ଭାରତର ଏହି ମନ୍ଦିରରେ ହଜାର ବର୍ଷ ଧରି ହୋଇଆସୁଛି ବିଲେଇ ପୂଜା, କାରଣ ଆପଣଙ୍କୁ କରିବ ଆଶ୍ଚର୍ଯ୍ୟ

ଭାରତ ଧାର୍ମିକ ଆସ୍ଥାର ଦେଶ। ଏଠାରେ ଗଛ ଲତା ଠାରୁ ନେଇ ପାହାଡ ନଦୀ ଏବଂ ଅନ୍ୟାନ୍ୟ ଜିନିଷର ପୂଜା କରାଯାଏ, ଯାହା ମଣିଷ ଜୀବନ ସହ ଯୋଡି ରହିଥାଏ। ଏଠାରେ ଲୋକମାନେ ନିଜ ଇଶ୍ୱରଙ୍କ ସହିତ ତାଙ୍କର ବାହନର ବି ପୂଜା କରନ୍ତି। ଯେମିତି ଭଗବାନ ଗଣେଶଙ୍କ ବାହନ ମୂଷା। ଆପଣ ଅନେକ ଜାଗାରେ ଦେଖିଥିବେ ଯେ ମୂଷାକୁ ପୂଜା କରାଯାଏ। ଠିକ ସେହିପରି ଲକ୍ଷ୍ମୀଙ୍କ ବାହନ ପେଚାକୁ ବି ପବିତ୍ର ବୋଲି ଧରନ୍ତି ଲୋକେ। ମା ଦୁର୍ଗାଙ୍କ ବାହନ ସିଂହ, ତେଣୁ ସିଂହର ମୂର୍ତ୍ତିବି ମନ୍ଦିର ବାହାରେ ସ୍ଥାପନା କରାଯାଇଥାଏ।

କିନ୍ତୁ ବିଲେଇ ତ କାହାର ବି ବାହନ ନୁହେଁ, ତାହେଲେ କାହିଁକି ଭାରତରେ ଏକ ସ୍ଥାନରେ ବିଲେଇର ପୂଜା କରାଯାଉଛି। ବିଲେଇକୁ ତ କାହାଣୀ ଆଉ କଥାରେ ସବୁବେଳେ ଅଶୁଭ ହିଁ ଧରାଯାଇଛି। ବିଲେଇ ଯଦି ଆପଣଙ୍କ ରାସ୍ତା କାଟି ଦିଏ ତାହେଲେ ଅଶୁଭ ବୋଲି ଧରାଯାଏ। ଏହାକୁ ଆପଣ ପ୍ରତିଦିନ ଦୁଇ ଚାରି ଥର ଫେସ୍‌ କରିଥିବେ ନିହାତି। ଆହୁରି ଅନେକ ଲୋକ ଏପରି ବି ଅଛନ୍ତି ଯେଉଁମାନେ ବିଲେଇକୁ ଘରେ ପାଳି ବି ଥାନ୍ତି। ଆଉ ସେମାନଙ୍କର ଧାରଣା ଥାଏ ଯେ ବିଲେଇକୁ ଅଶୁଭ ମାନିବା ଆଦି କଥା ସବୁ ଅନ୍ଧବିଶ୍ୱାସ। ତାହେଲେ ଆସନ୍ତୁ ଜାଣିବା ବିଲେଇ ପୂଜା କେଉଁଠି କରାଯାଉଛି।

କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା, ଏଠାରେ ଏକ ଗାଁ ଯାହାକୁ ବିକ୍କାଲେଲେ କୁହାଯାଏ। ଏହି ଗାଁରେ ଲୋକ ଗତ ୧୦୦୦ ବର୍ଷ ଧରି ବିଲେଇଙ୍କ ପୂଜା କରୁଛନ୍ତି। ଏଠାରେ ରହୁଥିବା ଲୋକଙ୍କର ଧାରଣା ରହିଛି ଯେ ବିଲେଇ ଦେବୀଙ୍କ ଅବତାର। ଏଥିପାଇଁ ଏଠାରେ ପୂରା ବିଧି ବିଧାନରେ ବିଲେଇକୁ ପୂଜା କରାଯାଏ। ଏହି ଗାଁର ଲୋକମାନେ ବିଲେଇକୁ ଦେବୀ ମଙ୍ଗମ୍ମା ରୂପରେ ପୂଜା କରନ୍ତି।

ବିକ୍କାଲେଲେ ଗାଁରେ ଥିବା ଏହି ମନ୍ଦିର ଗତ ୧୦୦୦ ବର୍ଷ ପୁରୁଣା। ପୂଜା ପଦ୍ଧତି ମଧ୍ୟ ସେହିଭଳି କରାଯାଏ। ଏହି ଗାଁର ଲୋକ ଦେବୀ ମଙ୍ଗମ୍ମାଙ୍କୁ ନିଜର କୁଳଦେବୀ ମାନନ୍ତି। ଏହି କାରଣରୁ ତାଙ୍କ ରୂପୀ ବିଲେଇକୁ ଯଦି କିଏ କ୍ଷତି ପହଁଚାଇବାକୁ ଚେଷ୍ଟା କରେ ତାହେଲେ ତାଙ୍କୁ ଗାଁରୁ ବାହାର କରିଦିଆଯାଏ। ଖାଲି ଏତିକି ନୁହେଁ ଏହି ଗାଁରେ ଯଦି କେଉଁ ବିଲେଇର ମୃତ୍ୟୁ ହୋଇଯାଏ ତାହେଲେ ତାକୁ ପୂରା ରୀତି ନୀତି ପରମ୍ପରା ସହ ମାଟିରେ ପୋତି ଦିଆଯାଏ।

ଆସନ୍ତୁ ଜାଣିବା କେମିତି ଏହା ହେଲା ଆରମ୍ଭ

ଗାଁ ଲୋକଙ୍କ କହିବା କଥା ଯେ ଶହ ଶହ ବର୍ଷ ପୂର୍ବରୁ ଏହି ପୂରା ଗାଁ ଖରାପ ଦୁଷ୍ଟ ଶକ୍ତି କାରଣରୁ ବହୁତ ସମସ୍ୟାରେ ଥିଲା। ଯେତେବେଳେ ଏହି ଦୁଷ୍ଟ ଶକ୍ତିର ଆତଙ୍କ ଚରମ ସୀମାରେ ପହଁଚିଗଲା ସେତେବେଳେ ମାତା ଦେବୀ ମଙ୍ଗମ୍ମା ବିଲେଇ ରୂପ ଧାରଣ କରି ଗାଁ ଭିତରେ ଆତଙ୍କ ରଚାଇଥିବା ଦୁଷ୍ଟ ଶକ୍ତିକୁ ଘଉଡାଇ ତାର ମୂଳ ପୋଛ କରିଦେଇଥିଲେ। ଆଉ ପରେ ଯେତେବେଳେ ଦେବୀ ମଙ୍ଗମ୍ମା ଅଚାନକ ଏହି ଗାଁରେ ଗାୟବ ହୋଇଗଲେ ସେତେବେଳେ ଏଠାରେ ଏକ ସ୍ଥାନରେ ନିଜର ଛାପ ଛାଡି ଯାଇଥିଲେ। ପରେ ସେହି ସ୍ଥାନରେ ତାଙ୍କର ଏକ ମନ୍ଦିର ତିଆରି କରାଗଲା ଏବଂ ସେବେ ଠାରୁ ହିଁ ସେଠାରେ ବିଲେକୁ ପୂଜା କରାଯାଇଆସୁଛି।

Leave A Reply

Your email address will not be published.