ଏହି ଫୁଲର ତେଲ କେଶ ମୂଳକୁ ମଜବୁତ କରେ, ୨ ସପ୍ତାହ ମଧ୍ୟରେ କେଶ ଝଡ଼ିବା କମ୍‌ କରିଥାଏ

ସଜନା ସାଗ ଖାଇବାକୁ ସମସ୍ତେ ବହୁତ୍‌ ପସନ୍ଦ କରିଥାଆନ୍ତି । ସଜନା ଶାଗ ଭଳି ସ୍ୱାସ୍ଥ୍ୟ ପାଇଁ ଉପକାରୀ ସଜନା ଫୁଲ । ଲହି ଦିନରେ ସଜନା ଶାଗ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଏକ ପନିପରିବା ଯାହା ଶରୀରରେ ଡାଇବେଟିସ୍‌ ସନ୍ତୁଳନ କରିବାରେ ସହାୟକ ହୋଇଥାଏ ।

ସଜନା ସାଗ ଖାଇବାକୁ ସମସ୍ତେ ବହୁତ୍‌ ପସନ୍ଦ କରିଥାଆନ୍ତି । ସଜନା ଶାଗ ଭଳି ସ୍ୱାସ୍ଥ୍ୟ ପାଇଁ ଉପକାରୀ ସଜନା ଫୁଲ । ଲହି ଦିନରେ ସଜନା ଶାଗ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଏକ ପନିପରିବା ଯାହା ଶରୀରରେ ଡାଇବେଟିସ୍‌ ସନ୍ତୁଳନ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ସଜନା ଶାଗରେ ଅନେକ ପ୍ରକାରର ଭିଟାମିନ୍ ଏବଂ ଫାଇବର ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । କିନ୍ତୁ, ଆଜି ଆମେ କେଶ ପାଇଁ ସଜନା ଫୁଲ ବିଷୟରେ କହିବୁ ଯାହା କେଶ ଝଡ଼ିବାରୁ ରୋକିଥାଏ । ଆପଣ ନିଶ୍ଚିତ ଭାବରେ ଭାବୁଥିବେ କେମିତି ଏବଂ କିପରି ? ତେଣୁ ସର୍ବପ୍ରଥମେ ଆମେ ଆମେ ଆପଣଙ୍କୁ ଜଣାଇବୁ ଯେ କେଶ ପାଇଁ ସଜନା ଫୁଲକୁ କିପରି ବ୍ୟବହାର କରାଯାଏ । ସଜନା ଫୁଲରୁ ଆମକୁ କେତେ ପରିମାଣରେ ଲାଭ ମିଳିବ ଏବଂ ତା’ପରେ ଆମେ ଏହାର ଉପକାରିତା ବିଷୟରେ ଜାଣିବା ।

କେଶ ପାଇଁ ସଜନା ଫୁଲ କିପରି ବ୍ୟବହାର କରିବେ..

କେଶ ଉପୁଡ଼ିବା ସମସ୍ତଙ୍କର ଏକ ବଡ଼ ସମସ୍ୟା । ଆପଣ କେଶ ପାଇଁ ସଜନା ଫୁଲ ବ୍ୟବହାର କରିପାରିବେ । ଆପଣ ଏଥିରୁ ତେଲ ତିଆରି କରି ନିଜ କେଶରେ ଲଗାଇ ପାରିବେ । କେବଳ ଏତିକି ନୁହେଁ, ଆପଣ ଏହାକୁ ଗ୍ରାଇଣ୍ଡ୍ କରି ଏକ ହେୟାର ପ୍ୟାକ୍ ତିଆରି କରି ନିଜ କେଶରେ ଲଗାଇ ପାରିବେ । ତେଣୁ, ଆପଣଙ୍କୁ କଣ କରିବାକୁ ହେବ ଆସନ୍ତୁ ସେ ବିଷୟରେ ଜାଣିବା ।

– ତେଲରେ ସଜନା ଫୁଲ ପକାଇ ପ୍ରଥମେ ଏହାକୁ ଭଲଭାବେ ଫୁଟାନ୍ତୁ ଏବଂ ତା’ପରେ ଏହି ତେଲକୁ ମୁଣ୍ଡରେ ଲଗାନ୍ତୁ ଆଉ ଆପଣଙ୍କ କେଶକୁ ମାଲିସ୍ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ କେଶରେ ରକ୍ତ ସଞ୍ଚାଳନ ତ୍ୱରାନ୍ୱିତ ହେବ ଏବଂ ଏହାକୁ ମୂଳରୁ ଶକ୍ତ କରିବ ଏବଂ କେଶ ଝଡ଼ିବାରୁ ରୋକିବ ।

– ଏହାସହ ସଜନା ଫୁଲକୁ ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏଥିରେ ଆଲୋଭେରା ମିଶାନ୍ତୁ । ତା’ପରେ ଏହି ଦୁଇଟିକୁ ଭଲଭାବେ ମିଶାଇ ଆପଣଙ୍କ ତ୍ୱଚାରେ ଲଗାନ୍ତୁ । ଏହା ମୂଳରୁ କେଶକୁ ମଜବୁତ କରିବ ଏବଂ କେଶ ଝଡିବାକୁ ରୋକିବ ।

ସଜନା ଫୁଲ କିପରି କେଶ ଝଡ଼ିବାକୁ ରୋକିଥାଏ ଆସନ୍ତୁ ଜାଣିବା…

ମୋରିଙ୍ଗା ଥିଓସିୟାନେଟ୍ ଥାଏ ଯାହା କେଶର ରୋମକୁ ମଜବୁତ କରିଥାଏ ଏବଂ କେଶ ଝଡିବାକୁ ରୋକିଥାଏ । ଏହା ବ୍ୟତୀତ ଏହାର ଆଣ୍ଟିଅକ୍ସିଡାଣ୍ଟ କେଶରେ ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିଥାଏ, ଯାହା କେଶର ସ୍ଥିତିକୁ ସୁଦୃଢ଼, କରିଥାଏ, କେଶକୁ ପୋଷଣ ଯୋଗାଇଥାଏ ଏବଂ ଭିତରୁ କେଶକୁ ମଜବୁତ କରିଥାଏ ।

ଏସବୁ ବ୍ୟତୀତ, ଆପଣ ସଜନା ଫୁଲକୁ ପ୍ରାକୃତିକ କଣ୍ଡିସନର ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଯାହା ନୂଆ କେଶର ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ଏହା ସହ ଆପଣ ମୋରିଙ୍ଗା ପାଉଡର ସହିତ ଚା ତିଆରି କରିପାରିବେ, ଆଉ ଏହାକୁ ପିଇବା ଦ୍ୱାରା କେଶ ଝଡିବାକୁ ରୋକିଥାଏ । ଏହା ବ୍ୟତୀତ ଏହା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ତେଣୁ, ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ସଜନା ଫୁଲ ବ୍ୟବହାର କରିନାହାଁନ୍ତି, ତେବେ ନିଶ୍ଚିତ ଭାବରେ ଥରେ ଚେଷ୍ଟା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.