ଦାନ୍ତର ସୋନ୍ଦର୍ଯ୍ୟତା ଓ ସୁସ୍ଥତା ପାଇଁ ଆପଣାନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଦାନ୍ତର ସୁନ୍ଦରତା ମୁହଁର ସୁନ୍ଦରତାରେ ଚାର ଚାନ୍ଦ ଲଗାଇଥାଏ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ଏହାକୁ ଅବହେଳା କରି ଦାନ୍ତକୁ ନେଇ ଖାମଖିଆଲି ମନୋଭାବ ପ୍ରଦର୍ଶନ କରିଥାନ୍ତି। ଏଥିପାଇଁ ପ୍ରଥମେ ଦାନ୍ତକୁ ସଫା କରିବା ପାଇଁ ବ୍ରଶକୁ ନେଇ ମୁଖ୍ୟ ଟିପ୍ସ ଜାଣିବା ଆବଶ୍ୟକ। ଦାନ୍ତକୁ ଚମକଦାର କରିବା ପାଇଁ ଏହାର ମଝି ଭାଗକୁ ସଫା କରିବା ନିହାତି ଜରୁରୀ। ଏହାଦ୍ୱାରା ଦାନ୍ତରେ ଉଜ୍ଜଳତା ଆସେ, ଦାନ୍ତ ସଫା ଦେଖାଯାଏ । ଯାହାଦ୍ୱାରା ମୁହଁର ସୁନ୍ଦରତା ବଢ଼ି ଯାଏ।

ଆମେ ଆଜି ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ କହିବୁ ଯାହାକୁ ମାନିଲେ ଆପଣଙ୍କ ଦାନ୍ତ ସଫା ହେବା ସହ କୌଣସି ସମସ୍ୟା ଆସିବ ନାହିଁ।

– ପ୍ରାୟ ସମୟରେ ଆମେ ବ୍ରଶ କରିବା ସମୟରେ ଅଧିକ ସମୟ ଧରି ପାଣିରେ କୁଳି କରିଥାଉ ଯାହା ଉଚିତ ନୁହେଁ। ଏହା ପଛରେ ମଧ୍ୟ କାରଣ ରହିଛି । ସାଧାରଣତଃ ଟୁଥପେଷ୍ଟରେ ଫ୍ଲୋରାଇଡ ରହିଥାଏ। ଯାହା ଦାନ୍ତ ମୂଳକୁ କ୍ଷୟ ହେବାକୁ ଦେଇନଥାଏ। ଏହା ଏକ ପ୍ରକାର ଆମ ଦାନ୍ତକୁ ସୁରକ୍ଷା ଦେଇଥାଏ। ତେଣୁ ଯଦି ଆମେ ବାରମ୍ବାର କୁଳି କରିବା ତେବେ ଫ୍ଲୋରାଇଡ ବାହାରି ଯାଇଥାଏ। ଏଥିପାଇଁ ପ୍ରଥମେ ଆପଣ ଟୁଥପେଷ୍ଟକୁ ବ୍ରଶ କରିବା ପରେ ପାଟିରୁ ଭଲ ଭାବେ ବାହାର କରିଦିଅନ୍ତୁ ପରେ ପାଣିରେ ଥରେ କିମ୍ବା ଦୁଇ ଥର କୁଳି କରି ବାହାର କରନ୍ତୁ।

– ବ୍ରଶ କରିବା ସମୟରେ ଦାନ୍ତ ମଝିକୁ ବ୍ରଶ କରିବାକୁ ଭୁଲନ୍ତୁ ନାହିଁ। ତେବେ ନର୍ମାଲ ଟୁଥ ବ୍ରଶ ଦାନ୍ତର କେବଳ ୬୦% ଭାଗ ସଫା କରିଥାଏ। ଏଥିରେ କେବଳ ଦାନ୍ତ ଆଗ ଓ ପଛ ଭାଗ ସଫା ହୋଇଥାଏ। କିନ୍ତୁ ଏହା ଦାନ୍ତ ମଝି ଭାଗକୁ ସଫା କରିନଥାଏ। ତେଣୁ ସବୁବେଳେ ଷ୍ଟାଣ୍ଡାର୍ଡ ଟୁଥ ବ୍ରଶକୁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଅନ୍ତୁ।

– ପ୍ରାୟତଃ ଆମେ ବ୍ରଶ କରିବା ସମୟରେ ଏହାକୁ ଜାବୁଡ଼ି ଧରିଥାଉ। କିନ୍ତୁ ଏହାକୁ ପେନସିଲ ଭଳି ଧରିବା ଆବଶ୍ୟକ। ୟୁୁନିଭର୍ସିଟି କଲେଜ ଲଣ୍ଡନର ରିସର୍ଚ୍ଚରଙ୍କ କହିବା ଅନୁଯାୟୀ ପେନସିଲ ଭଳି ବ୍ରଶକୁ ଧରିବା ଦ୍ୱାରା ଦାନ୍ତ ମଝି ସଫା ଖୁବ ସହଜରେ ହୋଇଥାଏ।

– ତେବେ ଏହାସହ ଆପଣଙ୍କୁ ନିଜ ଖାଦ୍ୟ ରୋଟିନରେ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ। କୋଲ୍ଡ ଡ୍ରିଙ୍କସ୍‌ ସହ ଆଲକହଲ ଯୁକ୍ତ ପାନୀୟ ପଦାର୍ଥଠୁ ନିଜକୁ ଦୂରେଇ ରଖିବା ଆବଶ୍ୟକ। କାରଣ ଏହା ଦାନ୍ତର ଉପର ପରସ୍ତକୁ ଖରାପ କରିଦିଏ। ଯାହାଦ୍ୱାରା ଦାନ୍ତ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ତେଣୁ ନିଜ ଦାନ୍ତର ସୌନ୍ଦର୍ଯ୍ୟତା ସହ ଏହାକୁ ସୁସ୍ଥ ରଖିବା ପାଇଁ ଏହିସବୁ ଟିପ୍ସ ପ୍ରତି ଧ୍ୟାନ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.