ସ୍ଲିମ୍ ହେବାକୁ ଯାଇ ଭୁଲରେ ବି ଛାଡନ୍ତୁ ନାହିଁ ଭାତ, ଏହା ଶରୀରକୁ ଦେଇଥାଏ ଚମତ୍କାରୀ ଫାଇଦା

ଓଜନ କମ୍ କରିବାକୁ ଯାଇ ଅନେକ ଏପରି ରହିଛନ୍ତି ଯେଉଁ ମାନେ ନିଜ ଜୀବନଶୈଳୀ ଠାରୁ ଆରମ୍ଭ କରି ଖାଇବା ପିଇବାରେ ଅନେକ ପରିବର୍ତ୍ତନ କରିଥାନ୍ତି । ତେବେ ଓଜନ କମ୍ କରିବା ପାଇଁ ପ୍ରଥମେ ଭାତ ଖାଇବା ଛାଡ଼ି ଦେଇଥାନ୍ତି । ଲୋକମାନଙ୍କୁ ସାଧାରଣତଃ ଏହା ଲାଗେ ଯେ, ସେମାନେ ଭାତ ଖାଇବା ଛାଡ଼ିଦେଲେ ଓଜନ କମିଯିବ । ଭାତ ଖାଇବା ଦ୍ୱାରା ମୋଟାପଣ ବଢ଼ିଥାଏ । ହେଲେ କଣ ଅସଲରେ ଭାତ ମୋଟାପଣ ବଢ଼ାଇଥାଏ? କିନ୍ତୁ ନ୍ୟୁଟ୍ରିସନିଷ୍ଟ ମାନେ ଏପରି ଭାବନ୍ତି ନାହିଁ । ନିକଟରେ ଜଣେ ନ୍ୟୁଟ୍ରିସନିଷ୍ଟ ଭାତ ଖାଇବାର ଅନେକ ରୋଚକ ତଥ୍ୟ ସେୟାର୍ କରିଛନ୍ତି ।

ବାସ୍ତବରେ ଭାତ ନଖାଇବା ଦ୍ୱାରା ଶରୀରରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ହ୍ରାସ ପାଇଥାଏ ଏବଂ ବେମାରରେ ପଡ଼ିବାର ଆଶଙ୍କା ବଢ଼ିଯାଇଥାଏ । ଚାଉଳ ହେଉଛି ଏକ ପ୍ରୋବାୟୋଟିକ୍ । ଏହା କେବଳ ପେଟ ଫୁଲ୍ କରେନି ବରଂ ଶରୀରରେ ରହିଥିବା ଅନେକ ଉପକାରୀ ବ୍ୟାକ୍ଟେରିୟାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯେତେବେଳେ ଆପଣ ଭାତକୁ ଡାଲି, ଦହି, ଝିଅ, ମାଂସ ଆଦି ସହିତ ଖାଇଥାନ୍ତି ସେତେବେଳେ ଏହା ଆପଣଙ୍କ ରକ୍ତ ଓ ଶର୍କରା ସ୍ତରକୁ ସ୍ଥିର କରିବା କାମ କରିଥାଏ ।

ଭାତ ଖାଇବା ପରେ ଭଲ ନିଦ ଆସିଥାଏ ଏବଂ ହରମୋନ୍ ସନ୍ତୁଳନ ଭଲ ରହିଥାଏ । ଖାସ୍ କରି ଯୁବାବସ୍ଥା ଓ ପିଲାମାନଙ୍କ ଶରୀରି ବିକାଶ ପାଇଁ ଭାତ ଖାଇବା ନିହାତି ଜରୁରୀ । ଖାଲି ସେତିକି ନୁହେଁ ଭାତ ଖାଇବା ଦ୍ୱାରା ଶରକ୍କୁ ଅନେକ ପ୍ରକାର ଫାଇଦା ହୋଇଥାଏ । ଭାତ ସେବନ କରୁଥିବା ବ୍ୟକ୍ତି ଶୀଘ୍ର ବଢ଼ିଥାନ୍ତି ଓ ସେମାନଙ୍କର ଶରୀରର ବିକାଶ ମଧ୍ୟ ଜଲଦି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.