ରୋଷେଇ ଘରେ ମିଳିଥିବା ଏହି ୫ଟି ଜିନିଷ ବ୍ୟବହାର କରନ୍ତୁ, ଅନ୍ୟାନ୍ୟ ସ୍କିନ୍‌ ସମସ୍ୟା ହେବ ଦୂର

ଆପଣ ଜାଣିଛନ୍ତି କି ରୋଷେଇ ଘରେ ବ୍ୟବହୃତ ଅନେକ ଜିନିଷ ଏହି ଦାମୀ ଜିନିଷ ଅପେକ୍ଷା ଆପଣଙ୍କୁ ଅଧିକ ଲାଭ ଦେଇପାରେ । ତେବେ ଆପଣଙ୍କ ରୋଷେଇ ଘରେ ମହୁ, ଲେମ୍ବୁ, ଟମାଟୋ,ହଳଦୀ ଏବଂ ମଲାଇ ଭଳି ଅନେକ ଜିନିଷ ବ୍ୟବହାର ହୋଇଥାଏ । ଏହି ଜିନିଷଗୁଡ଼ିକୁ ମୁହଁରେ ଲଗାଇବା ଦ୍ୱାରା ଫ୍ରେକ୍ଲେସ୍, ରିଙ୍କଲ୍ସ ଏବଂ କଳା ଦାଗ ଦୂର ହୋଇଯାଏ ।

ଆଜିକାଲି ସମସ୍ତେ ନିଜ ସ୍କିନ୍‌କୁ ସୁନ୍ଦର ରଖିବା ପାଇଁ ମହଙ୍ଗା କ୍ରିମ୍, ଲୋସନ, ସେରମ୍ ଏବଂ ଅନ୍ୟାନ୍ୟ ବିୟୁଟି ପ୍ରଡକ୍ଟ ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ରୋଷେଇ ଘରେ ବ୍ୟବହୃତ ଅନେକ ଜିନିଷ ଏହି ଦାମୀ ଜିନିଷ ଅପେକ୍ଷା ଆପଣଙ୍କୁ ଅଧିକ ଲାଭ ଦେଇପାରେ । ଏହି ଜିନିଷଗୁଡ଼ିକ କେବଳ ଚେହେରାକୁ ସୁନ୍ଦର କରେ ନାହିଁ ବରଂ ଏହାର କୌଣସି ସାଇଡିଫେକ୍ଟ ମଧ୍ୟ ନଥାଏ । ତେବେ ଆପଣଙ୍କ ରୋଷେଇ ଘରେ ମହୁ, ଲେମ୍ବୁ, ଟମାଟୋ,ହଳଦୀ ଏବଂ ମଲାଇ ଭଳି ଅନେକ ଜିନିଷ ବ୍ୟବହାର ହୋଇଥାଏ । ଏହି ଜିନିଷଗୁଡ଼ିକୁ ମୁହଁରେ ଲଗାଇବା ଦ୍ୱାରା ଫ୍ରେକ୍ଲେସ୍, ରିଙ୍କଲ୍ସ ଏବଂ କଳା ଦାଗ ଦୂର ହୋଇଯାଏ ।

ରୋଷେଇ ଘରେ ମିଳିଥିବା ଏହି ଜିନିଷଗୁଡ଼ିକୁ ଆପଣଙ୍କ ସ୍କିନ୍‌ରେ ବ୍ୟବହାର କରିବାରିବେ ।
ମହୁ : ଯଦି ଆପଣ ନିଜ ସ୍କିନ୍‌ର ବିଶେଷ ଯତ୍ନ ନେବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ମୁହଁରେ ମହୁ ବ୍ୟବହାର କରନ୍ତୁ । ତେବେ ସ୍କିନ୍‌ ପାଇଁ ମହୁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଆପଣ ମହୁରେ ମସାଜ୍ କରିପାରିବେ ଏବଂ ଏହା ସହ ଆପଣ ଅଲିଭ୍ ଅଏଲେକୁ ମହୁ ସହିତ ମିଶାଇ ମୁହଁରେ ଲଗାଇ ପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ସ୍କିନ୍‌ର ଅନେକ ସମସ୍ୟା ଦୂର ହୋଇଥାଏ ।

ଲେମ୍ବୁ : ଲୋକମାନେ ଘରୋଇ ଉପଚାରରେ ଲେମ୍ବୁ ବହୁତ ବ୍ୟବହାର କରନ୍ତି । ଲେମ୍ବୁରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ, ଯାହା ସ୍କିନ୍‌କୁ ହେଲଦି ରଖିବାରେ ସାହାଯ୍ୟ କରିଥାଏ । ଲେମ୍ବୁରେ ଆସ୍କୋରବିକ୍ ଏସିଡ୍ ମିଳିଥାଏ ଯାହା ଚେହେରାକୁ ଚମକାଇଥାଏ । ଲେମ୍ବୁ ରସ ମଧ୍ୟ ଏକ ପ୍ରାକୃତିକ ବ୍ଲିଚ୍ ଭାବରେ କାମ କରେ ।

ଟମାଟୋ : ସମସ୍ତଙ୍କ ଘରେ ଟମାଟୋ ସହଜରେ ମିଳିଥାଏ । ତେବେ ପନିପରିବାର ସ୍ୱାଦ ବଢାଇବା ବ୍ୟତୀତ ଟମାଟୋ ଆପଣଙ୍କ ଚେହେରାକୁ ମଧ୍ୟ ସୁନ୍ଦର କରିଥାଏ । ଟମାଟୋରେ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ ଯାହା ସ୍କିନ୍‌କୁ ପୋଷଣ ଦେଇଥାଏ । ଟମାଟୋ ଫ୍ରେକ୍ଲେସ୍ ଏବଂ ମୁହଁର ଦାଗ ଦୂର କରେ । ଏହା ମୁହଁରୁ ମଇଳା ବାହାର କରିଥାଏ ଏବଂ ସ୍କିନ୍‌କୁ ଚମକିବା ଆରମ୍ଭ କରିଥାଏ ।

ମଲାଇ : କ୍ଷୀରରୁ ବାହାରୁଥିବା ମଲାଇ ବହୁତ ଉପଯୋଗୀ । ମୁହଁରେ ମଲାଇ ଲଗାଇବା ଦ୍ୱାରା ଚେହେରାରେ ଚମକ ଆସିଥାଏ । ଯଦି ଆପଣ ଚାହାଁନ୍ତି, ଆପଣ ଏହି ମଲାଇରେ ୧ ଚାମଚ ହଳଦୀ ପାଉଡର ଏବଂ ଗୋଲାପ ଜଳ ମଧ୍ୟ ମିଶାଇ ପାରିବେ । ଏହା ସ୍କିନ୍‌କୁ ସଫା କରିଥାଏ ଏବଂ ଦାଗ ମଧ୍ୟ ଦୂର କରିଥାଏ ।

ହଳଦୀ : ରୋଷେଇ ଘରେ ମସଲାରେ ମିଳୁଥିବା ହଳଦୀ ହେଉଛି ଏକ ସୁପରଫୁଡ୍ ଯାହା ଆପଣଙ୍କ ତ୍ୱଚାକୁ ମଧ୍ୟ ସୁନ୍ଦର କରିଥାଏ । ହଳଦୀରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଉପାଦାନ ରହିଥାଏ ଯାହା ପିମ୍ପଲ୍ ଏବଂ ବ୍ରଣରୁ ମୁକ୍ତି ଦେଇଥାଏ । ମହୁ ସହିତ ହଳଦୀ ମିଶାଇ ଲଗାଇବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇଥାଏ । ଏହାକୁ ବେସନ ସହିତ ମିଶାଇ ସ୍କ୍ରବ୍ ଭାବରେ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.