କରୋନା ଭାଇରସ ପାଇଁ ଚୀନରେ ହାହାକାର, ୧୦୬ ଲୋକଙ୍କ ମୃତ୍ୟୁ, ଭାରତରେ ୩୩ ହଜାର ବିମାନ ଯାତ୍ରୀଙ୍କର ହେଲା ଯାଞ୍ଚ

ଚୀନର ଉହାନ ସହରରେ ଜୀବନନାସକ କରୋନା ଭାଇରସ କାୟା ବିସ୍ତାର କରିଚାଲିଛି। ଚୀନର ନ୍ୟାସନାଲ ହେଲଥ୍‌ କମିସନ ଜଣାଇଛନ୍ତି ଯେ ଏହି ଭାଇରସ ଦ୍ୱାରା ଏବେ ପର୍ଯ୍ୟନ୍ତ ୧୦୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨,୭୪୪ ଜଣ ଲୋକଙ୍କ ଠାରେ ପଜିଟିଭ ମିଳିଥିବା ସୂଚନା ରହିଛି।

ଏମାନଙ୍କ ମଧ୍ୟରୁ ୪୬୧ ଲୋକଙ୍କ ଅବସ୍ଥା ବହୁତ ଗମ୍ଭୀର। କମିଶନଙ୍କ କହିବାନୁଯାୟୀ ୨୪ ଘଣ୍ଟାରେ ୨୪ ଲୋକଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ଗୋଟ ନଅ ମାସର ଶିଶୁ ମଧ୍ୟ ଅଛି। ୧୩୦୦ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ମୋଟ ୪,୩୫୯ ଲୋକଙ୍କ ଠାରେ ଏହି ଭାଇରସ୍‌ ରହିଥିବା ଆଶଙ୍କା କରାଯାଉଛି।

ସେହିପରି ହୁବେଇ ପ୍ରଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ । କେବଳ ସୋମବାର ଦିନ ହୁବେଇ ପ୍ରଦେଶରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ହଂକଂରେ ୮ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ଗତ ଶନିବାର ଦିନ ଭାଇରସ୍ ଏମର୍ଜେନ୍ସି ଜାରି କରିଥିଲା। ତେବେ ଚୀନ୍ ବାଦ୍ ପ୍ରାୟ ୧୦ ଟି ଦେଶରେ କରୋନା ଭାଇରସ୍ ପହଞ୍ଚିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.