ଓମିକ୍ରନ ଆଶଙ୍କାକୁ ଦୂର କରିଥାଏ ସଜନା! ଇମ୍ୟୁନିଟି ବଢ଼ାଇବା ସହିତ ହାର୍ଟ ଓ ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ବେଶ୍ ଲାଭଦାୟକ

ସଜନା ଶାଗରେ ବହୁ ଔଷଧୀୟ ଗୁଣ ଭରି ରହିଛି। ଅନେକ ଆୟୁର୍ବେଦିକ ଔଷଧରେ ଏହାର ପତ୍ର, ଫୁଲ ଏବଂ ଫଳ ବ୍ୟବହୃତ ହୋଇଥାଏ। ସଜନାକୁ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଲୋକପ୍ରିୟ ସ୍ୱାସ୍ଥ୍ୟକର ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଫାଇଦାଗୁଡ଼ିକୁ ଦୃଷ୍ଟିରେ ରଖି ଏହାକୁ ‘ସର୍ଭାଇଭାଲ ଫୁଡ୍’ ମଧ୍ୟ କୁହାଯାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ, ଅମିନୋ ଏସିଡ୍, ଭିଟାମିନ୍ ଏ ଏବଂ ସି ରହିଛି। ସଜନା ପତ୍ର ଏବଂ ଛୁଇଁରେ ଖଣିଜ ପଦାର୍ଥ ମଧ୍ୟ ଭରପୂର ରହିଛି। ଏହା ଏକ ଔଷଧୀୟ ପାଓ୍ଵାରହାଉସ୍, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟିଫଙ୍ଗଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଡ୍ରିପ୍ରେସେଣ୍ଟ ଗୁଣ ରହିଛି। ଏହାର ପତ୍ରଠାରୁ ନେଇ ଫଳ ପର୍ଯ୍ୟନ୍ତ, ପ୍ରତ୍ୟେକ ଅଂଶ ବହୁତ ଫଳପ୍ରଦୀ ହୋଇଥାଏ। ସଜନାର ଅନେକ ସ୍ୱାସ୍ଥ୍ୟ ଲାଭ ଅଛି, ଯାହାର ଫାଇଦା ଆପଣ ମଧ୍ୟ ଉଠାଇ ପାରିବେ।

ଇମ୍ୟୁନିଟି ମଜଭୁତ କରିଥାଏ: ସଜନା ପତ୍ର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାର ପତ୍ରଗୁଡ଼ିକ ଫାଇଟୋନ୍ୟୁଟ୍ରିଏଣ୍ଟସରେ ଭରପୂର ହୋଇଥାଏ, ଯାହା ଇମ୍ୟୁନ ସିଷ୍ଟମକୁ ଦୃଢ଼ କରିଥାଏ। କୌଣସି ବି ପ୍ରକାରର ସଂକ୍ରମଣ ସହିତ ଲଢ଼ିବାରେ ଏଥିରୁ ସହାୟତା ମିଳିଥାଏ। ସଜନାରେ ଭିଟାମିନ ସି, ଭିଟାମିନ ଏ ଏବଂ ଆଇରନ ଭରପୂର ମାତ୍ରାରେ ରହିଛି।

ଏନର୍ଜି ବଢ଼ାଇବାର କାମ କରିଥାଏ: ସଜନା ଶାଗ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ, ଯାହା ଥକ୍କପଣ ସମସ୍ୟାକୁ ଦୂର କରିଥାଏ। ଆଇରନରେ ଭରପୂର ସଜନା ପତ୍ର ନିଦ୍ରା ଏବଂ ଦୁର୍ବଳତାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଡାଇବେଟିସ ନିୟନ୍ତ୍ରଣ କରିଥାଏ: ସଜନା ପତ୍ର ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ କଣ୍ଟ୍ରୋଲରେ ରହିଥାଏ। ଏହା ଖାଇଲେ ଡାଇବେଟିସ୍ ଆଶଙ୍କା କମି ଯାଇଥାଏ। ସଜନାରେ କ୍ଲୋରୋଜେନିକ ଏସିଡ୍ ରହିଥାଏ, ଯାହାଫଳରେ ଖାଦ୍ୟ ଖାଇବା ପରେ ବ୍ଲଡ ସୁଗାର ଲେବଲ କଣ୍ଟ୍ରୋଲରେ ରହିଥାଏ।

ହୃଦୟକୁ ସୁସ୍ଥ ରଖିଥାଏ: ସଜନା ପତ୍ର ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରୋଲ କମି ଯାଇଥାଏ, ଯଦ୍ଦ୍ଵାରା ହୃଦୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇ ନ ଥାଏ। ଯଦି ଆପଣଙ୍କର କୋଲେଷ୍ଟ୍ରୋଲ ବଢ଼ି ଯାଇଛି, ତା’ ହେଲେ ରକ୍ତ ବାହକଗୁଡ଼ିକରେ ରକ୍ତ ଜମାଟ ବାନ୍ଧିପାରେ ଏବଂ ହୃଦଘାତ ହେବାର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ।

ହାଡକୁ ମଜଭୁତ କରିଥାଏ: ସଜନା ପତ୍ରରେ କ୍ୟାଲସିୟମ୍ ଓ ଫସଫରସ୍ ମଧ୍ୟ ଭରପୂର ମାତ୍ରାରେ ରହିଛି, ଯେଉଁ କାରଣରୁ ହାଡ ମଜଭୁତ ଏବଂ ସୁସ୍ଥ ରହିଥାଏ। ଏହି ପତ୍ରରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହାକି, ଆପଣଙ୍କୁ ଆର୍ଥ୍ରାଇଟିସ୍ ଏବଂ ଅଷ୍ଟିଓପୋରୋସିସ୍ ସହ ଲଢ଼ିବାରେ ସାହାଯ୍ୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.