ଆଫ୍‌ଗାନିସ୍ତାନ: ବ୍ୟାଙ୍କରେ ଆତ୍ମଘାତୀ ବିସ୍ଫୋରଣ, ୩ ଜଣଙ୍କ ମୃତ୍ୟୁ; ୧୨ରୁ ଅଧିକ ଆହତ

ଆଫ୍‌ଗାନିସ୍ତାନର କାନ୍ଦାହାର ସହରରେ ଏକ ଘରୋଇ ବ୍ୟାଙ୍କରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଆଫ୍‌ଗାନିସ୍ତାନର କାନ୍ଦାହାର ସହରରେ ଏକ ଘରୋଇ ବ୍ୟାଙ୍କରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି । ଗୁରୁବାର ସକାଳେ ଏହି ଘଟଣା ଘଟିଛି । ଏଠାରେ ଥିବା ଏକ ଘରୋଇ ବ୍ୟାଙ୍କରେ ଜଣେ ବ୍ୟକ୍ତି ନିଜକୁ ବୋମାରେ ଉଡ଼ାଇ ଦେଇଥିଲେ । ଏହି ଆକ୍ରମଣରେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି ।

କାନ୍ଦାହାର ସୂଚନା ଓ ସଂସ୍କୃତି ବିଭାଗ ମୁଖ୍ୟ ଇନାମୁଲ୍ଲାହ ସମନଗନି କହିଛନ୍ତି ଯେ ସମସ୍ତ ପୀଡିତ ନ୍ୟୁ କାବୁଲ୍‌ ବ୍ୟାଙ୍କ ଶାଖାକୁ ନିଜର ମାସିକ ଦରମା ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା ।

ତାଲିବାନ ଗୃହ ମନ୍ତ୍ରଣାଳୟର ପ୍ରବକ୍ତା ଅବଦୁଲ୍‌ ମତିନ୍‌ କାନି ମଧ୍ୟ ଏହି ଆକ୍ରମଣ ଘଟଣାକୁ ନିଶ୍ଚିତ କରିଛନ୍ତି । ଯଦିଓ ସେ ଏ ବାବଦରେ ଅଧିକ ସୂଚନା ଦେଇନାହାନ୍ତି । ଏହି ଘଟଣାର ତଦନ୍ତ କରାଯାଉଥିବା ସେ କହିଛନ୍ତି ।

ତେବେ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ତୁରନ୍ତ ନିଜକୁ ଦାୟୀ କରିନାହାନ୍ତି । କହି ରଖୁଛୁ ଯେ ତାଲିବାନର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଇସଲାମିକ୍ ଷ୍ଟେଟ୍ ଅତୀତରେ ବିଦ୍ୟାଳୟ, ହସ୍ପିଟାଲ, ମସଜିଦ ଏବଂ ଶିଆ ବହୁଳ ଅଞ୍ଚଳରେ ଆକ୍ରମଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.