ଜାଣି ରଖନ୍ତୁ ଖରାଦିନେ ଡ୍ରାଏ ଫ୍ରୁଟସ ଖାଇବାର ସଠିକ ତରିକା

ଗରମ ଦିନରେ ଆମ ଶରୀରର ଉଷ୍ଣତା ବି ଖୁବ ବଢିଯାଏ । ଯାହାକୁ ଥଣ୍ଡା କରିବା ପାଇଁ ଆମେ ଏହି ଦିନରେ ଥଣ୍ଡା ଖାଦ୍ୟ, ଥଣ୍ଡା ପାନୀୟ ଆଦି ଖାଇବାକୁ ଇଚ୍ଛା କରିଥାଉ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହା ସହ ଏହାକୁ ପୋଷଣ ଦେବା ପାଇଁ ପ୍ରତିଦିନ କିଛି କିଛି ଡ୍ରାଏ ଫ୍ରୁଟସ ଖାଇବା ପାଇଁ ବିଶେଣଜ୍ଞ ମାନେ ପରାମର୍ଶ ଦେଇଥାନ୍ତି । ଏଗୁଡ଼ିକୁ ଖାଇବା ଦ୍ୱାରା ଶରୀରରେ ଦେଖାଦେଉଥିବା ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଗୁଡିକୁ ମଧ୍ୟ କମ କରାଯାଇପାରିବ । ଏହି ଡ୍ରାଏ ଫ୍ରୁଟସ ଆମ ତ୍ୱଚା, କେଶ, ହାର୍ଟ ପାଇଁ ଖୁବ ଲାଭଦାୟକ ହୋଇଥାଏ । କିନ୍ତୁ ଏଗୁଡିକ ଗରମ ହୋଇଥିବାରୁ ଗରମ ଦିନରେ କମ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।

dry fruits
image credit: punjaba kesari

 

ବିଶେଷଜ୍ଞ ମାନଙ୍କ ଅନୁଯାୟୀ ଖରା ଦିନେ ଏହି ଫ୍ରୁଟିସ ଗୁଡିକୁ ପାଣିରେ ଭିଜେଇ ଖାଇବା ଉଚିତ । ଯାହା ଦ୍ୱାରା ଶରୀରକୁ ଏତେଟା ଗରମ ଲାଗିବ ନାହିଁ । ଆଉ ମଧ୍ୟ ଏମିତି କିଛି ଡ୍ରାଏ ଫ୍ରୁଟସ ଅଛି ଯାହାକୁ ଭିଜେଇକି ଖାଇଲେ ଅନେକ ଫାଇଦା ମିଳିଥାଏ । କାଜୁ, ବାଦାମ, କିଷମିସ, ପେସ୍ତା, ଅଖରୋଟ, ଖଜୁରୀ, ଅଞ୍ଜିର ଆଦି ବ୍ୟତୀତ ସୀତାଫଳର ମଞ୍ଜି, ଖଜୁରୀର ମଞ୍ଜି, ଅଳସି ଆଦି ବି ଡ୍ରାଏ ଫ୍ରୁଟସ ତାଲିକାରେ ସାମିଲ ଅଛି । ଯେବେକି ଏକ୍ସପର୍ଟ ମାନଙ୍କ କହିବା ଅନୁଯାୟୀ ବାଦାମ କିମ୍ବା ଅଖରୋଟକୁ ପାଣିରେ ଭିଜେଇ ଖାଇଲେ ଏହାର ଗରମ ତତ୍ତ୍ୱ ପାଣିରେ ମିଶିଯାଇଥାଏ । ଯାହାଦ୍ୱାରା ଶରୀରରେ ଏହା ସହଜରେ ହଜମ ହୋଇପାରିବା ସହିତ ଏହାର ତତ୍ତ୍ୱ ଗୁଡିକ ଶରୀରରେ ଖୁବ ସହଜରେ ମିଶିଥାଏ ।

ଅନେକେ ଭାବନ୍ତିକି କିଶମିସ ଓ ମୁନକ୍କାରେ ଭରପୁର ପରିମାଣରେ ଭିଟାମିନ ରହିଛି ଯାହାକୁ ପାଣିରେ ଭିଜେଇକି ଖାଇଲେ ତାହାର ଦରକାରୀ ତତ୍ତ୍ୱ ଶରୀରରେ ମିଶିପାରିବ । କିନ୍ତୁ ପ୍ରକୃତରେ ଏମିତି କରିବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଏହାକୁ ପାଣିରେ ଭିଜେଇ ଖାଇଲେ ଏହାର ଉପକାରୀ ଗୁଣ ପାଣିରେ ମିଶି ଯାଇଥାଏ । ଏହାକୁ ଖାଇଲେ କୌଣସି ଲାଭ ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.