ବଲିଉଡ ଇଣ୍ଡଷ୍ଟ୍ରୀରେ ୩୫ ବର୍ଷ ପୂରା କଲେ ସଲମାନ ଖାନ, ଖୁସିରେ କୋଲାଜ୍ କରି ସେୟାର କଲେ ଏହି ଭିଡିଓ
ବଲିଉଡ ଭାଇଜାନ ସଲମାନ ଖାନଙ୍କର ଅଗଷ୍ଟ ୨୬ରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୫ ବର୍ଷ ପୂରା ହୋଇଛି । ସଲମାନ ୧୯୮୮ରେ ‘ବିବି ହୋ ତୋ ଏସି’ ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ ।

ବଲିଉଡ ଭାଇଜାନ ସଲମାନ ଖାନଙ୍କର ଅଗଷ୍ଟ ୨୬ରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୫ ବର୍ଷ ପୂରା ହୋଇଛି । ସଲମାନ ୧୯୮୮ରେ ‘ବିବି ହୋ ତୋ ଏସି’ ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଏହାପରେ ‘ମେନେ ପ୍ୟାର୍ କିୟା’, ‘ବାଗୀ’, ‘ସନମ୍ ବେଓ୍ଵାଫା’, ‘ପଥର କେ ଫୁଲ’, ‘ସାଜନ୍’ ଭଳି ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିଲେ ଏବଂ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଥିଲେ ।
ଅଭିନୟ ଜଗତରେ ୩୫ ବର୍ଷର ଯାତ୍ରା ପୂରା ହେବା ଖୁସିରେ ଭାଇଜାନ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଖୁସିର ମଉକାରେ ସଲମାନ ଖାନ୍ ତାଙ୍କ ଫିଲ୍ମର କିଛି ଭିଡିଓ କୋଲାଜ୍ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ତାଙ୍କ ଫିଲ୍ମର କିଛି ଫେମସ୍ ଡାଇଲଗ୍ ଏବଂ ଗୀତର କିଛି ଷ୍ଟେପ୍ ନଜର ଆସିଛି । ଏହି ଭିଡିଓ ସେୟାର କରି ସଲମାନ ଲେଖିଛନ୍ତି, ‘୩୫ ବର୍ଷ ୩୫ ଦିନ ଭଳି ବିତିଗଲା ଏବଂ ଆପଣଙ୍କ ଭଲ ପାଇବା ପାଇଁ ଧନ୍ୟବାଦ’ ।
ସଲମାନଙ୍କ ଏହି ଭିଡିଓରେ ଫ୍ୟାନ୍ସ ବହୁତ ଭଲ ପାଇବା ଦେଇଛନ୍ତି । ଭିଡିଓରେ କମେଣ୍ଟ କରି ଜଣେ ଫ୍ୟାନ୍ସ ଲେଖିଛନ୍ତି, ‘ଏଠାକୁ କେବେ କେହି ଦ୍ୱିତୀୟ ସଲମାନ ଖାନ୍ ଆସିପାରିବେ ନାହିଁ ’। ଅନ୍ୟ ଜଣେ ଫ୍ୟାନ ଲେଖିଛନ୍ତି, ‘ମୁଁ ବୁଢା ହୋଇଗଲେ ମଧ୍ୟ ସଲମାନ ଖାନ୍ ମୋର ପ୍ରିୟ ହୋଇ ରହିବେ’ । ଏହିପରି ଅନ୍ୟ ଜଣେ ଫ୍ୟାନ୍ ଲେଖିଛନ୍ତି, ‘ବଲିଉଡରେ ୩୫ ବର୍ଷ ପୂରା କରିଥିବା ଯୋଗୁ ଅଭିନନ୍ଦନ ଏବଂ ଆମକୁ ମନୋରଂଜନ କରିଥିବାରୁ ଧନ୍ୟବାଦ’ ।
ସଲମାନ ଖାନ୍ ଶେଷ ଥର ପାଇଁ ବଡ ପରଦାରେ ଫିଲ୍ମ ‘କିସି କା ଭାଇ କିସି କି ଜାନ୍’ରେ ନଜର ଆସିଥିଲେ । ଏହା ବ୍ୟତୀତ ଭାଇଜାନ ‘ବିଗ୍ ବସ୍ ଓଟିଟି ୨’ରେ ହୋଷ୍ଟ କରୁଥିବାର ଦେଖିବାକୁ ମିଳିଥିଲେ । ଏବେ ସଲମାନ ତାଙ୍କ ବହୁ ପ୍ରତୀକ୍ଷିତ ଅପ୍କମିଂ ଫିଲ୍ମ ‘ଟାଇଗର ୩’ରେ ନଜର ଆସିବା ପାଇଁ ଯାଉଛନ୍ତି । ଏହି ଫିଲ୍ମ ଆସନ୍ତା ନଭେମ୍ବର ୧୦ରେ ସିନେମା ହଲ୍ରେ ରିଲିଜ୍ ହେବ। ତେବେ ସଲମାନଙ୍କ ଫ୍ୟାନ୍ସ ତାଙ୍କର ଏହି ଫିଲ୍ମ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
View this post on Instagram