Below header

ରୋଷେଇ ଘରେ ଥିବା ଏହି ପରିବାରୁ ବନାନ୍ତୁ ସନ୍‌ସ୍କ୍ରିନ୍‌ ଲୋସନ୍‌

ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଖାସ୍‌ କରି ମହିଳାମାନେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି। ସାଙ୍ଗସାଥୀଙ୍କ ଭିତରେ ସବୁଠାରୁ ହଟ୍‌କେ ଦିଶିବା ପାଇଁ ମହିଳାମାନେ ବିଭିନ୍ନ କମ୍ପାନୀର ବିୟୁଟି କେୟାର ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ସୌନ୍ଦର୍ଯ୍ୟବର୍ଦ୍ଧକ ଉତ୍ପାଦ ମଧ୍ୟରେ ସନ୍‌ସ୍କ୍ରିନ୍‌ ଲୋସନ୍‌ ପ୍ରମୁଖ। ଏହା ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାଇଗଣ ରଶ୍ମୀରୁ ରକ୍ଷା କରିଥାଏ। ତେବେ ବଜାରରେ ମିଳୁଥିବା ସନ୍‌ସ୍କ୍ରିନ୍‌ ଲୋସନ୍‌ରେ ଅତ୍ୟଧିକ ପରିମାଣର ରାସାୟନିକ ପଦାର୍ଥ ମିଶିଥାଏ। ଯାହା ତ୍ୱଚାକୁ ରକ୍ଷା କରିବା ପରିବର୍ତ୍ତେ ଅଧିକ ଖରାପ କରିଥାଏ। ତେବେ ଘରେ ଥିବା କେତେକ ଘରୋଇ ସାମଗ୍ରୀ ବ୍ୟବହାର କରି ମଧ୍ୟ ଆପଣ ସନ୍‌ସ୍କ୍ରିନ୍‌ ଲୋସନ୍‌ ତିଆରି କରିପାରିବେ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଏହାସହ ପଢନ୍ତୁ: ଯୁବାବସ୍ଥାରୁ ଏହିସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, ରହିବନି କୋଲେଷ୍ଟ୍ରୋଲ ସମସ୍ୟା

ଟମାଟୋ-ଲେମ୍ବୁ:

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହେଉଥିବା ଟମାଟୋ ଏକ ସୌନ୍ଦର୍ଯ୍ୟବର୍ଦ୍ଧକ ମଧ୍ୟ। ସୂର୍ଯ୍ୟଙ୍କ କ୍ଷତିକାରକ ଅତିବାଇଗଣ ରଶ୍ମୀ ଠାରୁ ତ୍ୱଚାକୁ ରକ୍ଷା କରିବାରେ ଟମାଟୋରେ ଥିବା ଲାଇକୋପିନ୍‌ ସହାୟକ ହୋଇଥାଏ। ପ୍ରତିଦିନ ଟମାଟୋ ଲଗାଇବା ଦ୍ୱାରା ତ୍ୱଚା କୋମଳ ହୋଇଥାଏ। ଆପଣ ଚାହିଁଲେ ଟମାଟୋ ସହ ଲେମ୍ବୁ ରସ ମଧ୍ୟ ମିଶାଇପାରିବେ।

ଟମାଟୋ-ଦହି:

ଟମାଟୋ, ଲେମ୍ବୁ ଏବଂ ଦହିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ ରଖି ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହା ନ୍ୟାଚୁରାଲ ବ୍ଲିଚ୍‌ ଭାବେ କାମ କରିଥାଏ। ଦହି ତ୍ୱଚାର ତେଲିଆ ଅଂଶକୁ ଦୂର କରିବାରେ ସାହାଯ୍ୟ କରେ।

ଟମାଟୋ-ଚିନି:

ଟମାଟୋକୁ ଛୋଟ ଖଣ୍ଡ କରି କାଟି ତା’ ଉପରେ କିଛି ଚିନି ପକାଇ ମୁହଁରେ ଘଷନ୍ତୁ। ଏହା ସ୍କ୍ରବ୍‌ ଭଳି କାମ କରିଥାଏ। କିଛି ସମୟ ପରେ ଟମାଟୋ ଖଣ୍ଡରେ ମହୁ ଲଗାଇ ମୁହଁରେ ଘଷନ୍ତୁ। ମହୁ ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ। ଏହା ତ୍ୱଚାର ଚମକ ବଢ଼ାଇବାରେ ସାହାଯ୍ୟ କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.