟ ଜର୍ନାଲରେ ପବ୍ଲିସ୍‌ ରିସର୍ଚ୍ଚ କହୁଛି, ଆମେ ଲୋକଙ୍କୁ ପ୍ରେରିତ କରୁଛି କି ଜଲ୍‌ଦି ଶୋଇ ହୃଦୟ ରୋଗର ବିପଦକୁ କମ୍‌ କରନ୍ତୁ। ବିଶେଷଜ୍ଞ ଡାକ୍ତର ଡେଭିଡ୍‌ ପ୍ଲାନ୍ସ କୁହନ୍ତି, ୨୪ ଘଣ୍ଟା ଚାଲୁଥିବା ଶରୀର ଭିତରର ଘଣ୍ଟା ହିଁ ଆମକୁ ଶାରୀରିକ ଏବଂ ମାନସିକ ରୂପେ ସୁସ୍ଥ ରଖିଥାଏ। ଏହାକୁ ସର୍କାଡିୟନ ରିଦମ୍‌ କୁହାଯାଏ। ବିଳମ୍ବରେ ଶୋଇଲେ ସର୍କାଡିୟନ ରିଦମ୍‌ ବିଗିଡ଼ି ଯାଇଥାଏ। ଏଥିପାଇଁ ଏଥିରେ ଉନ୍ନତି ଆଣିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.