ଦିନକୁ ସ୍ପେଶାଲ କରିବା ପାଇଁ ପ୍ରସ୍ତୁତ କରନ୍ତୁ ନଡ଼ିଆ ଲଡୁ, ମିନିଟରେ ହେବ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

  • ଦେଢ଼ କପ ନଡ଼ିଆ କୋରା
  • ଅଧା କପ କିମ୍ବା ସ୍ଵାଦନୁସାରେ ଚିନି
  • ଏକ ଚାମଚ ଘିଅ
  • ଅଧା କପ କ୍ଷୀର
  • ଦୁଇ ଚାମଚ ଖୁଆ
  • ଅଧା ଚାମଚ ଅଳ୍ପ ଶୁଖିଲା କୋରା ନଡ଼ିଆ
  • କାଜୁ-ବାଦାମ ଗାରନିସ୍ କରିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

ନଡ଼ିଆ ଲଡୁ ବନାଇବା ପାଇଁ ସର୍ବ ପ୍ରଥମେ ନଡ଼ିଆ କୋରା ନିଅନ୍ତୁ। ଏହାକୁ ଭଲଭାବେ ହାତରେ ଦଳି ଦିଅନ୍ତୁ। ଏହାପରେ ଆପଣ ଏକ ପ୍ୟାନ ନିଅନ୍ତୁ ସେଥରେ ଘିଅ ଏବଂ କୋରା ନଡ଼ିଆକୁ ପକାଇ ଗୋଟେ ମିନିଟ ପାଇଁ ହାଲ୍କା ଆଞ୍ଚରେ ଭାଜି ଦିଅନ୍ତୁ। ଏହାପରେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ ଏବଂ ଏକ ବଡ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏଥିରେ ଗୁଣ୍ଡ କରି ରଖିଥିବା ଚିନିକୁ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଏଥିରେ ମଲାଇ ଏବଂ ଖୁଆ ମିଶାଇ ସବୁକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରୁ ଅଳ୍ପ ଅଳ୍ପ ନେଇ ଗୋଲ ଗୋଲ କରି ଲଡୁ ବନାଇ ଦିଅନ୍ତୁ। ଏହାପରେ ଏହି ଲଡୁକୁ ଅଲଗା ରଖନ୍ତୁ। ଏହାପରେ କାଜୁ ଆଉ ବାଦାମକୁ ନେଇକି ଲଡୁ ଉପରେ ସଜାଇ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.