ଏହି ଫଳ ଓ ପନିପରିବାରେ ମିଳିଥାଏ ଭିଟାମିନ୍ B12 , ଖାଇବା ଦ୍ୱାରା ମିଳିବ ଅନେକ ରୋଗରୁ ମୁକ୍ତି
ଶରୀରରେ ଭିଟାମିନ୍ B12 ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତେବେ ଏହି ଭିଟାମିନ୍ କୋବାଲାମିନ୍ ଭାବରେ ମଧ୍ୟ ଜଣାଶୁଣା, ଏହା ଶରୀରରେ ପ୍ରାକୃତିକ ଭାବରେ ତିଆରି ହୋଇନଥାଏ, ଏହା ଖାଦ୍ୟରୁ ମିଳିଥାଏ ଯାହା ଏକ ପୁଷ୍ଟିକର ପଦାର୍ଥ ହୋଇଥାଏ ।

ଶରୀର ପାଇଁ ଭିଟାମିନ୍ B12 ଗୋଟିଏ ଭଲ ପୋଷକ ତତ୍ତ୍ୱ ହୋଇଥାଏ । ଏହା କେବଳ ଲାଲ ରକ୍ତ କଣିକା ଏବଂ ଡିଏନ୍ଏ ଗଠନରେ ସାହାଯ୍ୟ କରେ ନାହିଁ, ବରଂ ଏହା ମସ୍ତିଷ୍କ ଏବଂ ସ୍ନାୟୁ କୋଷଗୁଡ଼ିକର କାର୍ଯ୍ୟ ଏବଂ ବିକାଶରେ ମଧ୍ୟ ସାହାଯ୍ୟ କରେ । ତେଣୁ ଶରୀରରେ ଏହି ପୁଷ୍ଟିକର ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତେବେ ଏହି ଭିଟାମିନ୍ କୋବାଲାମିନ୍ ଭାବରେ ମଧ୍ୟ ଜଣାଶୁଣା, ଏହା ଶରୀରରେ ପ୍ରାକୃତିକ ଭାବରେ ତିଆରି ହୋଇନଥାଏ, ଏହା ଖାଦ୍ୟରୁ ମିଳିଥାଏ ଯାହା ଏକ ପୁଷ୍ଟିକର ପଦାର୍ଥ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଭିଟାମିନ୍ B12 କେଉଁ ଫଳ ଏବଂ ପନିପରିବାରୁ ମିଳିଥାଏ ।
ଭିଟାମିନ୍ B12 ସାଧାରଣତଃ ଫଳଗୁଡିକ ମଧ୍ୟରେ ମିଳିଥାଏ, ଯେପରି ଆପଲ୍, ବ୍ଲୁବେରି ଏବଂ କମଳାରେ ମିଳିଥାଏ । ଏହି ସମସ୍ତ ଫଳ ଆପଣଙ୍କ ଖାଦ୍ୟରେ ଭିଟାମିନ୍ B12 ଯୋଗାଇଥାଏ । ଏହିପରି ପ୍ରତ୍ୟେକ ଭିଟାମିନ୍ B12 ଯୁକ୍ତ ଫଳ ଆପଣଙ୍କ ଶରୀରରେ ଏହାର ଅଭାବ ଦୂର କରିବାରେ ସାହାଯ୍ୟ କରେ । ତେଣୁ ଆପଣ ଏହି ଫଳଗୁଡ଼ିକୁ ଖାଇବା ଉଚିତ୍ । ଯାହାଦ୍ୱାରା ଆପଣଙ୍କ ଶରୀରରେ ଭିଟାମିନ୍ B12 ଅଭାବ ଦୂର ହେବ ।
ଭିଟାମିନ୍ B12 ପନିପରିବା ଭରପୂର ମିଳିଥାଏ, ଯେପରି ପାଳଙ୍ଗ, ବିଟ୍ ରୁଟ୍, ମୂଳା ଏବଂ ଆଳୁରେ ଭଲ ପରିମାଣର ଭିଟାମିନ୍ B12 ମିଳିଥାଏ । ତେବେ ଆପଣ ଏହାକୁ ବହୁ ପରିମାଣରେ ଖାଇପାରିବେ, ଯାହାଦ୍ୱାରା ଶରୀରରେ ଏହାର ଅଭାବ ପୂରଣ ହେବ ।
ଏହା ବ୍ୟତୀତ ଆପଣ କିଛି ଫ୍ୟାଟିଫାଇଡ୍ ଖାଦ୍ୟ ଖାଇପାରିବେ । ଯଦି ଆପଣ ଶାକାହାରୀ ତେବେ ଆପଣ ସୋୟା କ୍ଷୀର ଏବଂ ଦହି ଇତ୍ୟାଦି ଖାଦ୍ୟ ଖାଇପାରିବେ । ଆପଣ ଏହା ସହିତ କିଛି ଶସ୍ୟ ମିଶାଇ ଖାଇପାରିବେ । ଭିଟାମିନ୍ B12 ଅଭାବବରୁ ଶରୀରରେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ହୋଇଥାଏ, ଯେପରି ମାଂସପେଶୀରେ ଯନ୍ତ୍ରଣା ହେବା, ଶରୀରରେ ଅସ୍ଥିରତା ଲାଗିବା, ଚାଲିବାରେ ଅସୁବିଧା ହେବା, ବାନ୍ତି, ଓଜନ କମ୍ ହେବା, ଥକାପଣ ଏବଂ ହାର୍ଟ ବିଟ୍ ଜୋର ଚାଲିବା ଭଳି ଅନେକ ସମସ୍ୟା ହୋଇଥାଏ । ସେଥିପାଇଁ ଆପଣ ନିଜ ପ୍ରତିଦିନ ଖାଦ୍ୟରେ ଭିଟାମିନ୍ B12 ସାମିଲ କରିବା ଉଚିତ ।