ଅନ୍ତିମ ସଂସ୍କାର ପୂର୍ବରୁ ହଠାତ୍‌ ଆଖି ଖୋଲିଲେ ୧୦୨ ବର୍ଷୀୟା ବୃଦ୍ଧା, କାନ୍ଦ ବୋବାଳି ଜାଗାରେ ଶୁଭିଲା ହସ

ଡେରାଡୁନ୍‌: ଅନ୍ତିମ ସଂସ୍କାର ପୂର୍ବରୁ ହଠାତ୍‌ ଆଖି ଖୋଲିଲେ ବୃଦ୍ଧା । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସମ୍ପର୍କୀୟ । କାନ୍ଦ ବୋବାଳି ଜାଗାରେ ଶୁଭିଲା ହସ । ଏଭଳି ଏକ ଘଟଣା ଘଟିଥିଲା ରୁର୍‌କୀରେ। ସଜଡା ସରିଥିଲା କୋକେଇ, କିନ୍ତୁ ଜୁଇକୁ ଯିବା ପୂର୍ବରୁ ହଠାତ୍ ଉଠି ବସିଥିଲେ ୧୦୨ ବର୍ଷୀୟା ବୃଦ୍ଧା। ଶ୍ମଶାନକୁ ନେବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମୃତ ଘୋଷିତ ଜଣେ ୧୦୨ ବର୍ଷୀୟା ବୃଦ୍ଧାଙ୍କ ଶରୀରର ଗତିବିଧି ସମସ୍ତଙ୍କୁ ଚକିତ କରିଥିଲା।

ସେହି ସମୟରେ କେହି ଏଭଳି ଏକ ଘଟଣାକୁ ବିଶ୍ବାସ କରିପାରିଲେ ନାହିଁ। କିନ୍ତୁ ଯେତେବେଳେ ବୃଦ୍ଧା ଜଣକ ଧୀରେ ଧୀରେ ଆଖି ଖୋଲିଲେ, ପରିବାରରେ ଖୁସିର ଲହରି ଖେଳିଯାଇଥିଲା। ଏହି ଅସ୍ୱାଭାବିକ ଘଟଣା ପ୍ରଚାରିତ ହେବା ପରେ ବହୁ ସଂଖ୍ୟାରେ ଲୋକେ ବୃଦ୍ଧଙ୍କୁ ଦେଖିବା ପାଇଁ ଆସିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ରୁର୍‌କୀର ନରସାନ୍ ଖୁର୍ଦ ନିବାସୀ ବିନୋଦ କୁମାରଙ୍କ ମା ଜ୍ଞାନ ଦେବୀ (୧୦୨) କିଛି ଦିନ ହେଲା ଅସୁସ୍ଥ ଥିଲେ। ମଙ୍ଗଳବାର ସକାଳେ ହଠାତ୍ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପରିବାର ଲୋକ ଡାକ୍ତରଙ୍କୁ ଡାକି ତାଙ୍କୁ ପରୀକ୍ଷା କରାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ବୃଦ୍ଧାଙ୍କୁ ମୃତ ଘୋଷଣା ପରେ ପରିବାର ସଦସ୍ୟ ମୃତ୍ୟୁ ସମ୍ପର୍କରେ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ଖୁବ୍ ଶୀଘ୍ର ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଶ୍ମଶାନଘାଟକୁ ଯିବାବେ‌ଳକୁ ବୃଦ୍ଧାଙ୍କ ଶରୀର ଥରୁଥିବା ନେଇ ଦେଖିଥିଲେ ସଭିଏଁ। ଏହାପରେ ସେ ଆଖି ହଠାତ୍ ଆଖି ଖୋଲି ଦେଇଥିଲେ। ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ତେବେ ଶୁଣିବାକୁ ମିଳିଛି ଏବେ ସେ ପୂର୍ବପରି ଖାଦ୍ୟ ଖାଉଥିବା ସହିତ ସୁସ୍ଥ ଅଛନ୍ତି।

Leave A Reply

Your email address will not be published.