ପାଳଙ୍ଗ ପନୀର ତ ଖାଇଛନ୍ତି ଏବେ ବନାନ୍ତୁ ଧନିଆ ପନୀର, ସ୍ୱାଦ ଏକଦମ୍‌ ଲାଜବାବ୍‌

ଆଳୁ ଭଳି ପନୀରରେ ମଧ୍ୟ ଅନେକ ରେସିପି ବନାଯାଇପାରିବ। ଯେଉଁମାନେ ନିରାମିଶାସୀ, ସେମାନଙ୍କର ପ୍ରିୟ ହୋଇଥାଏ ପନୀର। ଭେଜ୍‌ ତରକାରୀ ଅବା ରେସିପିରେ ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ ପନୀର ହୋଇଥାଏ।ତେବେ କେହି କେହି ମଟର ପନୀର ବନାନ୍ତି ତ ଆଉ କେହି ପାଳଙ୍ଗ ପନୀର। କିନ୍ତୁ ଆଜି ଆମେ କିଛି ନୂଆ ବନାଇବା। ଆସନ୍ତୁ ସିଖିବା ଧନିଆ ପନୀର କେମିତି ପ୍ରସ୍ତୁତ କରିବେ। ଏହାକୁ ଆପଣ ପରଟା କିମ୍ବା ପୁଲାଓ ସହିତ ଖାଇପାରିବେ।

ଧନିଆ ପନୀର ବନାଇବା ପାଇଁ ପନୀର, ଗୋଟେ ପିଆଜ, ୨ଟି କଞ୍ଚା ଲଙ୍କା, ଧନିଆ ପତ୍ର, ଅଦା, କଞ୍ଚା ଲଙ୍କା, ଲେମ୍ବୁ, ଗରମ ମସଲା, ଲଙ୍କା, ଧନିଆ ପାଉଡର ଏବଂ ହଳଦି ଆବଶ୍ୟକ ପଡିଥାଏ। ସର୍ବପ୍ରଥମେ ପନୀରକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ ଏହି ସବୁକୁ ମ୍ୟାରିନେଟ୍‌ କରି ରଖିଦିଅନ୍ତୁ। ପନୀର କ୍ୟୁବ୍ସରେ ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ଲୁଣ ଏବଂ ଲେମ୍ବୁର କିଛି ବୁନ୍ଦା ପକାନ୍ତୁ। ଏବେ ଏହି ସବୁକୁ ପନୀରରେ ଭଲଭାବେ ଲଗାଇ ଦିଅନ୍ତୁ। ଏହାକୁ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ।

ଏବେ ଧନିଆକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟିଦିଅନ୍ତୁ। ଏବଂ ଏଥିରେ କଞ୍ଚା ଲଙ୍କାକୁ ଗ୍ରାଇଣ୍ଡିରରେ ପେଶି ଦିଅନ୍ତୁ। ଏଥିରେ ସାମାନ୍ୟ ପାଣି ପକାନ୍ତୁ ଏବଂ ଏହାର ପେଷ୍ଟ ବନାଇ ଦିଅନ୍ତୁ। ପ୍ୟାନରେ ତେଲ କରନ୍ତୁ। ଏଥିରେ ଲବଙ୍ଗ ପକାନ୍ତୁ। ଅଦା-ରସୁଣ ପେଷ୍ଟ ଏବଂ କଟା ପିଆଜ ପକାନ୍ତୁ। ଏଥିରେ ଲୁଣ ଏବଂ ହଳଦି ପାଉଡର ପକାନ୍ତୁ। ଏବେ ଏଥିରେ ପନୀର ପକାନ୍ତୁ। କିଛି ସମୟ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଏହାକୁ ଫୂୁୂଟିବାକୁ ଛାଡନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଧନିଆ ପନୀର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.