ମୁଣ୍ଡବିନ୍ଧା ସହ ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା, ହୋଇପାରେ ବ୍ରେନ୍‌ ଟ୍ୟୁମର

କଣ ଆପଣଙ୍କର ବି ସବୁବେଳେ ମୁଣ୍ଡ ବିନ୍ଧୁଛି ? ଆଖି ଆଗରେ ବେଳେ ବେଳେ ଅନ୍ଧାର ଦେଖାଯାଉଛି । ଯଦି ହଁ ତେବେ ଭୁଲରେ ବି ଏହାକୁ ହଲକା ଭାବରେ ଗ୍ରହଣ କରନ୍ତୁ ନାହିଁ । ଆପଣ ଯାହାକୁ ସାଧାରଣ ମୁଣ୍ଡବିନ୍ଧା ଭାବୁଛନ୍ତି ହୋଇପାରେ ତାହା ବ୍ରେନ୍‌ ଟ୍ୟୁମର ଭଳି ବଡ଼ ସମସ୍ୟାର ସଙ୍କେତ । ଯଦି ଏସବୁ ଲକ୍ଷଣ ସହ ଶାରୀରିକ ନିୟନ୍ତ୍ରଣରେ ମଧ୍ୟ ସମସ୍ୟା ହେଉଛି ତେବେ ବିଳମ୍ବ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କାରଣ ଯଦି ବ୍ରେନ୍‌ ଟ୍ୟୁମରର ଯଦି ସମୟ ଥାଉ ଥାଉ ଚିକିତ୍ସା କରାନଯାଏ ତେବେ ଜୀବନ ବି ଯାଇପାରେ । ଏହା କାହାକୁ ବି କେଉଁ ସମୟରେ ହୋଇଥାଏ । ଆସନ୍ତୁ ଜାଣିବା କଣ ଏହି ବ୍ରେନ୍‌ ଟ୍ୟୁମର ବିଷୟରେ ।

କଣ ଏହି ବ୍ରେନ୍‌ ଟ୍ୟୁମର :

ଆମ ବ୍ରେନ୍‌ ସେଲରେ ତିଆରି ହୋଇଥାଏ । କୌଣସି କାରଣରୁ ଯଦି ଏହି ସେଲ୍ସର ନିୟନ୍ତ୍ରଣ ବିଗିଡି ଥାଏ ଏବଂ ସେଲ୍ସ ଗୁଡିକ ଶେଷ ହେବାକୁ ଲାଗିଥାଏ । ଯାହା ଫଳରେ ବ୍ରେନ କାମରେ ଅସୁବିଧା ହୋଇଥାଏ । ଯେତେବେଳେ ବ୍ରେନରେ ଅନିୟନ୍ତ୍ରିତ ସେଲ୍ସ ତୀବ୍ର ଗତିରେ ବଢିଥାଏ ସେତେବେଳେ କ୍ୟାନ୍ସର ରୂପ ଧାରଣ କରିଥାଏ ।

ହଠାତ୍‌ ଶୁନ୍‌ ହୋଇଯିବା :

ବ୍ରେନ୍‌ ଟ୍ୟୁମର ହୋଇଥିଲେ ବ୍ୟକ୍ତିର ଚେହେରା ଏବଂ ଶରୀରର ଭିନ୍ନ ଭିନ୍ନ ଅଂଶରେ ଅଧିକାଂଶ ସମୟ ଶୁନ୍‌ ହୋଇଯାଏ । ଖାସ୍‌ କରି ଯଦି ଟ୍ୟୁମର ବ୍ରେନ୍‌ ଷ୍ଟ୍ରେମରେ ବଢିଥାଏ । ଏହା ସେ ସ୍ଥାନ ଯେଉଁଠି ମସ୍ତିସ୍କ ଓ ମେରୁଦଣ୍ଡ ଯୋଡି ହୋଇଥାଏ । ଆଉ ସେଠାରେ ଶରୀର ଶୁନ ହେବାର ଅନୁଭବ ହୋଇଥାଏ ।

ଲକ୍ଷଣ :

ଜୋରରେ ମୁଣ୍ଡ ବିନ୍ଧିବା :

ଟ୍ୟୁମର ମୁଣ୍ଡର କୌଣସି ବି ଅଂଶରେ ହେଉ ନା କାହିଁକି ଖୋପଡି ଭିତରେ ଚାପ ପକାଇଥାଏ । ଯାହା ଫଳରେ ସବୁବେଳେ ଜୋରରେ ମୁଣ୍ଡବିନ୍ଧା ହୋଇଥାଏ । ଏହା ସହ ବାନ୍ତି ମଧ୍ୟ ହୋଇଥାଏ । କେବଳ ସେତିକି ନୁହେଁ ଏହାସହ ସବୁବେଳେ ଅଳସ ଲାଗିବା ସହ ଶୋଇବାରେ ଅସୁବିଧା ହୋଇଥାଏ ।

ଶୁଣିବାରେ ଅସୁବିଧା :

ଯେଉଁମାନଙ୍କ ବ୍ରେନରେ ଟ୍ୟୁମର କପାଳ ତନ୍ତ୍ରିକା ନିକଟରେ ଥାଏ ସେମାନଙ୍କ ଶୁଣିବାର କ୍ଷମତା ପ୍ରାୟ ଶେଷ ହୋଇଯାଏ । ଏହା ବ୍ୟତୀତ ସେମାନଙ୍କୁ ବାଲାନ୍ସ କରିବାରେ ସମସ୍ୟା ଏବଂ ଚେହେରାର ମାଂସପେଶୀ ଦୁର୍ବଳ ହେବା ସହ ଭୋଜନ କରିବାରେ ମଧ୍ୟ ସମସ୍ୟା ହୋଇଥାଏ ।

ଯଦି ସିରେବେଲମରେ ଟ୍ୟୁମର ହୋଇଥାଏ ତେବେ ବ୍ୟକ୍ତି ଭଲ ଭାବରେ ଚାଲିପାରିନଥାଏ । ଏପରିକି ଖାଇବାରେ ମଧ୍ୟ ସମସ୍ୟା ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.