ସିଗାରେଟ୍ ଛାଡିବା ଦ୍ୱାରା କଣ ହୁଏ, ଜାଣନ୍ତୁ ପ୍ରାୟ ପ୍ରତି ଘଣ୍ଟାରେ ଶରୀରରେ କଣ ବରିବର୍ତ୍ତନ ହୋଇଥାଏ
ସିଗାରେଟ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଧିରେ ଧିରେ ଫୁସ୍ଫୁସ୍କୁ ନଷ୍ଟ କରିଦିଏ । କୁହାଯାଏ ଯେପରି ସିଗାରେଟ୍ ପିଇବା ଦ୍ୱାରା ଆମ ଶରୀର ଖରାପ ହୋଇଥାଏ ସେହିପରି ସିଗାରେଟ୍ ଛାଡିଲେ ମଧ୍ୟ ଆମ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ ଏବଂ ସେହି ପରିବର୍ତ୍ତନ ଶରୀର ପାଇଁ ଭଲ ହୋଇଥାଏ ।

ଆପଣମାନେ ସମସ୍ତେ ଜାଣିଥିବେ ଯେ ସିଗାରେଟ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଧିରେ ଧିରେ ଫୁସ୍ଫୁସ୍କୁ ନଷ୍ଟ କରିଦିଏ । ସିଗାରେଟ୍ରେ ମିଳୁଥିବା ବିଷାକ୍ତ ପଦାର୍ଥ ଯୋଗୁ ଆମ ଶରୀର ଭିତରୁ ଖାଲି ହୋଇଯାଏ, ଯାହାଦ୍ୱାରା ଆମେ ଅନେକ ରୋଗର ସାମ୍ନା କରିଥାଉ । ଏଥିପାଇଁ ଏହାକୁ ଶୀଘ୍ର ଛାଡିଦେବା ଉଚିତ୍ ।
କୁହାଯାଏ ଯେପରି ସିଗାରେଟ୍ ପିଇବା ଦ୍ୱାରା ଆମ ଶରୀର ଖରାପ ହୋଇଥାଏ ସେହିପରି ସିଗାରେଟ୍ ଛାଡିଲେ ମଧ୍ୟ ଆମ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ ଏବଂ ସେହି ପରିବର୍ତ୍ତନ ଶରୀର ପାଇଁ ଭଲ ହୋଇଥାଏ ।
ତେଣୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ, ସିଗାରେଟ୍ ଛାଡିବା ଦ୍ୱାରା ଶରୀରରେ କଣ ପରିବର୍ତ୍ତନ ହୁଏ । ଏହା ସହ ଶରୀର କିପରି ଭଲ ଓ ସୁସ୍ଥ ରହିବ ତାହା ମଧ୍ୟ ଜାଣି ରଖନ୍ତୁ ।
ସିଗାରେଟ୍ ଛାଡିବା ୧ ଘଣ୍ଟା ପରେ :
ସିଗାରେଟ୍ ଛଡିବା ପୂର୍ବରୁ ଶେଷ ଥର ଏହାକୁ ପିଇବାର ପ୍ରାୟ ୨୦ ମିନିଟ୍ ପରେ ହାର୍ଟ ବିଟ୍ କମି ଯାଏ ଓ ସାଧାରଣ ସ୍ଥରକୁ ଆସିଯାଏ । ଏହା ସହ ବ୍ଲଡ ପ୍ରେସର ମଧ୍ୟ ସ୍ଥିର ହେବାକୁ ଲାଗେ ।
ଏହାର ୧୨ ଘଣ୍ଟା ପରେ :
ସିଗାରେଟ୍ରେ କାର୍ବନ ମାନୋକ୍ସାଇଡ୍ ପରି ଅନେକ ବିଷାକ୍ତ ପଦାର୍ଥ ରହିଥାଏ । ଯାହା ଦ୍ୱାରା ରକ୍ତ ଓ ହାର୍ଟରେ ଅକ୍ସିଜେନ ଯିବା କଷ୍ଟ ହୋଇଥାଏ । ପ୍ରାୟ ୧୨ ଘଣ୍ଟା ସିଗାରେଟ୍ ନ ପିଇ ରହିବା ଦ୍ୱାରା ଶରୀରରେ କାର୍ବନ ମାନୋକ୍ସାଇଡ୍ କମ୍ ହୋଇଯାଏ । ଏଥିସହ ଏହାର ଲେବଲ ନିୟନ୍ତ୍ରଣ ହୁଏ ଓ ଶରୀରରେ ଅକ୍ସିଜେନ ଲେବଲ ବଢି ଯାଏ ।
ସିଗାରେଟ୍ ଛାଡିବା ଏକ ଦିନ ପରେ :
ସିଗାରେଟ୍ ଛାଡିବା ଏକ ଦିନ ପରେ ହିଁ ହାର୍ଟ ଆଟାକ ହେବାର ବିପଦ କମ ହୋଇଥାଏ । ସିଗାରେଟ୍ ଦ୍ୱାରା ବ୍ଲଡ କ୍ଲଟିଗଂର ବିପଦ ବଢି ଯାଏ ଓ ହାଇ ବ୍ଲଡ ପ୍ରେସରର ସମସ୍ୟା ହୋଇଥାଏ । ହେଲେ ସିଗାରେଟ୍ ଛାଡିବା ଏକ ଦିନ ପରେ ବ୍ଲଡ ପ୍ରେସର ନିୟନ୍ତ୍ରଣ ହୁଏ ଓ ଅକ୍ସିଜେନ୍ର ସ୍ତର ବଢିବାକୁ ଲାଗେ ।
ଏହାର ୨ ଦିନ ପରେ :
ସିଗାରେଟ୍ ଛାଡିବା ପରେ କେତେକ ଶିରା ଭଲ ଭାବେ କମ କରିବା ପାଇଁ ଲାଗିଥାଏ । ଏହାର ଦୁଇ ଦିନ ପରେ ସ୍ୱାଦ ଓ ଗନ୍ଧ ନେବାର ଶକ୍ତି ବଢି ଯାଏ ।
ଏହାର ୩ ଦିନ ପରେ :
ସିଗାରେଟ୍ ଛାଡିବାର ତିନି ଦିନ ପରେ ନିକୋଟିନ୍ ସ୍ତର ବହୁତ କମ ହୋଇଯାଏ । ନିମୋଟିନ୍ କମ ହେବା ଦ୍ୱାରା ତିନି ଦିନ ପରେ ଲୋକଙ୍କ ମୁଡ ଖରାପ ହୋଇଥାଏ ଓ ବିରକ୍ତିପଣ ସହ ଗମ୍ଭୀର ମୁଣ୍ଡ ବିନ୍ଧା ଭଳି ସମସ୍ୟା ହୋଇପାରେ ।
ସିଗାରେଟ୍ ଛାଡିବାର ୧ ମାସ ପରେ :
ସିଗାରେଟ୍ ଛାଡିବା ଏକ ମାସ ପରେ ଫୁସ୍ଫୁସ୍ରେ ଅନେକ ଉନ୍ନତି ହୋଇଥାଏ । ଫୁସ୍ଫୁସ୍ ଠିକ୍ ହେବା ଦ୍ୱାରା ଦୌଡିବା, ବୁଲିବା, ଚାଲିବା ପାଇଁ ଶକ୍ତି ବଢିବାକୁ ଲାଗିଥାଏ । ଏହାର ତିନି ମାସ ପରେ ଫୁସ୍ଫୁସ୍ ଓ ହାର୍ଟରେ ବାରମ୍ବାର ଉନ୍ନତି ହେବାକୁ ଲାଗିଥାଏ ।
ଏହାର ୯ ମାସ ପରେ :
୯ ମାସ ପରେ ଫୁସ୍ଫୁସ୍ ପୁରା ଠିକ୍ ହୋଇଯାଏ । ସିଗାରେଟ୍ ପିଇବା ଦ୍ୱାରା ଯେଉଁ କେଶ ନଷ୍ଟ ହୋଇଥାଏ ତାହା ଠିକ୍ ଭାବେ ଗଠନ ହେବାକୁ ଲାଗିଥାଏ । ଏହା ସହ ଫୁସ୍ଫୁସ୍କୁ ଯେ କୌଣସି ପ୍ରକାରର ସଂକ୍ରମଣରୁ ରକ୍ଷା କରିହୁଏ ।
ସିଗାରେଟ୍ ଛାଡିବାର ୧ ବର୍ଷ ପରେ :
ସିଗାରେଟ୍ ଛାଡିବା ପ୍ରାୟ ୧ ବର୍ଷ ପରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଅଧା ହୋଇଯାଏ । ଏହା ସହ ଶରୀର ପ୍ରତି ବିପଦ କମ୍ ହେବାକୁ ମଧ୍ୟ ଲାଗେ ।
ଏହାର ୫ ବର୍ଷ ପରେ :
ପ୍ରାୟ ପାଞ୍ଚ ବର୍ଷ ପରେ ଶରୀରରେ ଶିରା ପୁଣି ପ୍ରଶସ୍ତ ହୋଇଥାଏ । ଯାହା ଏକ ସୁସ୍ଥ ଶରୀରରେ ହୋଇଥାଏ । ଏହା ଦ୍ୱାରା ବ୍ଲଡ କ୍ଲଟିଗଂ ଜନିତ ସମସ୍ୟା କମି ଯାଏ । ଏହି ପ୍ରୋସେସ୍ ଏମିତ ହିଁ ଚାଲିଥାଏ ଏବଂ ଶରୀର ସୁସ୍ଥ ରହିଥାଏ ।