ଘରେ ପ୍ରସ୍ତୁତ କରନ୍ତୁ ଭିଟାମିନ – ଏ ଯୁକ୍ତ ଗାଜର ସୁପ୍, ଶୀତଦିନେ ଶରୀରରେ ଠିକ୍ ଭାବେ ରକ୍ତ ସଞ୍ଚାଳନ କରାଇଥାଏ।

ସୁପ୍ ପିଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି କାରଣ ଏହା ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ ଓ ଶରୀରକୁ ବଳ ଯୋଗାଇଥାଏ । ତେଣୁ ଅନେକ ଲୋକ ନିଜ ମନ ପସନ୍ଦ ଅନୁଯାୟୀ ଭେଜ୍ ଓ ନନ୍ଭେଜ ସୁପ୍ ପିଇଥାନ୍ତି। ଯାହାକି ମାର୍କେଟରେ ମିଳିଥାଏ କିନ୍ତୁ ଆପଣ ଘରେ କେବେ ସୁପ୍ କରି ପିଛନ୍ତି କି ? ଯଦି ନୁହେଁ ତେବେ ବର୍ତ୍ତମାନ ଗାଜର ସୁପ୍ ପ୍ରସ୍ତୁତ କରି ପିଅନ୍ତୁ। କାରଣ ଏହା ଶୀତଦିନେ ଶରୀରକୁ ପୋଷଣ ଯୋଗାଇଥାଏ । ଖାସକରି ଏଥିରେ ଥିବା ଭିଟାମିନ ଏ ରେ ଶୀତରୁ ଓ ଥଣ୍ଡାରୁ ରକ୍ଷା କରିବାପାଇଁ ପ୍ରତ୍ୟେକ ଦିନ ଗାଜର ସୁପ୍ ପିଇବା ଉଚିତ୍।
ଅନ୍ୟ ଦିନ ଅପେକ୍ଷା ଖାସ କରି ଥଣ୍ଡା ଦିନରେ ଏହା ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ତେଣୁ ସୁସ୍ବାଦୁ ଗାଜର ସୁପ୍ ଘରେ ନିଶ୍ଚିତ ତିଆରି କରନ୍ତୁ ଓ ଏହାକୁ ପି ସୁସ୍ଥ ରୁହନ୍ତୁ। ଗାଜରରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ଥିବାରୁ ଅନେକ ରୋଗରୁ ଏହା ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଆସନ୍ତୁ ଜାଣିବା ଗାଜର ସୁପ୍ ତିଆରି କରିବାର ଉପାୟ:
ଗାଜର ସୁପ୍ ତିଆରି କରିବା ପାଇଁ ପ୍ରଥମେ ସତେଜ ଗାଜର ଆବଶ୍ୟକ। ଏକ ପ୍ୟାନରେ ତେଲ ଗରମ କରନ୍ତୁ । ଏହା ପରେ ଗାଜର ପକାଇ ଭାଜନ୍ତୁ। ଗାଜର ଭାଜି ହୋଇଯିବା ପରେ ଏହାକୁ କାଢି ଦିଅନ୍ତୁ। ଗାଜରର କଞ୍ଚା ଗନ୍ଧ ନହେବା ପାଇଁ ପ୍ୟାନରେ ଅଳ୍ପ ଜିରା, ଅଦା ଗୁଣ୍ଡ ଏବଂ ରସୁଣକୁ ମଧ୍ୟ ଆପଣ ପକାଇ ପାରିବେ । ଏଥିରେ ଆପଣ ଅଳ୍ପ ମାତ୍ରାରେ ପିଆଜ ପକାଇବା ସହିତ ହଳଦୀ ଗୁଣ୍ଡ ପକାଇ ପାରିବେ।
ଏହା ପରେ, ଭଜା ହୋଇଥିବା ଗାଜରକୁ ଆପଣ ଗ୍ରାଇଡିଂ କରି ପ୍ୟାନରେ ଢାଳନ୍ତୁ।
ଆପଣ ସେମିତି ଖାଲି ଭଜା ଗାଜରକୁ ମଧ୍ୟ ମିଶାଇ କିଛି ମାତ୍ରାରେ ପାଣି ଏବଂ ସ୍ବାଦ ଅନୁସାରେ ଲୁଣ ମିଶାଇ ଏହା ନରମ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ ।
କିଛି ସମୟ ପରେ ପ୍ୟାନକୁ ତଳକୁ ଆଣି ଥଣ୍ଡା ହେବାକୁ ଦିଅନ୍ତୁ । ଏହା ପରେ ଏଥିରେ ଆପଣ ଲେମ୍ବୁ ରସ ମିଶାଇ ଏହାକୁ ଗରମ ଗରମ ଖାଆନ୍ତୁ ।
ଶୀତ ଦିନରେ ଯେହେତୁ ଶରୀର ଥଣ୍ଡା ହୋଇଯାଇଥାଏ ତେବେ ଶରୀରକୁ ଗରମ ରଖିବା ପାଇଁ ଗାଜର ସୁପ୍ ଏକ ଭଲ ସୁପ୍ । ଏହା ଶୀତଦିନେ ଶରୀରରେ
ଠିକ୍ ଭାବେ ରକ୍ତ ସଞ୍ଚାଳନ କରାଇଥାଏ।