ଧମନୀରେ ଜମୁଥିବା ହାଇ କୋଲେଷ୍ଟରାଲ୍‌ ସଫା କରିବ ଏହି ୪ ଜିନିଷ, ଜରୁର ଖାଆନ୍ତୁ

ହାଇକୋଲେଷ୍ଟରାଲ ହେବାର ସବୁଠୁ ବଡ଼ କାରଣ ବ୍ୟକ୍ତିର ଲାଇଫ ଷ୍ଟାଇଲ । କୋଲେଷ୍ଟରାଲ ବଢ଼ିବା ଶରୀରରେ ହୃଦୟ ରୋଗକୁ ନିମନ୍ତ୍ରଣ କରିଥାଏ । ହାଇକୋଲେଷ୍ଟରାଲ ଯୋଗୁ ଆପଣ ହାର୍ଟ ଆଟାକ୍‌, ଡାଇବେଟିସ, ହାର୍ଟ ଷ୍ଟ୍ରୋକ୍‌ ଭଳି ରୋଗର ଶିକାର ହୋଇପାରନ୍ତି । ଏଥିପାଇଁ ବହୁତ ସମୟରେ କୌଣସି ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ । ଯେଉଁମାନଙ୍କର ଏଲଡିଏଲ ଅଧିକ ଥାଏ ସେମାନେ ଅଧିକ ସତର୍କ ରହିବା କଥା । ତେଣୁ ଏମିତି କିଛି ଖାଦ୍ୟ ଖାଇବା ଉଚିତ ଯାହା ବ୍ୟାଡ କୋଲେଷ୍ଟରାଲକୁ ହ୍ରାସ କରିଥାଏ । ଆସନ୍ତୁ ଜାଣିବା ଏହିସବୁ ଖାଦ୍ୟ ବିଷୟରେ ।

୧. ଧଣିଆ

ପ୍ରତିଦିନ ଧଣିଆକୁ ରାତିରେ ଗରମ ପାଣିରେ ସିଝାଇ ରଖି ଦିଅନ୍ତୁ । ସକାଳେ ସେହି ପାଣିକୁ ଛାଣିକରି ଖାଲି ପେଟରେ ପିଇଲେ ହାଇ କୋଲେଷ୍ଟରାଲ ହ୍ରାସ ପାଇଥାଏ ।

୨. ହଳଦୀ

ଖାଦ୍ୟ ପଦାର୍ଥରେ ଦୈନିକ ହଳଦୀର ବ୍ୟବହାର ଦ୍ୱାରା ମଧ୍ୟ କୋଲେଷ୍ଟରାଲ ହ୍ରାସ କରାଯାଇପାରେ । ଆପଣ ରାତିରେ ହଳଦୀ କ୍ଷୀର ମଧ୍ୟ ପିଇ ପାରିବେ ।

୩. ଗ୍ରୀନ ଟି

ପ୍ରତି ଦିନ ଏକ କପ୍‌ ଗ୍ରୀନ ଟି କୋଲେଷ୍ଟରାଲ କମାଇବାରେ କାମ କରିଥାଏ । ହାନିକାରକ କୋଲେଷ୍ଟରାଲ କମ କରିବାରେ ଏହା ସହାୟକ ହୋଇଥାଏ ।

୪. ଅଳସୀ ମଞ୍ଜି

ଅଳସୀକୁ ପେଶି କରି କ୍ଷୀର ସହ ଏହାର ପାଉଡର ମିଳାଇ ନେଇ ପାରିବେ । ଶରିରରେ ଖରାପ କୋଲେଷ୍ଟରାଲ ହ୍ରାସ କରିବା ପାଇଁ ପ୍ରତିଦିନ ୩୦ ଗ୍ରାମ ଅଳସୀ ଖାଆନ୍ତୁ । ଏହା କୋଲେଷ୍ଟରାଲ ନିୟନ୍ତ୍ରଣ କରିବାରେ ଭଲ କାମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.