ବହୁତ କମ୍‌ ସମୟରେ ବନାନ୍ତୁ ଆଳୁ ଚିଲ୍ଲା, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ

ଆପଣ ବହୁତ ପ୍ରକାର ଚିଲ୍ଲା ଖାଇଥିବେ। ଏହା ସ୍ୱାଦିଷ୍ଟ ହେବା ସହିତ ବନାଇବା ବି ପୂରା ସହଜ। ଯଦି ଆପଣଙ୍କୁ ସନ୍ଧ୍ୟାରେ କିଛି ସ୍ନାକ୍ସ ଖାଇବାକୁ ଚାହୁଁଛନ୍ତି ତାହା ପୁଣି କିଛି ନୂଆ ସ୍ୱାଦରେ। ତାହେଲେ ଆମେ ଆଜି ଆପଣଙ୍କ ପାଇଁ ଆଣିଛୁ ଆଳୁ ଚିଲ୍ଲା ରେସିପି। ଆପଣ ଏହାକୁ କେମିତି ସହଜ ଉପାୟରେ ବନାଇବେ ଆସନ୍ତୁ ଜାଣିବା।

କେମିତି କରିବେ ପ୍ରସ୍ତୁତି

ସର୍ବପ୍ରଥମେ ଆପଣଙ୍କୁ ସୁଜି କିମ୍ବା ବେସନର ଘୋଳ ପ୍ରସ୍ତୁତ କରିବାକୁ ହେବ। ଆଜ୍ଞା ହଁ, ଏହାକୁ ସୁଜି ଏବଂ ବେସନ ଉଭୟରେ କୌଣସି ଏକ ଜିନିଷର ବ୍ୟବହାର କରି ପ୍ରସ୍ତୁତି କରିପାରିବେ। ଆପଣ ଆଳର ଚୋପାକୁ ଛଡାଇ ଭଲଭାବେ ଧୋଇ ନିଅନ୍ତୁ। ଧୋଇବା ପରେ ଏହାକୁ କଦ୍ଦୁକସ୍‌ କରନ୍ତୁ। କଦ୍ଦୁକସ୍‌ କରିବା ପରେ ଏହାକୁ ଘୋଳରେ ମିକ୍ସ କରନ୍ତୁ। ଏହାର ଘୋଳ ହାଲକା ଗାଢ଼ା ହେବା ଉଚିତ। ଏହାପରେ ଏଥିରେ ଲୁଣ, ଲଙ୍କା ପାଉଡର ମିଶାନ୍ତୁ। ଏଥିରେ ଆପଣ ଚାଟ ମସଲା ଏବଂ ଗରମ ମସଲା ମଧ୍ୟ ପକାଇ ପାରିବେ। ଆପଣ ଏଥିରେ କଞ୍ଚା ଲଙ୍କା ଏବଂ ଧନିଆ ପତ୍ର ମିଶାନ୍ତୁ। ଯଦି ଛୋଟ ପିଲାଙ୍କ ପାଇଁ ତିଆରି କରୁଛନ୍ତି ତାହେଲେ କଞ୍ଚା ଲଙ୍କାକୁ ନ ପକାଇଲେ ବି ଚଳିବ।

ଏପରି ବନାନ୍ତୁ

ଯଦି ଆପଣଙ୍କ ପାଖରେ ନନଷ୍ଟିକ ତାଓ୍ଵା ରହିଛି ତାହେଲେ ଆପଣ ତାର ବ୍ୟବହାର କରନ୍ତୁ। ଆପଣ ଚାହିଁଲେ ଏହାକୁ ଲୁହା ତାଓ୍ଵାରେ ବି ବନାଇପାରିବେ। ସର୍ବପ୍ରଥମେ ତାଓ୍ଵାରେ ଘିଅ ଲଗାନ୍ତୁ ଏବଂ ଏହାକୁ ଗରମ ହେବାକୁ ଦିଅନ୍ତୁ। ଏହାପରେ ଘୋଳକୁ ତାଓ୍ଵାରେ ଭଲଭାବେ ଗୋଲ କରି ବୁଲାଇ ଦିଅନ୍ତୁ। ଏହା ଭଲଭାବେ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ନଚେତ କଞ୍ଚା ଥିଲେ ଏହା ଛିଡିଯାଇପାରେ। ଏହାକୁ ଦୁଇ ପାଖରୁ ଭଲଭାବେ ସେକିଦିଅନ୍ତୁ ଏବଂ ଚଟଣୀ କିମ୍ବା ଟମାଟୋ ସସ୍‌ ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.