ଭାରତ- ଜିମ୍ବାୱେ ଦ୍ୱିତୀୟ ଦିନିକିଆ, ୫ ଓ୍ଵିକେଟରେ ମ୍ୟାଚ୍‌ ଜିତିବା ସହିତ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଥିବା ଦ୍ୱିତୀୟ ଦିନିକିଆକୁ ୫ ଓ୍ଵିକେଟ ଜିତିନେଇଛି ଟିମ୍‌ ଇଣ୍ଡିଆ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା ଘରୋଇ ଦଳ ଜିମ୍ବାୱେ । ଯାହାର ଉତ୍ତରରେ ଟିମ୍‌ ଇଣ୍ଡିଆ ୨୫ ଓଭରରେ ମାତ୍ର ୫ ଓ୍ଵିକେଟ ହରାଇ ଜିତିନେଇଛି। ଟିମ୍‌ ଇଣ୍ଡିଆ ୨୫.୪ ଓଭରରେ ୧୬୭ ରନ୍‌ କରି ବିଜୟ ହାସଲ କରିଛି।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଘରୋଇ ଦଳ ଆରମ୍ଭରୁ ହିଁ ବ୍ୟାଠି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର୍ କାଇଟାନୋ ମାତ୍ର ୭ରନ କରି ଆଉଟ ହୋଇଥିବା ବେଳେ ଇନୋଷେଣ୍ଟ କାଇଆ ୧୬ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଓ୍ବିସଲେ ମାଧେବେରେ ୨ରନ, ରେଜିସ୍ ଚକାଭା ୨ରନ, ସିକନ୍ଦର ରାଜା ୧୬ରନ, ସିନ୍ ଓ୍ବିଲିୟମସ୍ ୪୨ରନ, ରିୟାନ ବର୍ଲ ଅପରାଜିତ ୩୯ରନ, ଲିଉକ୍ ଜୋଙ୍ଗଓ୍ବି ୬ରନ, ବ୍ରାଡ୍ ଇଭାନ୍ସ ୯ରନ, ଭିକ୍ଟୋର ନ୍ୟାଉଚି ୦ରନ ଏବଂ ଟନାଙ୍କା ଚିଭାଙ୍ଗା ୪ରନ କରି ଆଉଟ ହୋଇଛନ୍ତି । ଟିମ୍‌ ଇଣ୍ଡିଆର ବୋଲର ଜିମ୍ବାୱେ ଟିମ୍‌କୁ ୩୮.୧ ଓଭରରେ ସବୁ ଓ୍ଵିକେଟ ନେଇଛନ୍ତି।

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୭ ଓଭରରେ ୩୮ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ, ମହମ୍ମଦ ସିରାଜି, ପ୍ରସିଦ୍ଧ କ୍ରିଷ୍ଣାି, ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ଦୀପକ ହୁଡ୍ଡା ଗୋଟିଏ ଗୋଟିଏ ଓ୍ଵିକେଟ ନେଇଛନ୍ତି।

scorboard

ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଛି। ଶିଖର ଧଓ୍ଵନ ଏବଂ କେଏଲ ରାହୁଲ ଓପନିଂ କରିବାକୁ ଆସି ୨୦ ରନ୍‌ର ଭାଗିଦାରିତା କରିବା ପରେ ଆଉଟ୍‌ ହୋଇଥିଲେ ରାହୁଲ। ରାହୁଲ ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇଛନ୍ତି। ସେହିପରି ଶିଖର ଧଓ୍ଵନ ୪୨ ରନ୍‌ ଆଉଟ୍‌ ହୋଇଥିବା ବେଳେ ଈଶାନ କିଷନ ୬ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଶୁଭମନ ଗିଲ୍‌ ୩୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଦୀପକ ହୁଡ୍ଡା ୨୫ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ସଞ୍ଜୁ ସାମସନ ୪୩ ଏବଂ ଅକ୍ଷର ପଟେଲ ୬ ରନ୍‌ କରି ଅପରାଜିତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.