୧୭ ବର୍ଷ ପରେ ପୁଣି ଏକାଠି ନଜର ଆସିବାକୁ ଯାଉଛି ‘ବିଗ୍‌ ବି ଏବଂ କିଙ୍ଗ ଖାନ୍‌’ଙ୍କ ଯୋଡି

୧୭ ବର୍ଷ ପରେ ପୁଣି ଏବେ ଅମିତାଭ ଏବଂ ଶାହାରୁଖ ଏକା ସହିତ ନଜର ଆସିବେ । ଏହି ଦୁଇ ଷ୍ଟାରଙ୍କୁ ଫିଲ୍ମ ‘କଭି ଅଲ୍‌ ବିଦା ନା କେହେନା’ରେ ଦେଖିବାକୁ ମିଳିଥିଲା । ଯାହା ୨୦୦୬ରେ ସିନେମା ହଲ୍‌ରେ ରିଲିଜ ହୋଇଥିଲା ଏବଂ ସେହି ସମୟରେ ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ବଲିଉଡ ଅଭିନେତା ଶାହାରୁଖ ଖାନ ଓ ଅମିତାଭ ବଚ୍ଚନଙ୍କ ଏକ ପୋଷ୍ଟ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ସେହି ପୋଷ୍ଟକୁ ନେଇ କିଙ୍ଗ ଖାନ ଏସ୍‌ଆରକେ ସେକ୍ସନ୍‌ରେ ତାଙ୍କ ପ୍ରତିକ୍ରିୟା ଜଣାଇଛନ୍ତିି ।

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନ୍‌ ୨ଜଣ ହିଁ ସିନେମା ଜଗତର ମହାରଥି । ଏହି ଦୁଇ ଷ୍ଟାରଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ଅଛନ୍ତି । ଅମିତାଭ ଓ ଶାହାରୁଖ ତାଙ୍କ ଜବରଦସ୍ତ ଅଭିନୟ ଏବଂ ଟ୍ୟାଲେଣ୍ଟ ଦ୍ୱାରା ଅନେକ ଲୋକଙ୍କ ମନ ଜିତିଛନ୍ତି ।

୧୭ ବର୍ଷ ପରେ ଏକା ସହିତ ନଜର ଆସିବେ ଅମିତାଭ ଏବଂ ଶାହାରୁଖ :
ସୂଚନା ମୁତାବକ୍‌, ୧୭ ବର୍ଷ ପରେ ପୁଣି ଏବେ ଅମିତାଭ ଏବଂ ଶାହାରୁଖ ଏକା ସହିତ ନଜର ଆସିବେ । ଏହି ଦୁଇ ଷ୍ଟାରଙ୍କୁ ଫିଲ୍ମ ‘କଭି ଅଲ୍‌ ବିଦା ନା କେହେନା’ରେ ଦେଖିବାକୁ ମିଳିଥିଲା । ଯାହା ୨୦୦୬ରେ ସିନେମା ହଲ୍‌ରେ ରିଲିଜ ହୋଇଥିଲା ଏବଂ ସେହି ସମୟରେ ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।

ଶାହାରୁଖ ଖାନ୍ ଏସଆରକେ ସେକ୍ସନ୍‌ରେ ସେୟାର କରିଛନ୍ତି ଯେ, ତାଙ୍କର ଅମିତାଭ ବଚ୍ଚନଙ୍କ ସହ କାମ କରିବା ବହୁତ ମଜାଦାର ଥିଲା । କିଙ୍ଗ ଖାନ୍‌ ସେପ୍ଟେମ୍ବର ୭ରେ ତାଙ୍କ ଫିଲ୍ମ ‘ଜବାନ’ ର ରିଲିଜ୍‌କୁ ନେଇ ରେଡି ହେଉଛନ୍ତି ଏବଂ ଏହି ସମୟରେ ତାଙ୍କର ଏକ ଫ୍ୟାନ୍ସ ଅମିତାଭ ଏବଂ ଶାହାରୁଖଙ୍କ ଫଟୋରେ କମେଣ୍ଟ କରିବା ପାଇଁ କହିଥିଲେ ।

ତେବେ ଶାହାରୁଖ ଖାନ୍‌ଙ୍କ ପ୍ରତିକ୍ରିୟାରେ କହିଥିଲେ କି, ‘ଏତେ ବର୍ଷ ପରେ ବିଗ୍‌ ବି ଙ୍କ ସହ କାମ କରିବା ବହୁତ ମଜାଦାର ଥିଲା ’। ଅମିତାଭ ବଚ୍ଚନ ସୁଟିଂ ପାଇଁ ଆସିଲେ ଏବଂ ଆର୍ଶିବାଦ ଦେଲେ । ଏହା ସହ ଅମିତାଭ ତାଙ୍କୁ ଦୌଡାରେ ହରାଇ ମଧ୍ୟ ଦେଇଥିଲେ ।

big b and srk
photo caption : ndtv

 

ଶାହାରୁଖ ଖାନ୍‌ ଓ ଅମିତାଭ ବଚ୍ଚନ ବହୁତ ଶୀଘ୍ର ଏକ ଫିଲ୍ମରେ ନଜର ଆସିପାରନ୍ତି । ଏହା ମଧ୍ୟ କଳ୍ପନା କରାଯାଉଛି ଯେ, ଦୁହେଁ ‘ଡନ୍‌ ୩’ରେ ଏକା ସହ ନଜର ଆସିପାରନ୍ତି । ଏହା ସହ ବହୁତ ଶୀଘ୍ର ଶାହାରୁଖ ଖାନ୍‌ ତାଙ୍କ ଫିଲ୍ମ ‘ଜବାନ’ ସହ ସିନେମା ହଲ୍‌ରେ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ଶାହାରୁଖଙ୍କ ଫ୍ୟାନ୍ସ ତାଙ୍କର ଏହି ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.