ଚେନ୍ନାଇ ସୁପରକିଙ୍ଗସ୍‌ ଅଧିନାୟକ ପଦ ଛାଡିଲେ ଧୋନି, ଋତୁରାଜଙ୍କୁ ମିଳିଲା ଦାୟିତ୍ୱ

ଚେନ୍ନାଇ ସୁପରକିଙ୍ଗସ ଟିମରୁ ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂ ଧୋନି । ଟିମର ନୂଆ ଦାୟିତ୍ୱ ଋତୁରାଜ ଗାଏକ୍ୱାଡଙ୍କୁ ଦିଆଯାଇଛି । ଚଳିତବର୍ଷ ଆଇପିଏଲରେ ସିଜନରେ ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିବେ ନାହିଁ । ଧୋନିଙ୍କ ନେତୃତ୍ୱରେ ସିଏକେ ୫ ଥର ଆଇପିଏଲ ଟାଇଟଲ ଜିତିସାରିଛି ।

ଆଇପିଏଲ ଆରମ୍ଭରୁ ଚେନ୍ନାଇ ସୁପରକିଙ୍ଗସ ଫ୍ୟାନ୍ସଙ୍କୁ ବଡ ଝଟକା । ଚେନ୍ନାଇ ସୁପରକିଙ୍ଗସ ଟିମରୁ ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂ ଧୋନି । ଟିମର ନୂଆ ଦାୟିତ୍ୱ ଋତୁରାଜ ଗାଏକ୍ୱାଡଙ୍କୁ ଦିଆଯାଇଛି । ଚଳିତବର୍ଷ ଆଇପିଏଲରେ ସିଜନରେ ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିବେ ନାହିଁ । ଧୋନିଙ୍କ ନେତୃତ୍ୱରେ ସିଏକେ ୫ ଥର ଆଇପିଏଲ ଟାଇଟଲ ଜିତିସାରିଛି । କିନ୍ତୁ ଏବେ ସେ ଦାୟିତ୍ୱ ଅନ୍ୟକୁ ଦେଇଛନ୍ତି ।

ଋତୁରାଜ ଜଣେ ପ୍ରତିଭାଶାଳୀ ଖେଳାଳି । ତେଣୁ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା କରିଛି । ଧୋନି ଆଇପିଏଲ୍‌ ୨୦୦୮ରେ ଟିମ୍‌ ସହିତ ରହିଥିଲେ । ଚେନ୍ନାଇ ଧୋନିଙ୍କ ନେତୃତ୍ୱରେ ୫ଥର ଟାଇଟଲ ଜିତିଛି । ଚେନ୍ନାଇ ୨୦୧୦, ୨୦୧୧, ୨୦୧୮, ୨୦୨୧, ୨୦୨୩ରେ ଆଇପିଏଲ ଟାଇଟଲ ଜିତିଛି । ଚେନ୍ନାଇ ଗତ ସିଜନ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ହରାଇଥିଲା ।

ଚେନ୍ନାଇ ସୁପରକିଙ୍ଗସ ଟିମ୍‌ ଅଧିନାୟକତ୍ୱକୁ ନେଇ ଏକ ବୟାନ ଜାରି କରିଛି, ସିଏସକେ କହିଛି, ମହେନ୍ଦ୍ର ସିଂ ଧୋନି ଆଇପିଏଲ୍‌ ୨୦୨୪ ପୂର୍ବରୁ ଅଧିନାୟକ ଦାୟିତ୍ୱ ଋତୁରାଜ ଗାଏକ୍ୱାଡକୁ ଦେଇଛନ୍ତି । ଋତୁରାଜ ଟିମ୍‌ ସହିତ ୨୦୧୯ରୁ ରହିଛନ୍ତି । ସେ ଏପର୍ଯ୍ୟନ୍ତ ୫୨ଟି ମ୍ୟାଚ ଖେଳିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.