ତ୍ୱଚା ପାଇଁ କାହିଁକି ଜରୁରୀ ଟୋନର? ଜାଣନ୍ତୁ ଏହାର ଫାଇଦା ଏବଂ ଲଗାଇବାର ଉପାୟ

ତ୍ୱଚାକୁ ଯୁବା ପରି ରଖିବା ପାଇଁ କ୍ଲିଜିଙ୍ଗ୍‌ ଏବଂ ମଇଶ୍ଚରାଇଜିଙ୍ଗ୍‌ ସହିତ ଟୋନିଙ୍ଗ୍‌ ମଧ୍ୟ ବହୁତ ଜରୁରୀ ହୋଇଥାଏ। କିନ୍ତୁ ଅନେକ ମହିଳା ଟୋନିଙ୍ଗ୍‌କୁ ସ୍କିପ୍‌ କରି ଦେଇଥାଆନ୍ତି, ଯଦ୍ଦ୍ଵାରା ତ୍ୱଚା ବହୁତ ଖରାପ ହେବାରେ ଲାଗିଥାଏ। ଟୋନିଙ୍ଗ୍‌ ତ୍ୱଚାକୁ ଟାଇଟ୍‌ ରଖିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଟୋନିଙ୍ଗ୍‌ର ଫାଇଦା ବିଷୟରେ।

-ତ୍ୱଚାରେ ଟୋନର ଲଗାଇଲେ ଏହା ଆପଣଙ୍କ ତ୍ୱଚାର ଭିତର ପଟୁ ହେଉଥିବା ଇନ୍‌ଫ୍ଲାମେଶନକୁ ରୋକିବାରେ ସହାୟକ ହୋଇଥାଏ। ଏଥିରେ ତ୍ୱଚା ବା ଚେହେରା ଫୁଲି ନ ଥାଏ କି ଲାଲ୍‌ ପଡ଼ି ନ ଥାଏ।

-ତ୍ୱଚାକୁ ନିୟମିତ ରୂପେ ଟୋନିଙ୍ଗ୍‌ କରିବା ଦ୍ୱାରା ତ୍ୱଚାର ଲୋମଛିଦ୍ର ବଢ଼ି ନ ଥାଏ ବା ଢ଼ିଲା ହୋଇ ନ ଥାଏ। ଏଥିରେ ତ୍ୱଚା ଟାଇଟ୍‌ ହୋଇ ରହିଥାଏ।

କେଉଁ ପ୍ରକାର ଟୋନର କରିବେ ବ୍ୟବହାର

-ଟୋନରର ବ୍ୟବହାର ସମସ୍ତ ପ୍ରକାର ତ୍ୱଚା ପାଇଁ ଉତ୍ତମ ହୋଇଥାଏ। କିନ୍ତୁ ଆପଣ ଡ୍ରାଏ ସ୍କିନ୍‌ ପାଇଁ ଏଲୋଭେରା ଓ କାକୁଡ଼ିର ଟୋନର ବ୍ୟବହାର କରିପାରିବେ। ଅଏଲି ତ୍ୱଚା ପାଇଁ ଗ୍ରୀନ୍‌ ଟି ଟୋନର ବ୍ୟବହାର କରିପାରିବେ।

-ପ୍ରାକୃତିକ ଟୋନର ରୂପେ ଆପଣ ଗୋଲାପଜଳ ଓ କଞ୍ଚାକ୍ଷୀର ବ୍ୟବହାର କରିପାରିବେ। ଫଳରେ ଆପଣଙ୍କୁ ଟୋନର ପାଇଁ ଅଲଗା ଭାବେ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

-ଯଦି ଆପଣ କଞ୍ଚାକ୍ଷୀରକୁ ଟୋନର ରୂପେ ଲଗାଉଛନ୍ତି, ତ ଲଗାଇବାର ୧୦ ମିନିଟ୍‌ ପରେ ତ୍ୱଚାକୁ ସଫା ପାଣିରେ ଧୋଇ ଦିଅନ୍ତୁ। ନଚେତ୍‌ ଓଦା କପଡ଼ାରେ ପୋଛି ସଫା କରି ନିଅନ୍ତୁ। ଗୋଲାପଜଳ ଓ ଗ୍ରୀନ୍‌-ଟିର ପାଣି ଟୋନର ରୂପେ ଉପଯୋଗ କରିବା ପରେ ଆପଣ ମଇଶ୍ଚରାଇଜର ଲଗାଇ ପାରିବେ ଏବଂ ମେକ୍‌ଅପ ବି ଉପଯୋଗ କରିପାରିବେ।

Leave A Reply

Your email address will not be published.