ଭାଙ୍ଗ ନିଶା ଛଡ଼ାଇବାର ସରଳ ଉପାୟ, ନିଶ୍ଚୟ ଆପଣାନ୍ତୁ

ଆସୁଛି ରଙ୍ଗର ପର୍ବ ହୋଲି । ହୋଲିରେ ଖାସ୍‌ କରି ପଣାର ସେବନ ଟିକେ ଅଧିକ ହୋଇଥାଏ । ଆଉ ଏହି ପଣାରେ ହିଁ ଲୋକମାନେ ଭାଙ୍ଗ ମିଶାଇ ପିଇଥାନ୍ତି । ଭାଙ୍ଗ ପିଇବା ପରେ ଆନନ୍ଦ ବଢ଼ିଯାଉଥିଲେ ମଧ୍ୟ ମସ୍ତିଷ୍କ କାମ କରିବା ବନ୍ଦ କରି ଦେଇଥାଏ । ତେବେ ଭାଙ୍ଗର ନିଶା ଉତାରିବାକୁ କିଛି ଘରୋଇ ଉପାୟ ମଧ୍ୟ ଆପଣାଇପାରିବେ ।

ଆସୁଛି ରଙ୍ଗର ପର୍ବ ହୋଲି । ହୋଲିରେ ଲୋକେ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇବା ସହ ମନ ପସନ୍ଦର ଖାଦ୍ୟ ବି ଖାଇଥାନ୍ତି । ହୋଲିରେ ଖାସ୍‌ କରି ପଣାର ସେବନ ଟିକେ ଅଧିକ ହୋଇଥାଏ । ଆଉ ଏହି ପଣାରେ ହିଁ ଲୋକମାନେ ଭାଙ୍ଗ ମିଶାଇ ପିଇଥାନ୍ତି । ଭାଙ୍ଗ ପିଇବା ପରେ ଆନନ୍ଦ ବଢ଼ିଯାଉଥିଲେ ମଧ୍ୟ ମସ୍ତିଷ୍କ କାମ କରିବା ବନ୍ଦ କରି ଦେଇଥାଏ । ଫଳରେ ଲୋକଟି ହସୁଥିଲେ ହସୁଥାଏ, କାନ୍ଦୁଥିଲେ କାନ୍ଦୁଥାଏ; ଏଭଳି ଅନେକ ଅଦ୍ଭୁତ କାରନାମା କରିଥାଏ, ଯାହା ଆଖପାଖ ଲୋକଙ୍କ ଚିନ୍ତା ଓ ବ୍ୟସ୍ତତା ବଢ଼ାଇଦିଏ । ବେଳେବେଳେ ଅଧିକ ନିଶା ମୁଣ୍ଡକୁ ଚଢ଼ିଗଲେ ଲୋକ ପାଗଳ ଭଳି ବ୍ୟବହାର କରିବାକୁ ଲାଗେ । ତେବେ ଭାଙ୍ଗର ନିଶା ଉତାରିବାକୁ କିଛି ଘରୋଇ ଉପାୟ ମଧ୍ୟ ଆପଣାଇପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ…

ଖଟା ଜିନିଷ:
ଭାଙ୍ଗ ନିଶା ଛଡ଼ାଇବା ପାଇଁ ଖଟା ସେବନ କରିବା ହେଉଛି ସବୁଠୁ ଭଲ ଉପାୟ । ଏଥିପାଇଁ ଲେମ୍ବୁ, ଦହି କିମ୍ବା ତେନ୍ତୁଳି ବ୍ୟବହାର କରିପାରିବେ । ଏହା ଦ୍ୱାରା ସହଜରେ ଭାଙ୍ଗ ନିଶା ଓହ୍ଲାଇଯିବ ।

ଉଷୁମ ତେଲ:
ଭାଙ୍ଗ ପିଇବା ପରେ ଅତ୍ୟଧିକ ନିଶା ଯୋଗୁ ଯଦି ବ୍ୟକ୍ତି ବେହୋସ୍‌ ହୋଇଯାଇଥାନ୍ତି, ତେବେ ସୋରିଷ ତେଲକୁ ହାଲ୍‌କା ଉଷୁମ କରି ତାଙ୍କ କାନରେ ପକାନ୍ତୁ । ଉଭୟ କାନରେ ଏଭଳି ଦୁଇ ବୁନ୍ଦା ତେଲ ପକାଇପାରିବେ ।

ଦେଶୀ ଘିଅ:
କିଛି ଲୋକ ଭାଙ୍ଗ ନିଶା ଛଡ଼ାଇବାକୁ ଦେଶୀ ଘିଅ ମଧ୍ୟ ବ୍ୟବହାର କରିଥାନ୍ତି । ଏଥିପାଇଁ ଶୁଦ୍ଧ ଦେଶୀ ଘିଅକୁ ଉକ୍ତ ବ୍ୟକ୍ତିଙ୍କୁ ପିଆଇ ଦିଅନ୍ତୁ । ଅଧିକ ମାତ୍ରାରେ ଘିଅ ସେବନ କଲେ ନିଶା ଉତୁରିଯିବ ।

ହରଡ଼ ଡାଲି:
କଞ୍ଚା ହରଡ଼ ଡାଲି ମଧ୍ୟ ଭାଙ୍ଗ ନିଶାକୁ ଉତାରିବାରେ ସାହାଯ୍ୟ କରେ । ଏଥିପାଇଁ କଞ୍ଚା ହରଡ଼ ଡାଲିକୁ ଚୁନା କରି ଉକ୍ତ ବ୍ୟକ୍ତିଙ୍କୁ ଖୁଆନ୍ତୁ । ନଚେତ୍‌ ପାଣିରେ ଗୋଳାଇ ପିଆଇ ଦିଅନ୍ତୁ । ନିଶା ଛାଡ଼ିଯିବ ।

ଚଣା:
ଭଜା ଚଣା ଓ କମଳା ମଧ୍ୟ ଭାଙ୍ଗ ନିଶାକୁ କମ୍‌ କରିବାକୁ ଏକ ଭଲ ବିକଳ୍ପ । ଏହା ସହ ଚିନି କିମ୍ବା ଲୁଣ ନ ପକାଇ ଖାଲି ଲେମ୍ବୁ ପାଣି ୫-୬ ଥର ପିଆଇବା ଦ୍ୱାରା ମଧ୍ୟ ଭାଙ୍ଗ ନିଶା ଉତୁରିଯିବ ।

ବି.ଦ୍ର: ଏସବୁ ଉପାୟରେ ଯଦି ଭାଙ୍ଗ ନିଶା କମୁନି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.