ଶରୀରରୁ ୟୁରିକ ଏସିଡ ମାତ୍ରା କମାଇବା ପାଇଁ ବରଦାନ ପରି କାମ କରେ ଏହି ତିନୋଟି ପତ୍ର

ୟୁରିକ ଏସିଡ ରକ୍ତରେ ମିଳୁଥିବା ଏକ ପ୍ରକାର ଅପରିଷ୍କାର ପଦାର୍ଥ । ଯେବେ ଆମ ଶରୀର ପ୍ୟୁରିନ ନାମକ ଏକ ବିଷାକ୍ତ ରସାୟନ ପଦାର୍ଥକୁ ଭାଙ୍ଗିଥାଏ ସେବେ ହିଁ ୟୁରିକ ଏସିଡ ପ୍ରସ୍ତୁତ ହୋଇଥାଏ । ଅଧିକାଂଶ ୟୁରିକ ଏସିଡ ରକ୍ତରେ ମିଶିଯାଇଥାଏ ଆଉ କିଡ୍ନୀ ଦେଇ ଯିବା ପରେ ଶରୀରରୁ ପରିଶ୍ରା ଜରିଆରେ ବାହାରକୁ ବାହାରି ଆସିଥାଏ । ପ୍ୟୁରିନ ଦ୍ୱରା ଭରପୁର ଖାଦ୍ୟ ପେୟ ରକ୍ତରେ ପ୍ୟୁରିନ ଏସିଡର ମାତ୍ରା ବଢା଼ଉଥିବା ନେଇ ଜଣାଯାଇଛି । ଆଉ ମଧ୍ୟ ରକ୍ତରେ ୟୁରିକ ଏସିଡର ପରିମାଣ ବଢିଲେ ଗାଉଟ ପରି ସମସ୍ୟା ଦେଖାଦିଏ । ଗାଉଟ ହେଉଛି ଏକ ପ୍ରକାର ଗଣ୍ଠି ରୋଗ ଯାହା ଦ୍ୱାରା ଗଣ୍ଠି ସ୍ଥାନ ଗୁଡିକରେ ଖୁବ ଦରଜ ହୋଇଥାଏ । ଆଉ ଯଦି ଶରୀରରେ ଅଧିକ ୟୁରିକ ଏସିଡ ରହେ ତେବେ ହାଇପରୟୁରିସିମିୟା ପରି ସମସ୍ୟା ଦେଖାଦିଏ । ଏହା ଏକ ଏପରି ସମସ୍ୟା ଯେଉଁଥିରେ ୟୁରିକ ଏସିଡ “କ୍ରିଷ୍ଟାଲ” ପରି ହୋଇଯାଏ । ଏହି କ୍ରିଷ୍ଟାଲ ଗଣ୍ଠି ସ୍ଥାନ ମାନଙ୍କରେ ଜମା ହୋଇ ଗଣ୍ଠି ରୋଗର କାରଣ ପାଲଟିପାରେ । ଏହା ଦ୍ୱରା କିଡ୍ନୀରେ ପଥୁରୀ ପରି ସମସ୍ୟ ବି ଦେଖାଦେଇପାରେ ।

ଯଦି ସମୟାନୁସାରେ ହାଇ ୟୁରିକ ଏସିଡର ଟ୍ରିଟ୍ମେଣ୍ଟ ଠିକ ଭାବରେ ଠିକ ସମୟରେ କରାନଯାଏ ତେବେ ହାଡ, ଯୋଡ଼ା ସ୍ଥାନ ସମେତ ଟିସ୍ୟୁ ବି କ୍ଷତିଗ୍ରସ୍ତ ହୋଇପାରେ । ଖାଲି ସେତିକି ନୁହେଁ ଏହାଦ୍ୱାରା କିଡ୍ନୀ ରୋଗ, ହାର୍ଟ ରୋଗ ବି ହୋଇପାରେ । ହସ୍ପିଟାଲ ସ୍ତରରେ ଏନେଇ ଅନେକ ଉପଚାର ଥିଲେ ମଧ୍ୟ କିଛି ଘରୋଇ ଉପାୟରେ ଆପଣ ମାନେ ଏଥିରୁ ମୁକ୍ତି ପାଇପାରିବେ । କିନ୍ତୁ ଜାଣନ୍ତିକି ମାତ୍ର କିଛି ପତ୍ରକୁ ସଠିକ ଭାବେ ବ୍ୟବହାର କରି ଆପଣ ୟୁରିକ ଏସିଡ ପରି ସମସ୍ୟାରୁ ତ୍ରାହି ପାଇପାରିବେ ।

ଧନିଆ ପତ୍ର:

ପ୍ରଥମେ ଧନିଆ ପତ୍ରର ଏକ ବିଡ଼ା ନିଅନ୍ତୁ । ଏହା ପରେ ଏହାର ପତ୍ରକୁ ପ୍ରାୟ ୩୦ ମିନିଟ ପାଇଁ ଲୁଣ ପାଣିରେ ବତୁରାଈ ଦିଅନ୍ତୁ । ଏହା ପରେ ଏହାର ମୂଳକୁ କାଟି ଦୁଇ ଗିଲାସ ପାଇରେ ଏକ ବନ୍ଦ ପାତ୍ରରେ ୧୦ ମିନିଟ ପାଇଁ ସିଝାନ୍ତୁ । ଢାଙ୍କୁଣୀ ନକାଢ଼ି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାର ସେବନ ଆପଣ ଖାଲି ପେଟରେ କରିପାରିବେ ।

bay leaf

 

ତେଜ ପତ୍ର:

ଏକ ଅଧ୍ୟୟନ ଅନୁସାରେ, ତେଜ ପତ୍ରକୁ ରୋଷେଇ ଘରେ ଏକ ମସଲା ଭାବେ ବ୍ୟବହାର କରାଯାଇଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ ଏକ ଆୟୁର୍ବେଦୀୟ ଉପଚାରେ ଭାବେ ବି କାମ କରେ । ଏହି ପତ୍ର ୟୁରିକ ଏସିଡକୁ କମାଇ ପାରେ । ଏଥିରେ ଭିଟାମିନ ସି, ଭିଟାମିନ ଏ, ଫୋଲିକ ଏସିଡ ଥାଏ ଯାହାକି ସୁସ୍ଥ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ୧୦ ରୁ ୨୫ଟି ତେଜ ପତ୍ରକୁ ଗୋଟିଏ ଗ୍ଲାସ ପାଣିରେ ନିଅନ୍ତୁ । ସଫା ହେବା ପର୍ଯ୍ୟନ୍ତ ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏବେ ଏହି ସିଝା ପାଣିକୁ ଦିନକୁ ଦୁଇ ଥର ପିଅନ୍ତୁ ।

paan patra

 

ପାନ ପତ୍ର:

ପାନ ପତ୍ର ଶରୀରକୁ ୟୁରିକ ଏସିଡର ପରିମାଣକୁ କମାଇ ଦିଏ । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛିକି ଯେଉଁ ମୂଷା ମାନଙ୍କୁ ପାନ ପତ୍ର ଖାଇବାକୁ ଦିଆଯାଇଛି ସେମାନଙ୍କ ୟୁରିକ ଏସିଡ ଲେବଲ ପ୍ରାୟ ୪ ଗୁଣା କମିଯାଇଛି । ଆପଣ ଖାଲି ପାନ ପତ୍ର ହିଁ ଚୋବନ୍ତୁ । କିନ୍ତୁ ଏହା ସହିତ କୌଣସି ତମାଖୁ ବ୍ୟବହାର କରନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.