ଶରୀରର ଏହି ୩ ଜାଗାରେ ଯଦି ଦରଜ ହୁଏ, ଜାଣି ନିଅନ୍ତୁ ଏହା ଉଚ୍ଚ କୋଲେଷ୍ଟରାଲର ସଂକେତ

ବ୍ୟାଡ କୋଲେଷ୍ଟରାଲ ବା ଖରାପ କୋଲେଷ୍ଟରାଲ ଯଦି ଶରୀରରେ ଜମା ହୋଇଥାଏ,ତେବେ ଏହାର ଲକ୍ଷଣ ସହଜରେ ଜଣା ପଡିନଥାଏ । ହେଲେ ଯେତେବେଳେ ଏହା ଜଣାପଡିଥାଏ, ମାରାତ୍ମକ ଲକ୍ଷଣ ସହ ଆସିଥାଏ । ତେଣୁ ଏହି ସଂକେତକୁ ଚିହ୍ନି ତୁରନ୍ତ ଏହାର ଚିକିତ୍ସା କରିବା ଉଚିତ୍‌ ।

ଖାଦ୍ୟ, ବ୍ୟାୟାମ ଓ ମେଡିସିନ ଏହାକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଭୁଲ ଲାଇଫ ଷ୍ଟାଇଲ ଓ ଶାରୀର କାର୍ଯ୍ୟକ୍ରମ ନ କରିବା ଦ୍ୱାରା ଶରୀରର ଧମନୀରେ କୋଲେଷ୍ଟରାଲ ଜମା ହୋଇଥାଏ । ଏହାଦ୍ୱାରା ବ୍ଲଡ ପ୍ରେସର, ଡାଇବେଟିସ, ହାର୍ଟ ଆଟାକ୍‌ ଓ କରୋନାରୀ ଆଟେରୀ ଡିଜିଜ ହୋଇଥାଏ ।

କୋଲେଷ୍ଟରାଲ ମାତ୍ରା ରକ୍ତରେ କେତେ ହେବା ଦରକାର

ଜଣେ ସୁସ୍ଥ ବ୍ୟକ୍ତିଙ୍କ ଦେହରେ ୨୦୦ ମିଲିଗ୍ରାମ/ଡିଏଲ ପର୍ଯ୍ୟନ୍ତ କୋଲେଷ୍ଟରାଲ ରହିବା ଦରକାର । ଯଦି ଏହି ଲେବଲ ୨୪୦ ମିଲିଗ୍ରାମ/ଡିଏଲ୍‌ କୁ ପାର କରିଗଲା, ତେବେ ଜାଣିବେ ବିପଦ ବଢ଼ିଯାଇଛି । ଆପଣ ଜୀବନ ଶୈଳୀ ଓ ଖାଦ୍ୟ ପାନୀୟ ବଦଳାଇବା ଜରୁରୀ ହୋଇଥାଏ ।

ଶରୀରର ଏହି ଭାଗରେ ହୋଇଥାଏ ଦରଜ

ପେରିଫେରାଲ ଆର୍ଟେରୀ ଡିଜିଜ ହେବା ଦ୍ୱାରା ଶରୀରରେ ରକ୍ତର ପ୍ରଭାବ ବାଧାପ୍ରାପ୍ତ ହୋଇଥାଏ । ଯଦି ଆପଣଙ୍କ ଜଂଘ, ଅଣ୍ଟା  ଓ ପାଦରେ ବହୁତ ଦରଜ ରହୁଥାଏ, ତେବେ ଏହି ସଂକେତ ହାଇ କୋଲେଷ୍ଟରାଲ ହୋଇପାରେ । ଏହାଦ୍ୱାରା ଆପଣ ତୁରନ୍ତ ଆପଣଙ୍କ କୋଲେଷ୍ଟରାଲ ଯାଞ୍ଚ କରିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.