ବାତ୍ୟା ଫନିରେ କ୍ଷୟକ୍ଷତି ହୋଇନାହିଁ ଶ୍ରୀମନ୍ଦିର ନୀଳଚକ୍ର କିମ୍ବା ମୁଖ୍ୟ ମନ୍ଦିର : ଏଏସଆଇ

ବାତ୍ୟା ଫନି ଦ୍ୱାରା ଶ୍ରୀମନ୍ଦିର ନୀଳଚକ୍ର କିମ୍ବା ମୁଖ୍ୟ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ । ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଥିବା ପରିଚାଳନା କମିଟିକୁ ରିପୋର୍ଟ ଦେଇଛି ଏଏସଆଇ । ଗତ କିଛି ଦିନ ତଳେ ଡ୍ରୋନ କ୍ୟାମେରା ଦ୍ୱାରା ଶ୍ରୀମନ୍ଦିର ଉପର ଓ ପରିସରର ଭିଡିଓଗ୍ରାଫି କରାଯାଇଥିଲା । ଆଜି ପରିଚାଳନା କମିଟି ବୈଠକରେ ଏହି ଭିଡିଓଗ୍ରାଫିର ତର୍ଜମା ଓ ଅନୁଧ୍ୟାନ ପରେ କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି । ସେହିପରି ଶ୍ରୀମନ୍ଦିର ଭୋଗମଣ୍ଡପର କଳସ ବସାଇବା କାର୍ଯ୍ୟ ଓ ଭାଙ୍ଗି ଯାଇଥିବା ସିଂହମୂର୍ତ୍ତି କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ଏଏସଆଇ ପରିଚାଳନା କମିଟିକୁ ଅବଗତ କରାଇଛି । ତେବେ ସିଂହଦ୍ୱାରରେ ଭାଙ୍ଗି ଯାଇଥିବା ଜୟ-ବିଜୟ ମୂର୍ତ୍ତିକୁ ଏଏସଆଇ ପଥରରେ ତିଆରି କରି ଆସନ୍ତା ୧୬ ତାରିଖ ପୂର୍ବରୁ ସ୍ଥାପନ କରିବ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.