ଧନ ପ୍ରାପ୍ତି ପାଇଁ ବହୁତ ଖାସ୍‌ ଆସନ୍ତା ୧୪ ମାର୍ଚ୍ଚ, ଏହି ଦିନ ଏହି ସହଜ ଉପାୟ ଦ୍ୱାରା ଖୁବ୍‌ ବର୍ଷିବ ମା ଲକ୍ଷ୍ମୀଙ୍କ କୃପା

ସବୁ ସପ୍ତାହ, ମାସ ଏବଂ ବର୍ଷର କିଛି ଦିନ ଏମିତି ଥାଏ ଯାହା ଧର୍ମ-ଜ୍ୟୋତିଷ ଅନୁଯାୟୀ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନରେ ଦେବୀ ଦେବତାଙ୍କ ଠାରୁ ନେଇ ଗ୍ରହ ପର୍ଯ୍ୟନ୍ତ କୃପା ବରଷିଥାଏ ଏବଂ ବ୍ୟକ୍ତିଙ୍କୁ ନିଜ ଜୀବନରେ ଥିବା ଅନେକ ସମସ୍ୟାକୁ ଦୂର କରି ସୁଖ-ସମୃଦ୍ଧତ ଆଣିବାର ସୁଯୋଗ ଦେଇଥାଏ। ଫାଲଗୁନ ମାସ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀ ମଧ୍ୟ ଏମିତି ହିଁ ଏକ ବହୁତ ଖାସ୍‌ ଦିନ। ଏହାକୁ ପାପନାଶିନୀ ଏକାଦଶୀ ବା ଆମର୍ଦ୍ଦକୀ ଏକାଦଶୀ କୁହାଯାଏ ଏବଂ ଏହି ଦିନ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କର ମଧ୍ୟ ପୂଜା କରାଯାଇଥାଏ। ଚଳିତ ବର୍ଷ ୧୪ ମାର୍ଚ୍ଚ ୨୦୨୨, ସୋମବାର ଦିନ ପାପନାଶିନୀ (ଆମର୍ଦ୍ଦକୀ) ଏକାଦଶୀ ପଡୁଛି।

ପାପନାଶିନୀ ଏକାଦଶୀ ଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବ୍ୟତୀତ ଅଁଳା ଗଛକୁ ମଧ୍ୟ ପୂଜା କରାଯାଏ। କାହିଁକିନା ଏହାକୁ ଆମର୍ଦ୍ଦକୀ ଏକାଦଶୀ କୁହାଯାଏ। ଏମିତି କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ସୁଖ-ସମୃଦ୍ଧି ଦେଇଥାନ୍ତି। ଘରେ ସବୁବେଳେ ଉନ୍ନତି ହୋଇଥାଏ। ମହିଳାମାନେ ଏହି ଦିନ ବ୍ରତ ମଧ୍ୟ ରଖିଥାନ୍ତି। ଯଦି ଏହି ଦିନ କିଛି ଉପାୟ ମଧ୍ୟ ଆପଣ କଲେ ତାହେଲେ ମାତା ଲକ୍ଷ୍ମୀଙ୍କ କୃପା ଦ୍ୱାରା ଅପାର ଧନ,ସମ୍ପତ୍ତି ଟଙ୍କା ମିଳିଥାଏ।

anlaପାପନାଶିନୀ ଏକାଦଶୀ ଦିନ ୨୧ଟି ତାଜା ଫୁଲର ମାଳ ଭଗବାନ ବିଷ୍ଣୁଙ୍କୁ ଅର୍ପିିତ କରନ୍ତୁ। ପୂଜା ପରେ ତାକୁ କ୍ଷୀର କିମ୍ବା ଖୁଆରେ ପ୍ରସ୍ତୁତ ମିଠା ଭୋଗ ଲଗାନ୍ତୁ। ଏହାଦ୍ୱାରା ବିଷ୍ଣୁ ମଧ୍ୟ ପ୍ରସନ୍ନ ହୋଥ କାମରେ ସଫଳତା ଦେଇଥାନ୍ତି।

ପାପନାଶିନୀ ଏକାଦଶୀ ଦିନ ସକାଳୁ ମା ଲକ୍ଷ୍ମୀଙ୍କୁ ବିଧି-ବିଧାନ ସହ ପୂଜା କରନ୍ତୁ ଏବଂ ଏହି ପୂଜାରେ ନଡିଆ ନିଶ୍ଚୟ ଅର୍ପଣ କରନ୍ତୁ। ପୂଜା ଶେଷ ପରେ ଏହି ନଡିଆକୁ ହଳଦିଆ କପଡାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଦେଖିବେ ମାତ୍ର କେଇ ଦିନ ମଧ୍ୟରେ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ଆମର୍ଦ୍ଦକୀ ଏକାଦଶୀ ଦିନ ଅଁଳା ଗଛକୁ ପୂଜା କରନ୍ତୁ, ଜଳ ଚଢ଼ାନ୍ତୁ, ସବୁ କାମରେ ସଫଳତା ଦେବା ପାଇଁ ପ୍ରାର୍ଥନା କରନ୍ତୁ। ଯଦି ସମ୍ଭବ ହେଲା ତାହେଲେ ସେହି ଦିନ ଅଁଳାକୁ ଖାଇ ବି ପାରିବେ। ଏମିତି କରିବା ଦ୍ୱାରା ଭାଗ୍ୟ ବୃଦ୍ଧି ହୋଇଥାଏ।

ଏହି ଏକାଦଶୀ ସଧବା ମହିଳାଙ୍କ ପାଇଁ ବହୁତ ଖାସ୍‌। ଯଦି କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହୋଇଛି କିମ୍ବା ସ୍ୱାମୀଙ୍କୁ କୌଣସି କାମରେ ସଫଳତା ମିଳୁନାହିଁ ତାହେଲେ ସ୍ତ୍ରୀ ଏହି ଦିନ ଅଁଳା ଗଛକୁ ପୂଜା କରି ସାତ ଥର ସୂତା ଗୁଡାଇ ଘିଅର ଦୀପ ଜଳାନ୍ତୁ। ଦେଖିବେ ମନସ୍କାମନା ନିଶ୍ଚୟ ପୂରା ହେବ।