ବୃଦ୍ଧାବସ୍ଥାରେ କାହିଁକି ଉଡିଯାଏ ନିଦ ? ଏହି ୫ ଟି କଥାରେ ଅଛି ଉତ୍ତର

ବୟସ ବଢିବା ସହ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ଖାସ୍ କରି ବୃଦ୍ଧ ବୟସରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଯେମିତି କି ନିଦ ନହେବା । ହେଲେ କାହିଁକି ଏମିତି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ବତାଇବୁ । ଯେଉଁ କାରଣରୁ ବୟସ ଅଧିକ ହୋଇଗଲେ ନିଦ ଭଲ ଭାବରେ ହୁଏ ନାହିଁ ।

ଔଷଧ :

ବୃଦ୍ଧାବସ୍ଥାରେ ଅନେକ ରୋଗ ଘେରିନିଏ । ଯାହା ଫଳରେ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ପଡିଥାଏ । ଆଉ ଏହି ଔଷଧର କିଛି ପାର୍ଶ୍ବପ୍ରତିକ୍ରିୟା ଶରୀର ଉପରେ ପଡିଥାଏ । ଯାହା ଫଳରେ ନିଦ ହୋଇନଥାଏ । ତେଣୁ ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।

ଅବସାଦ :

ବୃଦ୍ଧାବସ୍ଥାରେ ସଜ୍ଞାନାତ୍ମକ କ୍ଷମତା କମ୍ ହୋଇଯାଇଥାଏ । ଯାହା ଫଳରେ ସେମାନଙ୍କ ଉପରେ ଭାବନାତ୍ମକ ଚାପ ପଡିଥାଏ । ଆଉ ସେମାନେ ଅବସାଦଗ୍ରସ୍ତ ହୋଇଯାଆନ୍ତି । ଅବସାଦରେ ନିଦ ନଆସିବା ଏକ କାରଣ ।

ଏହା ସହ ପଢନ୍ତୁ ପ୍ରତିଦିନ ଗୋଲମାରିଚର ସେବନ ଦ୍ୱାରା ପାଖମାଡେ ନାହିଁ ଏହିସବୁ ରୋଗ

ସୂର୍ଯ୍ୟଙ୍କ ରଶ୍ମୀ ନପଡିବା :

ବୃଦ୍ଧାବସ୍ଥାରେ ପ୍ରାୟ ସମସ୍ତେ ବାହାରକୁ ଯିବା କମ୍ କରିଦିଅନ୍ତି । ଯାହା ଫଳରେ ସେମାନଙ୍କ ଉପରେ ସୂର୍ଯ୍ୟଙ୍କ କିରଣ ପଡିନଥାଏ । ଏହା ପରେ Circadian Rhythm ଉପରେ ରୋକ୍ ଲାଗିଯାଏ । ଆଉ ରାତିରେ ଉଡିଯାଏ ଆଖିରୁ ନିଦ ।

ଛାତିରେ ଜଳାପୋଡା ହେବା :

ଛାତିରେ ଜଳାପୋଡା କିମ୍ବା ଏସିଡିଟି ହେଲେ ବୃଦ୍ଧାବସ୍ଥାରେ ଆଖିରୁ ନିଦ ଉଡିଯାଏ । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ସଂଧ୍ୟା ପରେ ଖାଦ୍ୟ ନଖାଇବା ଉଚିତ୍ ।

ଅନାବଶ୍ୟକ ପାଟିତୁଣ୍ଡ :

ଯଦି ଆପଣ ଶୋଇବାକୁ ଯାଉଛନ୍ତି ଆଉ ଆପଣଙ୍କ ପାଖ ପାଖରେ କୌଣସି ଶବ୍ଦ ହେଉଛି, ଯେମିତି କି କୁକୁର ଭୁକିବା ଏବଂ କାରର ଆଲାର୍ମ ଆଦିରେ ନିଦ ଭାଙ୍ଗିଯାଏ । ଏଥିରୁ ରକ୍ଷା ପାଇବା ପାଇଁ Noise-Canceling Plugs ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.