ଶିଶୁଙ୍କ ମସ୍ତିସ୍କ ପ୍ରଖର କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଜରୁରୀ ଟିପ୍ସ

ସାଧାରଣତଃ ଶିଶୁଙ୍କ ବ୍ରେନ ବା ମସ୍ତିସ୍କ ବହୁତ ପ୍ରଖର ହୋଇଥାଏ | ଯଦି ଆପଣ ଭାବୁଥାନ୍ତି କି ଅନ୍ୟ ପିଲା ଠାରୁ ଆପଣଙ୍କ ପିଲା ପଛାଇ ଯାଉଛି, ତେବେ ଶରୀରରେ ପୋଷକ ତତ୍ତ୍ୱ ଏହାର କାରଣ ହୋଇପାରେ | ତେଣୁ ଶିଶୁଙ୍କ ଖାଦ୍ୟରେ ପୋଷାକ ତତ୍ତ୍ୱ ଜରୁର ବଢ଼ାନ୍ତୁ | ଫଳରେ ତାଙ୍କ ଶରୀରରେ କୌଣସି ପ୍ରକାର ଅଭାବ ରହିବନି | ଯଦି ଆପଣ ନିଜର ଶିଶୁର ବ୍ରେନକୁ ପ୍ରଖର କରିବାକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଜାଣିବା ଶିଶୁଙ୍କ ଖାଦ୍ୟରେ କଣ ରହିବା ଦରକାର |

ମାଛ ଖୁଆନ୍ତୁ : ଯଦି ଆପଣଙ୍କ ଶିଶୁର ମସ୍ତିସ୍କ ବହୁତ ପ୍ରଖର କରିବାକୁ ଚାହୁଁଛନ୍ତି ତେବେ ତାକୁ ମାଛ ଖାଇବାକୁ ଦିଅନ୍ତୁ | ମାଛରେ ଥିବା ଓ଼ମେଗ-3 ଫ୍ୟାଟି ଏସିଡ ମସ୍ତିସ୍କ ପ୍ରଖର କରିବାରେ ସାହାଯ୍ୟ କରିଥାଏ |

ସବୁଜ ପରିବା : ଶିଶୁଙ୍କ ପାଇଁ ସବୁଜ ପରିବା ବହୁତ ଭଲ ହୋଇଥାଏ | ଏହା ଶିଶୁର ମସ୍ତିସ୍କ ପ୍ରଖର କରିବା ସହ ଶରୀରକୁ ସୁସ୍ଥ ଓ ସୁନ୍ଦର କରିଥାଏ |

ଅଣ୍ଡା : ଅଣ୍ଡା ଖାଇବା ଦ୍ୱାରା ଶିଶୁର ମସ୍ତିସ୍କ ପ୍ରଖର ହୋଇଥାଏ | ଅଣ୍ଡାରେ ଓ଼ମେଗ-3 ଫ୍ୟାଟି ଏସିଡ ସହିତ କୋଲିନ, ଜିଙ୍କ,ଲ୍ୟୁଟିଂ ଭଳି ତତ୍ତ୍ୱ ରହିଛି ଯାହା ମସ୍ତିସ୍କ ପ୍ରଖର କରିଥାଏ |

ଓଟ୍ସ : ଓଟ୍ସ ଖାଇବା ଦ୍ୱାରା ଶିଶୁର ମସ୍ତିସ୍କ ପ୍ରଖର ହୋଇଥାଏ | ଏଥିରେ ଭିଟାମିନ ଏ, ବି କମ୍ପ୍ଲେସ ଓ ଜିଙ୍କ ଆଦି ରହିଥିବାରୁ ଶିଶୁର ମସ୍ତିସ୍କ ପ୍ରଖର କରିଥାଏ |

ଦହି : ଯଦି ଆପଣ ଶିଶୁର ମସ୍ତିସ୍କକୁ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ତାକୁ ନିୟମିତ ଭାବେ ଦହି ଖାଇବାକୁ ଦିଅନ୍ତୁ | ଦହି ଖାଇବା ଦ୍ୱାରା ଶିଶୁର ମସ୍ତିସ୍କ ବହୁତ ପ୍ରଖର ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.