କାଲିଫର୍ଣ୍ଣିଆ ସ୍ଥିତ ମେଣ୍ଟରୀ ପାର୍କରେ ଆଖିବୁଜା ଗୁଳିଚାଳନା: ୧୦ ମୃତ, ୧୬ରୁ ଅଧିକ ଆହତ

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ମେଣ୍ଟରୀ ପାର୍କରେ ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଚୀନ ନବବର୍ଷ ସମାରୋହ ଚାଲିଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନ ନବବର୍ଷ ଅବସରରେ ଶନିବାର ରାତିରେ ସେଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଏହି ସମୟରେ ଜଣେ ଆତତାୟୀ ଆଖିବୁଜା ଗୁଳିକାଣ୍ଡ କରିଥିଲା । ଗୁଳିକାଣ୍ଡରେ ଲୋକଙ୍କ ଅତର୍କିତ ଭାବେ ଚାରିଆଡେ ଦୌଡିଥିଲେ । ଘଟଣା ବିଷୟରେ ପୋଲିସ ଖବର ପାଇଁ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାରେ ଗୁରୁତର ଆହତଙ୍କୁ ପୋଲିସ ହସପିଟାଲରେ ଭର୍ତ୍ତି କରାଇଛି ।

ତେବେ ସୂଚନା ମୁତାବକ, ରାତି ୧୦ଟା ପରେ ଏହି ଗୁଳିକାଣ୍ଡ ହୋଇଥିଲା। ଗୁଳିକାଣ୍ଡ ହୋଇଥିବା ମଣ୍ଟେରୀ ପାର୍କଟି ଲସ ଆଞ୍ଜେଲସ ଠାରୁ ୧୧ କିଲୋମିଟର ଦୂରରେ ।

ସୂଚନାଯୋଗ୍ୟ, ନିକଟରେ କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ ଘଟି ଜଣେ ପିଲା ସମତେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ୮ ଜଣ ଲୋକେ ଆହତ ହୋଇଥିଲେ । ବନ୍ଧୁକଧାରୀ ଘରେ ପଶି ଗୁଳିମାଡ କରିଥିଲେ । କାଲିଫର୍ଣ୍ଣିଆରେ ହୋଇଥିବା ଗୁଳିକାଣ୍ଡରେ ଜଣେ ୧୭ ବର୍ଷୀୟ ମା ସହିତ ତାଙ୍କର ୬ ମାସର ଶିଶୁକୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା । ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଥିଲା । ଘର ସାମ୍ନାରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଘର ଭିତରୁ ପ୍ରାୟ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅତି ସଂକଟାପନ୍ନ ଅବସ୍ଥାରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.