ଦିନକୁ ଏତିକି ଥର ୟୁରିନ ପାସ୍‌ କରିବା ହୋଇଥାଏ ନର୍ମାଲ, ଏହାଠୁ ଅଧିକ ହେଲେ ହୋଇପାରେ ଏହି ରୋଗର ସଙ୍କେତ

ଅନେକ ଲୋକ ଅଛନ୍ତି, ଯେଉଁମାନେ ଦିନକୁ ବହୁତ ଥର ପରିସ୍ରା ଯାଆନ୍ତି। ପରିସ୍ରା ଆସିବା ଆମ ଦୈନନ୍ଦିନ ଜୀବନ ଉପରେ ନିର୍ଭର କରିଥାଏ। ବିଶେଷଜ୍ଞଙ୍କ ମୁତାବକ, ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୬ରୁ ୮ଥର ୟୁରିନ୍‌ ପାସ୍‌ କରିଥାଏ। କିନ୍ତୁ କେତେକ ଲୋକ ଏହାଠୁ ବି ଅଧିକ ଥର ପରିସ୍ରା ଯାଇଥାଆନ୍ତି। କ’ଣ ଆପଣ ଜାଣିଛନ୍ତି କି, ଏହାର ଅର୍ଥ କ’ଣ ହୋଇପାରେ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ। ଯଦି ଆପଣ ଦିନରେ ଅଧିକ ଥର ୟୁରିନ୍‌ ପାସ୍‌ କରୁଛନ୍ତି, ତ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ।

ଡାଇବେଟିସ୍‌: ବ୍ଲଡରେ ସୁଗାର ଲେବଲ ବଢ଼ିଯିବା ଫଳରେ ଡାଇବେଟିସ୍‌ ଭଳି ରୋଗ ମାଡ଼ି ବସିଥାଏ, ଯେଉଁ କାରଣରୁ ଶରୀରରେ ଏକ୍ସଟ୍ରା ଗ୍ଲୁକୋଜ ତିଆରି ହେବାରେ ଲାଗିଥାଏ। ଏମିତି ହେବା ଦ୍ୱାରା ଗ୍ଲୁକୋଜ ୟୁରିନ ଜରିଆରେ ଶରୀରରୁ ବାହାରି ଯାଇଥାଏ, ଯେଉଁ କାରଣରୁ ଆମକୁ ବାରମ୍ବାର ପରିସ୍ରା ଲାଗିଥାଏ।

କିଡ୍‌ନୀ ଷ୍ଟୋନ: ବାରମ୍ବାର ପରିସ୍ରା ହେବା କିଡ୍‌ନୀ ଷ୍ଟୋନର ମଧ୍ୟ ସଙ୍କେତ ହୋଇଥାଏ। କିଡ୍‌ନୀ ଷ୍ଟୋନ ହେଲେ ବ୍ଲାଡର ଉପରେ ଏହାର ଅଧିକ ଚାପ ପଡ଼ିଥାଏ, ଯଦ୍ଦ୍ଵାରା ବାରମ୍ବାର ପରିସ୍ରା ଆସିଥାଏ।

ୟୁଟିଆଇ: ୟୁରିନାଲ ଟ୍ରାକ୍ଟ ଇନ୍‌ଫେକ୍ସନ ହେବା କାରଣରୁ ବି ଆପଣଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏହି ଇନ୍‌ଫେକ୍ସନ ହେବା ଦ୍ୱାରା ବ୍ଲାଡରରେ ଇରିଟେଶନ ହେବାକୁ ଲାଗିଥାଏ, ଯଦ୍ଦ୍ଵାରା ବାରମ୍ବାର ଟଏଲେଟ ଯିବାକୁ ପଡ଼ିଥାଏ।

ପ୍ରୋଷ୍ଟେଟ୍‌ ଗ୍ଲାଣ୍ଡ ବଢ଼ିବା: ପ୍ରୋଷ୍ଟେଟ୍‌ ଗ୍ଲାଣ୍ଡ କେବଳ ପୁରୁଷଙ୍କ ଶରୀରରେ ହିଁ ହୋଇଥାଏ। ଏହା ବଢ଼ିବା ଦ୍ୱାରା ବାରମ୍ବାର ବାଥରୁମ ଯିବାକୁ ପଡ଼ିଥାଏ। ଏହି ରୋଗରେ ପରିସ୍ରା ଯିବାରେ ବହୁତ ଅସୁବିଧା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.