ଘରେ ହେଉ କିମ୍ବା ଅଫିସରେ ଏପରି ଲଗାନ୍ତୁ କ୍ରିଷ୍ଟାଲ୍‌ ବଲ୍‌, ଭାଗ୍ୟରେ ଆସିବ ଚମକ

ବାସ୍ତୁଶାସ୍ତ୍ରର ପ୍ରୟୋଗ କରି ଆପଣ ନକାରାତ୍ମକ ଶକ୍ତିକୁ ସକାରାତ୍ମକ ଶକ୍ତିରେ ପରିବର୍ତ୍ତିତ କରି ଜୀବନରେ ଅନେକ ସମସ୍ୟାକୁ ସମାଧାନ କରିପାରିବେ । ବାସ୍ତୁରେ ଚାରି ଦିଗର ଅନେକ ମହତ୍ତ୍ୱ ରହିଛି। ଏହି କାରଣରୁ ଘର ତିଆରି କରିବା ହେଉ କିମ୍ବା କୌଣସି ଜିନିଷ ରଖିବା ଏସବୁକୁ ନେଇ ନିୟମ ଦର୍ଶାଯାଇଛି। ବାସ୍ତୁ ଦୋଷ କାରଣରୁ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିବାକୁ ଲାଗିଥାଏ। ଏହା ଜୀବନରେ ଅନେକ ସମସ୍ୟା ମଧ୍ୟ ଆଣିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଁ କ୍ରିଷ୍ଟଲ ବଲ୍‌ ଲଗାଇବା ବହୁତ ଶୁଭ ବୋଲି କୁହାଯାଇଥାଏ। ଏହାକୁ ଘରେ କିମ୍ବା ଅଫିସରେ ଲଗାଇବା ଦ୍ୱାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ପାରିବାରିକ କଳହ ଦୂର ହୋଇଥାଏ ଏବଂ ବ୍ୟବସାୟରେ ମଧ୍ୟ ଲାଭ ହୋଇଥାଏ।

crystal-ball-ବାସ୍ତୁଶାସ୍ତ୍ରରେ କ୍ରିଷ୍ଟଲ ବଲ୍‌କୁ ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ। କ୍ରିଷ୍ଟଲ୍‌ ଲଗାଇବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ଏହାକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଉଚିତ।

-ସେହିଭଳି ଯଦି ଆପଣଙ୍କ ଘରେ ପିଲାମାନଙ୍କର ପାଠ ପଢାରେ ମନ ଲାଗୁନଥାଏ ତେବେ କ୍ରିଷ୍ଟାଲ୍‌ ବଲ୍‌ କୁ ପିଲାମାନଙ୍କ ପାଠ ପଢା ଘରେ ଲଗାଇପାରିବେ। ଏପରି କରିବା ଦ୍ୱାରା ପିଲାମାନଙ୍କର ପାଠ ପଢା ପ୍ରତି ଆଗ୍ରହ ବଢିଥାଏ।

-ଶୟନ କକ୍ଷରେ କ୍ରିଷ୍ଟଲ ବଲ୍‌ ଲଗାଇବା ଦ୍ୱାରା ଦାମ୍ପତ୍ୟ ଜୀବନ ମଧୁର ହୋଇଥାଏ। ଯଦି ପତି ପତ୍ନୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡା ହେଉଥାଏ ତେବେ ସେମାନେ ନିଜ ରୁମ୍‌ ରେ କ୍ରିଷ୍ଟଲ ବଲ୍‌ ଲଗାନ୍ତୁ। ଏହାଦ୍ୱାରା ବହୁତ ଜଲଦି ଆପଣଙ୍କ ଜୀବନରେ ସୁଧାର ଆସିବ ।

crystal ball-ଘରର ବାଲକୋନିରେ କ୍ରିଷ୍ଟଲ ବଲ୍‌ ଏପରି ଲଗାନ୍ତୁ ଯେପରି ତା’ଉପରେ ସୂର୍ଯ୍ୟଙ୍କ କିରଣ ପଡିରହିବ। ଏହାଦ୍ୱାରା ଆପଣଙ୍କ ଘରେ କଳହ କମ ହୋଇଯାଇଥାଏ। ଘରର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ଏବଂ ସଦଭାବନା ବଢିଥାଏ। ଯଦି ଘରେ ସୂର୍ଯ୍ୟଙ୍କ କିରଣ ପଡୁନଥାଏ ତେବେ ଏହି ବଲ୍‌ କୁ କିଛି ସମୟ ଖରାରେ ରଖିବା ପରେ ଘରେ ଆଣି ଲଗାନ୍ତୁ।

-ଯେତେବେଳେ ବି ଆପଣ ଘରେ କିମ୍ବା କାର୍ଯ୍ୟସ୍ଥଳରେ କ୍ରିଷ୍ଟାଲ୍‌ ବଲ୍‌ ଲଗାଇବାକୁ ଚାହୁଁଛନ୍ତି ତା’ର କିଛି ଦିନ ପୂର୍ବରୁ ଏହି ବଲ୍‌ କୁ ଲୁଣ ପାଣିରେ ବୁଡାଇ ରଖନ୍ତୁ। ଏହାପରେ ବଲ୍‌ କୁ ପାଣିରୁ ବାହାର କରି ସଫା କରନ୍ତୁ ଏବଂ ସୂର୍ଯ୍ୟଙ୍କ କିରଣ ପଡୁଥିବା ସ୍ଥାନରେ ଏହି ବଲ୍‌ କୁ ରଖନ୍ତୁ। ଏପରି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.