ପଇଡ଼ ପାଣି ସହ ଏହାର ମଲାଇ ମଧ୍ୟ ହୋଇଥାଏ ଖୁବ ସ୍ୱାସ୍ଥ୍ୟକର, ଶରୀରକୁ ଫିଟ ରଖିବାରେ କରେ ସାହାର୍ଯ୍ୟ

ଫିଟ୍‌ ରହିବା ପାଇଁ ହେଲେ ଫଳ ଜୁସ ସହ ସବୁଜ ପନିପରିବା ଓ ପୃଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏମିତିରେ ପ୍ରାୟତଃ ଅନେକ ଜଣ ପଇଡ଼ ପାଣି ପିଇବାକୁ ମଧ୍ୟ ପସନ୍ଦ କରନ୍ତି । କିନ୍ତୁ ଏହାକୁ ପଇଡ଼ର ପାଣି ବ୍ୟତିତ ଏହାର ନାଳି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ। ଯାହାକୁ ଅଜାଣତରେ ଅନେକ ଖାଇନଥାନ୍ତି। ପଇଡ ପାଣି ସବୁ ପାନୀୟ ପଦାର୍ଥ ଠାରୁ ଅଧିକ ଲାଭ ଦାୟକ ହୋଇଥାଏ। ଗୋଟିଏ ପଇଡରେ ପ୍ରାୟ ୨୦୦ ଲିଟର ପାଣି ରହିଥାଏ। ଆଣ୍ଟି ଆକ୍ସିଡେଣ୍ଟ, ଭିଟାମିନ ସି, ଏନଜାଇମ, ବି କୋମ୍ପେଲକ୍ସ ଠାରୁ ମଧ୍ୟ ଅନେକ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ।

ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଆପଣ ଜାଣନ୍ତି କି ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ପଇଡପାଣି ମଧ୍ୟ ସହାୟକ ହୋଇଥାଏ। ଏହିପରି ଅନେକ ଉପାଦାନ ପଇଡ ପାଣିରେ ମିଳିଥାଏ ଯାହା ବର୍ଦ୍ଧିତ ରକ୍ତ ଚାପକୁ ତୁରନ୍ତ ନିୟନ୍ତ୍ରଣ ଦେଇଥାଏ।

ପଇଡ଼ ନାଳି ଶରୀରକୁ ଫିଟ ରଖିବାରେ ବଡ଼ ଭୂମିକା ନିର୍ବାହ କରିଥାଏ। ଆଜି ଆମେ ଏହି ଭିଡ଼ିଓରେ ତାହା ସମ୍ପର୍କରେ କହିବୁ। କେହି କେହି ଏହାକୁ ମଲାଇ ମଧ୍ୟ କୁହନ୍ତି। ତେବେ ସବୁ ପଇଡ଼ରେ ଏହା ନଥାଏ । ତେଣୁ ଏହାକୁ ଖାଇବାପାଇଁ ହେଲେ ବାଛିବାକୁ ପଡ଼ିଥାଏ।

ପଇଡ଼ ପାଣିର ଡିମାଣ୍ଡ ଭାରତ ସମେତ ସାରା ଦୁନିଆରେ ଢ଼େର ଅଧିକ ରହିଛି। ଏହା ଶରୀରକୁ ହାଇଡ୍ରେଟ ରଖିଥାଏ। ଏହାର ଦାମ କମ ସହ ହେଲଦି ମଧ୍ୟ ହୋଇଥାଏ। ତେବେ ଆଜି ଜାଣନ୍ତୁ ପଇଡ଼ ନାଳିର ଫାଇଦା ସମ୍ପର୍କରେ..

ଓଜନ କମାଏ:
ଅନେକ ଲୋକ ମାନନ୍ତି ଯେ ପଇଡ଼ର ନାଳି ବା ମଲାଇ ଖାଇବା ଦ୍ୱାରା ଓଜନ କମିଯାଏ। ଏଥିରେ କୋଲେଷ୍ଟ୍ରଲ ଥାଏ। କିନ୍ତୁ ଏହା ଭୁଲ। ଏହାକୁ ଖାଇବା ଦ୍ୱାରା ପେଟରେ ଚର୍ବି କମିଯାଏ।

ହଜମ ହୁଏ:
ଯାହାଙ୍କୁ ଇନଡାଇଜେସନ ର ସମସ୍ୟା ରହିଛି ସେମାନେ ଏହାକୁ ଖାଇବା ଜରୁରୀ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଏହାକୁ ସୁପରଫୁଡ ମଧ୍ୟ କୁହାଯାଏ। ଏହା ଆମ ଶରୀର ଭିତରୁ ସୁସ୍ଥ ରଖେ।

ଇମ୍ୟୁନିଟ ବୁଷ୍ଟ:
ଇମ୍ୟୁନିଟ ଶକ୍ତିକୁ ଦୃଢ଼ କରିବା ପାଇଁ ଆପଣ ଏହାକୁ ଖାଇପାରିବେ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି।

ତ୍ୱଚାକୁ କରିବ ଗ୍ଲୋ:
ସିଜିନ କୁ ନେଇ ଏହାର ଖରାପ ପ୍ରଭାବ ଆମ ସ୍କିନ ଉପରେ ପଡ଼ିଥାଏ। ତେଣୁ ତ୍ୱଚାକୁ ଗ୍ଲୋ କରିବା ପାଇଁ ହେଲେ ଆପଣ ଏହାର ପାଣି ସହ ପଇଡ଼ର ନାଳିକୁ ଖାଇବା ଜରୁରୀ।

ଇନଷ୍ଟାଣ୍ଟ ଏନର୍ଜି:
ଶରୀର ଥକ୍କା ଯାଇଥିଲେ ଆପଣ ଏହା କୁ ଖାଇପାରିବେ । ଏମିିତିରେ ଆପଣଙ୍କୁ ଇନଷ୍ଟାଣ୍ଟ ଏନର୍ଜି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.