ଗାଈ ଜଗୁଆଳଙ୍କ ପୁଅ ହେଲେ ଟପ୍ପର, ଆଗକୁ ପଢ଼ିବାକୁ ସହାୟତା ଲୋଡ଼ା

ସଦାନନ୍ଦ ଭତ୍ରା, ଘର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକର ମେଲେକାଯୁବା ଗାଁରେ । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ସଦାନନ୍ଦ ପରିଚିତ । ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ୪୫୫ ନମ୍ବର ରଖି ଅଞ୍ଚଳରେ ଟପ୍ପର ହୋଇଛନ୍ତି ସଦାନନ୍ଦ । ବଡ ହେଲେ ଓଡ଼ିଶା ପ୍ରଶାସନିକ ସେବାର ଯୋଗ ଦେଇ ଲୋକଙ୍କ ସେବା କରିବାକୁ ସେ ଇଛା ରଖିଛନ୍ତି । ହେଲେ ଏବେ ଆଗକୁ ପଢିବାକୁ ଅର୍ଥ ସାଜିଛି ବାଧକ ।

ସଦାନନ୍ଦଙ୍କ ବାପା ସୁରମାଳୀ ଭତ୍ରା ଗାଈ ଚରାଇ ପରିବାର ଚଳାନ୍ତି । ରହିବାକୁ ଭଲ ଘର ଖଣ୍ଡିଏ ନଥିବାରୁ କୁଡିଆରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି । ସରକାରୀ ସହାୟତା କହିଲେ କେବଳ ମାସକୁ ମାସ ଯାହା ଚାଉଳ ମିଳେ । ସେପଟେ ଏ ସମ୍ପର୍କରେ ରାୟଗଡା ଏଡିଏମ୍‌ଙ୍କୁ ଅବଗତ କରାଯାଇଛି । ଖୁବ ଶୀଘ୍ର ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏବେ ଆଗକୁ ପାଠ ପଢ଼ିବା ପାଇଁ ଏ ଗରିବ ମେଧାବୀ ଛାତ୍ରଙ୍କ ପାଇଁ ସରକାରୀ ସହାୟତା ଜରୁରୀ ହୋଇପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.