ଭାରସାମ୍ୟ ହରାଇ ରାଜପଥ ତଳକୁ ଖସିଲା ବାଇକ, ସ୍ୱାମୀ-ସ୍ତ୍ରୀ ଓ ଝିଅ ଗୁରୁତର

ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଫାୟାର ଷ୍ଟେସନ ନିକଟରେ ଭାରସାମ୍ୟ ହରାଇ ରାଜପଥ ତଳକୁ ଖସିଲା ବାଇକ । ସ୍ୱାମୀ-ସ୍ତ୍ରୀ ଓ ଝିଅ ଗୁରୁତର  ।  ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ଭଦ୍ରକ : 16 ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଫାୟାର ଷ୍ଟେସନ ନିକଟରେ ଭାରସାମ୍ୟ ହରାଇ ରାଜପଥ ତଳକୁ ଖସିଲା ବାଇକ । ସ୍ୱାମୀ-ସ୍ତ୍ରୀ ଓ ଝିଅ ଗୁରୁତର  ।  ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ଆଜି 16 ନମ୍ବର ଜାତୀୟ ରାଜପଥରେ ବାଲେଶ୍ୱର ଜିଲ୍ଲା ବଂଶ ପାଳ ଗାଁରୁ ବରେନ୍ଦ୍ର ପାତ୍ର ତାଙ୍କ ମୋଟର ସାଇକେଲରେ ସ୍ତ୍ରୀ ଓ 10 ବର୍ଷର ଝିଅକୁ ବସାଇ ଯାଜପୁର ରୋଡ଼ ଅଭିମୁଖେ ଯାଉଥିଲା ବେଳେ ଫାୟାର ଷ୍ଟେସନ ନିକଟରେ ହଟାତ ମୋଟର ସାଇକେଲଟି ଭାରସାମ୍ୟ ହରାଇ ରାଜପଥ ତଳକୁ ଖସି  ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଗୁରୁତର ଥିବାରୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି  ।  ଭଣ୍ଡାରିପୋଖରୀ ପୋଲିସ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.