ମମିତା ମେହେର ହତ୍ୟା ମାମଲା: ସହଯୋଗୀ ରାଧେର ଘରୁ ଲେଡିଜ୍‌ ପୋଷାକ, ମୋବାଇଲ ଫୋନ୍ ଜବତ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେର ଘରୁ ପୋଲିସ କିଛି ଲେଡିଜ୍‌ ପୋଷାକ, ମୋବାଇଲ ଫୋନ ଜବତ କରିଛି। ଆଉ ଏବେ ଅଧିକ ତଥ୍ୟ ଯୋଗାଡ଼ କରିଛି ବଲାଙ୍ଗିର ପୋଲିସ। ଏପଟେ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଫିଟୁଛି ଗୁମର। କେମିତି ମମିତାଙ୍କୁ କରିଥିଲା ହତ୍ୟା। ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। କଳାହାଣ୍ଡି ମହାଲିଙ୍ଗ ମିନି ଷ୍ଟାଡିୟମରେ ସିନ୍‌ ରିକ୍ରିଏସନ କଲା ପୋଲିସ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ୍‌ ସିନ୍‌ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ । ଉତ୍ତରାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ଅଭିଯୁକ୍ତ । ଗୋବିନ୍ଦକୁ ନେଇ ଭୋର ୪ଟାରେ ହେଲା ସିନ୍‌ ରିକ୍ରିଏସନ୍‌ । ମମିତାଙ୍କୁ କିପରିି ହତ୍ୟା କରିଥିଲା ପୂରା ସିନ୍‌ ରିକ୍ରିଏସନ ହୋଇଛି । ହତ୍ୟା ପରେ କେମିତି ପୋଡ଼ିଲା ଓ ମୃତଦେହ ପୋତିଲା ସେନେଇ ଡେମୋ ଦେଖାଇଛି ଅଭିଯୁକ୍ତ।

ପ୍ରଥମେ ମହାଲିଙ୍ଗର ନିର୍ମାଣାଧୀନ ମିନି ଷ୍ଟାଡିୟମ୍‌କୁ ଯାଇ ଡେମୋ ଦେଖାଇଥିଲା। ଆଉ ଏହି ସମୟରେ ସହଯୋଗୀ ଡ୍ରାଇଭର ରାଧେଶ୍ୟାମ ଚଣ୍ଡି କିପରି ସହଯୋଗ କରିଥିଲେ ତାହା କହିଥିଲା ଅଭିଯୁକ୍ତ । ପରେ ମମିତାର ମୃତଦେହକୁ ନଷ୍ଟ କରିବାର ଯୋଜନା ବିଷୟରେ କହିଥିଲା। ପରେ କାର୍‌ ଭିତରେ ହତ୍ୟା କରିଥିବା ସ୍ଥାନ କୁସୁଡକୁ ଯାଇ ହତ୍ୟାକାଣ୍ଡ ବିଷୟରେ କହିଥିଲ। । ପରେ ମମିତାର ମୃତଦେହକୁ କିପରି ନିଜ ଘରକୁ ନେଇଥିବା ସେସବୁର ତଥ୍ୟ ଦେଇଛି ଅଭିଯୁକ୍ତ। ଗୋବିନ୍ଦ ଚାନ୍ଦୋତୋରାରୁ ମମିତାକୁ  ଭବାନୀପାଟଣା ନେଇଥିଲା। ସେଠାରେ ମାଣିକେଶ୍ୱରୀ ମନ୍ଦିରରେ ଶପଥ କରାଇବାକୁ ମମିତାକୁ ବାଧ୍ୟ କରିଥିଲା। ନିଜର କେଳେଙ୍କାରୀ କିପରି ବାହାରେ ପ୍ରଘଟ ନହେବ , ଏନେଇ ଚିନ୍ତିତ ଥିଲା ଗୋବିନ୍ଦ ।

ହେଲେ ମମିତା କଥା ପ୍ରଘଟ ନେଇ ଶପଥ କରିବାରୁ ମନା କରିଥିଲା । ଉଭୟଙ୍କ ଭିତରେ ବିବାଦ ଦେଖାଦେଲା। ଭବାନୀପାଟଣାରୁ ଫେରିବା ବେଳେ କାର ଭିତରେ କୁସୁଡଠାରେ ହତ୍ୟା କରିଥିଲା ଅଭିଯୁକ୍ତ। ଏ ସବୁର ଡେମୋ ଦେଖାଇଛି ଅଭିଯୁକ୍ତ। ଉତ୍ତରାଞ୍ଚଳ ଡିଆଇଜିଙ୍କ ଉପସ୍ଥିତିରେ ଏସବୁର ଡେମୋ ଦେଖାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.