Below header

ଆପଣ ଖାଉଥିବା ଅଣ୍ଡା ସତେଜ କି ନା ? ଜାଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଯେତେବେଳେ ଆମେ ମାର୍କେଟରୁ କୌଣସି ସାମଗ୍ରୀ କିଣୁ ପ୍ରଥମେ ତାର ଏକ୍ସପାୟରୀ ତାରିଖ ଦେଖିଥାଉ । ଏଥିରୁ ଜଣାପଡେ ଆମେ ଯେଉଁ ଜିନଷ କିଣୁଛେ ତାହା କେବେ ତିଆରି ହୋଇଛି ଏବଂ କେତେ ଦିନ ଯାଏଁ ଏହାକୁ ବ୍ୟବହାର କରିପାରିବା । ତେବେ ବଜାରରେ ବହୁତ କିଛି ଜିନିଷ ଏମିତି ମିଳିଥାଏ ଯାହାର ଏକ୍ସପାୟରୀ ଡେଟ୍ ନଥାଏ । ଉଦାହରଣ ସ୍ବରୂପ ଅଣ୍ଡା ।

ଆମେ ସମସ୍ତେ ଜାଣିଛେ ଏକ ନିଶ୍ଚିତ ସମୟ ପରେ ଅଣ୍ଡା ଖରାପ ହୋଇଯାଏ । କିନ୍ତୁ ଏହାର କୌଣସି ଏକ୍ସପାୟରୀ ତାରିଖ ନଥାଏ । ଫ୍ରିଜରେ ରଖି ନଥିବା ଅଣ୍ଡାର ଆୟୁଷ ହେଉଛି ୭ ରୁ ୧୦ ଦିନ । ଯେତେବେଳେ କି ଫ୍ରିଜରେ ଥିବା ଅଣ୍ଡା ୩୦ ଦିନ ଯାଏ ରହିଥାଏ । ଅଣ୍ଡାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଠିକ୍ ରଖିବା ପାଇଁ ତାକୁ ଫ୍ରିଜରେ କାର୍ଟୁନ୍ ସହ ରଖିବା ଉଚିତ୍ । ଏମିତି କରିବା ଦ୍ବାରା ଅଣ୍ଡାର ତାପମାତ୍ରା ସମାନ ରହିଥାଏ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଟିପ୍ସ ଯାହା ଦ୍ବାରା ଆପଣ ଜାଣି ପାରିବେ ଆପଣ କିଣୁଥିବା ଅଣ୍ଡା ଫ୍ରେଶ୍ କି ନା ।

eggଅଣ୍ଡାର ସତେଜତା ଜାଣିବା ପାଇଁ ଫ୍ଲୋଟିଙ୍ଗ୍ ଟେଷ୍ଟ କରିବାକୁ ପଡିବ । ଏଥିରେ ଅଣ୍ଡାକୁ ନଭାଙ୍ଗି ପାଣି ଭର୍ତ୍ତି ଥିବା ଏବ ପାତ୍ରରେ ପକାନ୍ତୁ । ଯଦି ଅଣ୍ଡା ବୁଡିଯାଇ ଏକ ସାଇଡରେ ସିଧା ରହିଯାଏ ତେବେ ଏହାର ଅର୍ଥ ଅଣ୍ଡାଟି ସତେଜ ।

ଏହା ସହ ପଢନ୍ତୁ ବର୍ଷାଦିନେ ପିଅନ୍ତୁ ସଜନା ପତ୍ରର ଚା, ମିଳିବ ଏହି ସବୁ ଫାଇଦା

ଯଦି ଅଣ୍ଡା ପାଣି ତଳକୁ ଯାଇ ସିଧା ରହିଯାଏ ତେବେ ଏହା କିଛି ଦିନ ପୁରୁଣା । ତେବେ ଏହାକୁ ଆପଣ ଖାଇପାରିବେ । ଯଦି ପାଣିରେ ଭାସିବାକୁ ଲାଗେ ତେବେ ଜାଣନ୍ତୁ ଏହା ଖରାପ ହୋଇସାରିଛି ।

ଖରାପ ଅଣ୍ଡାକୁ କେମିତି କରିବେ ବ୍ୟବହାର :

ଗଛରେ ଫର୍ଟିଲାଇଜର୍ ହିସାବରେ ଏହି ଖରାପ ଅଣ୍ଡାକୁ ବ୍ୟବହାର କରିପାରିବେ । ଏହା ସହ କେଶରେ ମାସ୍କ ପରି ମଧ୍ୟ ଲଗାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.